ସିଲାବସ୍ ବାହାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ: ଗ୍ରେସ୍ ମାର୍କ ଦାବି କଲେ ପରୀକ୍ଷାର୍ଥୀ
ଖଇରା,୨୨।୨(ଉତ୍କଳବନ୍ଧୁ ପଣ୍ଡା): ଗୁରୁବାର ଯୁକ୍ତ ୨ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିବା ନେଇ ଛାତ୍ରୀଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ଲଙ୍ଗ୍ ଏବଂ ସର୍ଟ ପ୍ରଶ୍ନରେ ମୋଟ ୧୬ ମାର୍କ ଶିକ୍ଷା ଖସଡା ବାହାରୁ ଆସିଥିବା ନେଇ ଖଇରା, କୁପାରୀ ତଥା ଅନ୍ୟାନ୍ୟ ମହାବିଦ୍ୟାଳୟର ପିଲାମାନେ ଅଭିଯୋଗ କରିବା ସହ ପରୀକ୍ଷା ନିୟନ୍ତ୍ରକ ତଥା ଶିକ୍ଷା ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଶ୍ନପତ୍ର ତିଆରି ଦାୟିତ୍ୱରେ ଥିବା ଟିମ୍ ନୂତନ ଭାବେ ଉଦ୍ଦିଷ୍ଟ […] The post ସିଲାବସ୍ ବାହାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ: ଗ୍ରେସ୍ ମାର୍କ ଦାବି କଲେ ପରୀକ୍ଷାର୍ଥୀ appeared first on Dharitri Odia News.
ଖଇରା,୨୨।୨(ଉତ୍କଳବନ୍ଧୁ ପଣ୍ଡା): ଗୁରୁବାର ଯୁକ୍ତ ୨ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିବା ନେଇ ଛାତ୍ରୀଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ଲଙ୍ଗ୍ ଏବଂ ସର୍ଟ ପ୍ରଶ୍ନରେ ମୋଟ ୧୬ ମାର୍କ ଶିକ୍ଷା ଖସଡା ବାହାରୁ ଆସିଥିବା ନେଇ ଖଇରା, କୁପାରୀ ତଥା ଅନ୍ୟାନ୍ୟ ମହାବିଦ୍ୟାଳୟର ପିଲାମାନେ ଅଭିଯୋଗ କରିବା ସହ ପରୀକ୍ଷା ନିୟନ୍ତ୍ରକ ତଥା ଶିକ୍ଷା ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ପ୍ରଶ୍ନପତ୍ର ତିଆରି ଦାୟିତ୍ୱରେ ଥିବା ଟିମ୍ ନୂତନ ଭାବେ ଉଦ୍ଦିଷ୍ଟ ପାଠ୍ୟ ସୂଚୀ ପ୍ରତି ଅବଗତ ନ ରହିବା ଦୁଃଖର ବିଷୟ ବୋଲି ଖଇରା ମହାବିଦ୍ୟାଳୟରେ ପରୀକ୍ଷା ପରେ ନିରାଶାରେ ଘରକୁ ଫେରୁଥିବା ୧୮୩ ଜଣ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ଏଥିସହ ସମସ୍ତଙ୍କ ପାଇଁ ଗ୍ରେସମାର୍କର ବ୍ୟବସ୍ଥା କରିବାକୁ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି ।
The post ସିଲାବସ୍ ବାହାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ: ଗ୍ରେସ୍ ମାର୍କ ଦାବି କଲେ ପରୀକ୍ଷାର୍ଥୀ appeared first on Dharitri Odia News.