ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ମୁଖ୍ୟ ପୂଜାରୀ ରହିଥିବା ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ
ନୂଆଦିଲ୍ଲୀ,୨୨।୬: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ରହି ୧୨୧ ବୈଦିକ ବ୍ରାହ୍ମଣଙ୍କ ନେତୃତ୍ୱ ନେଇଥିବା ମୁଖ୍ୟ ପୂଜାରୀ ତଥା କାଶୀ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ ହୋଇଛି। ଏହି ସୂଚନା ପାଇବା ପରେ କାଶୀ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ଜାନୁଆରୀରେ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂଜାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ସମସ୍ତ ପୂଜା ସମାପ୍ତ ହୋଇଥିଲା। ପୂଜାରେ ପୁଅ ଏବଂ ପରିବାରର […] The post ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ମୁଖ୍ୟ ପୂଜାରୀ ରହିଥିବା ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୬: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ରହି ୧୨୧ ବୈଦିକ ବ୍ରାହ୍ମଣଙ୍କ ନେତୃତ୍ୱ ନେଇଥିବା ମୁଖ୍ୟ ପୂଜାରୀ ତଥା କାଶୀ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ ହୋଇଛି। ଏହି ସୂଚନା ପାଇବା ପରେ କାଶୀ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ଜାନୁଆରୀରେ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂଜାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ସମସ୍ତ ପୂଜା ସମାପ୍ତ ହୋଇଥିଲା। ପୂଜାରେ ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଭାଗ ନେଇଥିଲେ। ଏହା ବ୍ୟତୀତ ସେ ଡିସେମ୍ବର ୨୦୨୧ରେ କାଶୀ ବିଶ୍ୱନାଥ ଧାମ ଉଦ୍ଘାଟନ ପୂଜାରେ ମଧ୍ୟ ଭାଗ ନେଇଥିଲେ।
The post ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ମୁଖ୍ୟ ପୂଜାରୀ ରହିଥିବା ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ appeared first on Dharitri Odia News.