ଆଜି ଦେଶବ୍ୟାପୀ କଳାଦିବସ କୃଷକଙ୍କ ଉପରକୁ ଗୁଳିମାଡ଼ର ପ୍ରତିବାଦ
ଭୁବନେଶ୍ୱର,୨୨ା୨(ବନ୍ଦନା ସେଠୀ): ପଞ୍ଜାବ-ହରିୟାଣା ସୀମା ଖାନାଉରିଠାରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଥିବା କୃଷକଙ୍କ ଉପରକୁ ରବର ଗୁଳିମାଡ଼ ଭଳି ବର୍ବର ଆକ୍ରମଣକୁ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍ୟୁନିୟନଗୁଡିକର ମିଳିତ ମଞ୍ଚ ଏବଂ ସ୍ବାଧୀନ ଫେଡେରେଶନ ସମୂହ ଓଡିଶା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହି ଗୁଳିରେ ପଞ୍ଜାବର ଭଟିଣ୍ଡା ଜିଲା ବାଲନ୍ ଗ୍ରାମର ଯୁବଚାଷୀ ଶୁଭ କରଣ ସିଂ(୨୩)ଙ୍କ ମୃତ୍ୟୁ ଘଟିଛି। ସେହିପରି ୬ଜଣ ଗୁରୁତର ଏବଂ ଅନେକ ଆହତ ହୋଇଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର […] The post ଆଜି ଦେଶବ୍ୟାପୀ କଳାଦିବସ କୃଷକଙ୍କ ଉପରକୁ ଗୁଳିମାଡ଼ର ପ୍ରତିବାଦ appeared first on Dharitri Odia News.
ଭୁବନେଶ୍ୱର,୨୨ା୨(ବନ୍ଦନା ସେଠୀ): ପଞ୍ଜାବ-ହରିୟାଣା ସୀମା ଖାନାଉରିଠାରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଥିବା କୃଷକଙ୍କ ଉପରକୁ ରବର ଗୁଳିମାଡ଼ ଭଳି ବର୍ବର ଆକ୍ରମଣକୁ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍ୟୁନିୟନଗୁଡିକର ମିଳିତ ମଞ୍ଚ ଏବଂ ସ୍ବାଧୀନ ଫେଡେରେଶନ ସମୂହ ଓଡିଶା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହି ଗୁଳିରେ ପଞ୍ଜାବର ଭଟିଣ୍ଡା ଜିଲା ବାଲନ୍ ଗ୍ରାମର ଯୁବଚାଷୀ ଶୁଭ କରଣ ସିଂ(୨୩)ଙ୍କ ମୃତ୍ୟୁ ଘଟିଛି। ସେହିପରି ୬ଜଣ ଗୁରୁତର ଏବଂ ଅନେକ ଆହତ ହୋଇଛନ୍ତି।
ଏହାର ପ୍ରତିବାଦରେ ଶୁକ୍ରବାର ୨୩ ତାରିଖକୁ ‘କଳାଦିବସ’ ଭାବେ ପାଳନ କରାଯିବା ନେଇ ସୂଚନା ଦିଆଯାଇଛି। ଓଡ଼ିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସବୁଠି ‘କଳାଦିବସ’ ପାଳନ କରାଯିବ। କଳାପଟି ପରିଧାନ, ବିକ୍ଷୋଭ, ପଟୁଆର ସହ ସଭା ଆଦି ମାଧ୍ୟମରେ କୃଷକଙ୍କୁ ଗୁଳିମାଡ଼ ଘଟଣାର ତୀବ୍ର ପ୍ରତିବାଦ କରିବାକୁ ଆହ୍ବାନ ଦିଆଯାଇଛି। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହେବ।
ସେହିପରି ଗୁଳିକାଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିବା ପୋଲିସ ମୁଖ୍ୟ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମିକ, କୃଷକ ଏବଂ କର୍ମଚାରୀଙ୍କ ମିଳିତ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ମୋଦି ସରକାର ଆନ୍ଦୋଳନରତ କୃଷକ ଓ ଯୁବକମାନଙ୍କୁ ଦେଶର ଶତ୍ରୁ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏଥିସହ କର୍ପୋରେଟରଙ୍କ ବିକାଶ ଲକ୍ଷ୍ୟରେ ଏତେ ଗଭୀର ଭାବରେ ଯୋଡ଼ି ହୋଇଛନ୍ତି ଯେ, ସେମାନେ କୃଷକ ଏବଂ ଯୁବକମାନଙ୍କୁ ହତ୍ୟା କରିବା ପାଇଁ ଦ୍ୱିଧା ପ୍ରକାଶ କରୁନାହାନ୍ତି ବୋଲି ମଞ୍ଚ ଅଭିଯୋଗ କରିଛି।
The post ଆଜି ଦେଶବ୍ୟାପୀ କଳାଦିବସ କୃଷକଙ୍କ ଉପରକୁ ଗୁଳିମାଡ଼ର ପ୍ରତିବାଦ appeared first on Dharitri Odia News.