ଭୋଟ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୫।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ। ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଭୋଟର ନିଜ ମତ ସାବ୍ୟସ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ୭ ବିଧାନସଭା ଆସନରେ ମଧ୍ୟ ମତଦାନ ଚାଲିଛି । ସକାଳୁ ସକାଳୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏବଂ ମୁଖ୍ୟ ଶାସନ ସଚିବ ପିକେ ଜେନା ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି। ଏହି ଅବସରରେ ମୁଖ୍ୟ ନିର୍ବାଚନ […] The post ଭୋଟ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ appeared first on Dharitri Odia News.

ଭୋଟ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୫।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ। ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଭୋଟର ନିଜ ମତ ସାବ୍ୟସ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ୭ ବିଧାନସଭା ଆସନରେ ମଧ୍ୟ ମତଦାନ ଚାଲିଛି । ସକାଳୁ ସକାଳୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏବଂ ମୁଖ୍ୟ ଶାସନ ସଚିବ ପିକେ ଜେନା ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଖୁସି ବ୍ୟକ୍ତ କରିଥିଲେ। ପ୍ରତ୍ୟେକ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି। ରାଜନୈତିକ ଦଳ ଗୁଡିକର କହିବା ଅନୁଯାୟୀ, କିଛି ବୁଥରେ ସୁରକ୍ଷାବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ତେଣୁ ଜନସାଧାରଣ ବହୁସଂଖ୍ୟାରେ ଆସି ଭୋଟ ଦେବାକୁ ସେ ଅପିଲ କରିଛନ୍ତି ।

ସେହିପରି ମୁଖ୍ୟ ଶାସନ ସଚିବ ପିକେ ଜେନା କହିଛନ୍ତି, ଗଣତନ୍ତ୍ରର ମହାପର୍ବରେ ନିଜର ଦାୟିତ୍ୱ ନିର୍ବାହ କରି ନିଜକୁ ଗୌରବାନିତ୍ୱ ମନେ କରୁଛି । ଭୋଟ ଦେଇ ଗଣତନ୍ତ୍ରକୁ ସୁଦୃଢ କରିବାକୁ ସେ ଅପିଲ କରିଛନ୍ତି।

The post ଭୋଟ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ appeared first on Dharitri Odia News.