ମହାରାଷ୍ଟ୍ର ଏକଜିଟ୍ ପୋଲରେ ପୁଣି ଥରେ ବିଜେପି ମେଣ୍ଟ ସରକାର, MVA ନିରାଶ
ମୁମ୍ୱାଇ: ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି । ଏହାସହ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ମଧ୍ୟ ସାମନାକୁ ଆସିବାରେ ଲାଗିଛି । ବୁଥ୍ ବାହୁଡ଼ା ମତରେ କ୍ଷମତାରେ ଥିବା ବିଜେପି ମେଣ୍ଟ ପାଇଁ ଖୁସି ଖବର ଆସୁଛି । ମହାରାଷ୍ଟ୍ରରେ ମହାୟୁତି ସରକାର ଫେରୁଥିବା ଏକଜିଟ୍ ପୋଲରୁ ଜଣାପଡୁଛି । ମାଟ୍ରିଜ୍ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୪୮ ପ୍ରତିଶତ ଏବଂ ଏମଭିଏକୁ ୪୨ ପ୍ରତିଶତ ଭୋଟ୍ ମିଳିପାରେ । ଭୋଟିଂ ସେୟାରକୁ ସଂଖ୍ୟାରେ ବଦଳାଇଲେ, ବିଜେପି ମେଣ୍ଟ ୧୫୦-୧୭୦ ଆସନ ଜିତି ସରକାର ଗଢିବାକୁ ଯାଉଛି । ଅନ୍ୟପଟେ କଂଗ୍ରେସ ମେଣ୍ଟକୁ କେବଳ ୧୧୦-୧୩୦ ମିଳିପାରେ । ୮-୧୦ରୁ ଆସନ ଅନ୍ୟଙ୍କୁ ଯାଇପାରେ । - ପିପୁଲ୍ସ ପଲ୍ସର ଏକଜିଟ୍ ପୋଲରେ ବିଜେପି ମେଣ୍ଟକୁ ୧୮୨, କଂଗ୍ରେସ ମେଣ୍ଟକୁ ୯୭ ଏବଂ ଅନ୍ୟଙ୍କୁ ୯ ଆସନ ମିଳିପାରେ ।- P-Marq ଏକଜିଟ୍ ପୋଲରେ ମହାୟୁତିକୁ ୧୩୭-୧୫୭ ଆସନ, ଏମଭିଏକୁ ୧୧୦-୧୩୦ ଆସନ ଏବଂ ଅନ୍ୟଙ୍କୁ ୨-୮ ଆସନ ମିଳିପାରେ ।- ନ୍ୟୁଜ୍ ୨୪-ଚାଣକ୍ୟର ଏକଜିଟ୍ ପୋଲ୍ରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୧୫୨-୧୬୦, ମହାବିକାଶ ଅଘାଡ଼ିକୁ ୧୩୦-୧୩୮ ସିଟ୍ ଏବଂ ଅନ୍ୟଙ୍କୁ ୬ରୁ ୮ ଆସନ ମିଳିପାରେ ।- ଲୋକସାହୀ ମରାଠୀର ଏକଜିଟ୍ ଅନୁସାରେ ବିଜେପି ମେଣ୍ଟକୁ ୧୨୮-୧୪୨ ଆସନ, କଂଗ୍ରେସ ମେଣ୍ଟକୁ ୧୨୫-୧୪୦ ଏବଂ ଅନ୍ୟଙ୍କୁ ୧୮-୨୩ ଆସନ ମିଳିପାରେ । ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପ
ମୁମ୍ୱାଇ: ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି । ଏହାସହ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ମଧ୍ୟ ସାମନାକୁ ଆସିବାରେ ଲାଗିଛି । ବୁଥ୍ ବାହୁଡ଼ା ମତରେ କ୍ଷମତାରେ ଥିବା ବିଜେପି ମେଣ୍ଟ ପାଇଁ ଖୁସି ଖବର ଆସୁଛି । ମହାରାଷ୍ଟ୍ରରେ ମହାୟୁତି ସରକାର ଫେରୁଥିବା ଏକଜିଟ୍ ପୋଲରୁ ଜଣାପଡୁଛି । ମାଟ୍ରିଜ୍ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୪୮ ପ୍ରତିଶତ ଏବଂ ଏମଭିଏକୁ ୪୨ ପ୍ରତିଶତ ଭୋଟ୍ ମିଳିପାରେ । ଭୋଟିଂ ସେୟାରକୁ ସଂଖ୍ୟାରେ ବଦଳାଇଲେ, ବିଜେପି ମେଣ୍ଟ ୧୫୦-୧୭୦ ଆସନ ଜିତି ସରକାର ଗଢିବାକୁ ଯାଉଛି । ଅନ୍ୟପଟେ କଂଗ୍ରେସ ମେଣ୍ଟକୁ କେବଳ ୧୧୦-୧୩୦ ମିଳିପାରେ । ୮-୧୦ରୁ ଆସନ ଅନ୍ୟଙ୍କୁ ଯାଇପାରେ ।
- ପିପୁଲ୍ସ ପଲ୍ସର ଏକଜିଟ୍ ପୋଲରେ ବିଜେପି ମେଣ୍ଟକୁ ୧୮୨, କଂଗ୍ରେସ ମେଣ୍ଟକୁ ୯୭ ଏବଂ ଅନ୍ୟଙ୍କୁ ୯ ଆସନ ମିଳିପାରେ ।
- P-Marq ଏକଜିଟ୍ ପୋଲରେ ମହାୟୁତିକୁ ୧୩୭-୧୫୭ ଆସନ, ଏମଭିଏକୁ ୧୧୦-୧୩୦ ଆସନ ଏବଂ ଅନ୍ୟଙ୍କୁ ୨-୮ ଆସନ ମିଳିପାରେ ।
- ନ୍ୟୁଜ୍ ୨୪-ଚାଣକ୍ୟର ଏକଜିଟ୍ ପୋଲ୍ରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୧୫୨-୧୬୦, ମହାବିକାଶ ଅଘାଡ଼ିକୁ ୧୩୦-୧୩୮ ସିଟ୍ ଏବଂ ଅନ୍ୟଙ୍କୁ ୬ରୁ ୮ ଆସନ ମିଳିପାରେ ।
- ଲୋକସାହୀ ମରାଠୀର ଏକଜିଟ୍ ଅନୁସାରେ ବିଜେପି ମେଣ୍ଟକୁ ୧୨୮-୧୪୨ ଆସନ, କଂଗ୍ରେସ ମେଣ୍ଟକୁ ୧୨୫-୧୪୦ ଏବଂ ଅନ୍ୟଙ୍କୁ ୧୮-୨୩ ଆସନ ମିଳିପାରେ ।
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି । ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ ବଳକା ୩୮ ଆସନରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ମହାରାଷ୍ଟ୍ରରେ ୫୮.୨୨ ପ୍ରତିଶତ ଭୋଟିଂ ହୋଇଛି । ଅନ୍ୟପଟେ ଝାଡ଼ଖଣ୍ଡରେ ଭୋଟର୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏଠାରେ ସଂଧ୍ୟା ୫ଟା ସୁଦ୍ଧା ୬୭.୫୯ ପ୍ରତିଶତ ମତଦାନ ହୋଇଛି । ଦୁଇ ରାଜ୍ୟରେ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି । ଏହାସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି । ଦୁଇ ରାଜ୍ୟରେ ନିର୍ବାଚନ ରେଜଲ୍ଟ ନଭେମ୍ୱର ୨୩ରେ ଘୋଷଣା ହେବ ।