ଗୁଜରାଟ୍ ଟାଇଟନ୍ସକୁ ବଡ଼ ଝଟକା; ଆଇପିଏଲ୍ ଖେଳିବେନି ମହମ୍ମଦ ଶାମୀ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସିଜନରେ ଦ୍ରୁତ ବୋଲର ମହମ୍ମଦ ଶାମି ଖେଳିବେନି। ପିଟିଆଇ ରିପୋର୍ଟ ଅନୁଯାୟୀ ବିଶ୍ୱକପ ତଥା ଗତ... The post ଗୁଜରାଟ୍ ଟାଇଟନ୍ସକୁ ବଡ଼ ଝଟକା; ଆଇପିଏଲ୍ ଖେଳିବେନି ମହମ୍ମଦ ଶାମୀ appeared first on .
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସିଜନରେ ଦ୍ରୁତ ବୋଲର ମହମ୍ମଦ ଶାମି ଖେଳିବେନି। ପିଟିଆଇ ରିପୋର୍ଟ ଅନୁଯାୟୀ ବିଶ୍ୱକପ ତଥା ଗତ ଆଇପିଏଲ୍ ସିଜନରେ ସର୍ବାଧିକ ୱିକେଟ୍ ନେଇଥିବା ଶାମି ଏହି ସିଜିନରୁ ଆଉଟ୍ ହୋଇଯାଇଛନ୍ତି। ବାମ ଗୋଡରେ ଲାଗିଥିବା ଆଘାତ ଯୋଗୁଁ ଆସନ୍ତା ମାସରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗରୁ ଶାମିଙ୍କୁ ବାଦ୍ ଦିଆଯାଇଛି। ତେବେ ବ୍ରିଟେନରେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ।
୩୩ ବର୍ଷୀୟ ଶାମି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବେନି। ସେ ଶେଷ ଥର ପାଇଁ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ODI ବିଶ୍ୱକପ ଫାଇନାଲରେ ଭାରତ ପାଇଁ ଖେଳିଥିଲେ। ଶାମି ଜାନୁଆରୀର ଶେଷ ସପ୍ତାହରେ ଆଣ୍ଠୁ ପାଇଁ ଏକ ଇଞ୍ଜେକ୍ସନ ନେବା ପାଇଁ ଲଣ୍ଡନ ଯାଇଥିଲେ। ଯଦିଓ ଇଞ୍ଜେକସନ୍ କାମ କରିନଥିବା ଜଣାପଡିଛି । ତେଣୁ କରି ବର୍ତ୍ତମାନ ଏକ ମାତ୍ର ବିକଳ୍ପ ସର୍ଜରୀ ବୋଲି ଜଣାପଡିଛି।
ବିଶ୍ୱକପରେ ମହମ୍ମଦ ଶାମି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ଆହତ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ସେ ୨୪ଟି ୱିକେଟ ଦଖଲ କରିଥିଲେ। ନିକଟରେ ଅର୍ଜୁନ ସମ୍ମାନରେ ସମ୍ମାନିତ ହୋଇଥିଲେ ଶାମି।
The post ଗୁଜରାଟ୍ ଟାଇଟନ୍ସକୁ ବଡ଼ ଝଟକା; ଆଇପିଏଲ୍ ଖେଳିବେନି ମହମ୍ମଦ ଶାମୀ appeared first on .