ଗୋଟେ ପରେ ଗୋଟେ ୩ଟି ଗଛରେ ପିଟିହେଲା ଦ୍ରୁତଗାମୀ କାର୍‌

ଦୁର୍ଘଟଣା ନେଇ ସ୍ଥାନୀୟ ଲୋକ ଲହୁଣିପଡ଼ା ଥାନାକୁ ଖବର ଦେଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ସହ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। କାର ଭିତରେ ଫସିଥିବା ଦେବାଶିଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।

ଗୋଟେ ପରେ ଗୋଟେ ୩ଟି ଗଛରେ ପିଟିହେଲା ଦ୍ରୁତଗାମୀ କାର୍‌

ଗୋଟେ ପରେ ଗୋଟେ ୩ଟି ଗଛରେ ପିଟିହେଲା ଦ୍ରୁତଗାମୀ କାର୍‌! ଚାଲିଗଲା କାର୍‌ ଚାଳକଙ୍କ ଜୀବନ। କାର ଭିତରେ ଥିବା ଅନ୍ୟ ଜଣେ ଯୁବକ ମେଡ଼ିକାଲ୍‌ରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

ଲହୁଣିପଡ଼ା ବ୍ଲକ୍‌ ସରଦାପୁର ଗାଁର କିରଣ ମାହାନ୍ତ ଓ ଦେବାଶିଷ ମାହାନ୍ତ ଏକ କାର୍‌ରେ ଦ୍ରୁତ ଗତିରେ କଳେଇପୋଷ ପାର୍ଶ୍ୱରୁ ବାହାଡାପୋଷ ଅଭିମୁଖେ ଯାଉଥିଲେ। ତେବେ ରାଜ୍ୟ ରାଜପଥର କଳେଇପୋଷ ନିକଟରେ ହଠାତ୍‌ କାରଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗୋଟେ ପରେ ଗୋଟେ ଏମିତି ୩ଟି ଗଛରେ ପିଟିଥିଲା। ଯେଉଁଥିପାଇଁ ଘଟଣା ସ୍ଥଳରେ କାର୍‌ ଚାଳକ କିରଣଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ନେଇ ସ୍ଥାନୀୟ ଲୋକ ଲହୁଣିପଡ଼ା ଥାନାକୁ ଖବର ଦେଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ସହ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। କାର ଭିତରେ ଫସିଥିବା ଦେବାଶିଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ରିପୋର୍ଟ- ବଣାଇରୁ ରଞ୍ଜିତ ଚୌଧୁରୀ