ଭାରତ-ଚାଇନା ବାଣିଜି୍ୟକ କାରବାରରେ ସର୍ବାଧିକ ହ୍ରାସ
ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା): ଚଳିତ କ୍ୟାଲେଣ୍ଡର ବର୍ଷର ପ୍ରଥମ ୬ମାସ (ଜାନୁଆରୀ-ଜୁନ)ରେ ଆମେରିକା ଭାରତର ସର୍ବୋଚ୍ଚ ବାଣିଜ୍ୟ ଭାଗିଦାରୀ ଭାବରେ ଉଭା ହୋଇଛି। ଅନ୍ୟପଟେ ଏ ଅବଧି ମଧ୍ୟରେ ଚାଇନା ସହିତ ଦେଶରେ ସର୍ବାଧିକ ୪୧.୬ ବିଲିୟନ ଡ଼ଲାରର ବାଣିଜି୍ୟକ କାରବାର ହ୍ରାସ ହୋଇଥିବା ରେକର୍ଡ କରାଯାଇଛି। ଅନୁସନ୍ଧାନ ପ୍ରତିଷ୍ଠାନ ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ ଏହାର ଏକ ରିପୋର୍ଟରେ କହିଛି ଯେ, ଚଳିତବର୍ଷ ଜାନୁଆରୀରୁ ଜୁନ ମଧ୍ୟରେ ଦେଶର ବାଣିଜି୍ୟକ ରପ୍ତାନି ୫.୪୧% ବୃଦ୍ଧି ହୋଇ ୨୩୦.୫୧ ବିଲିୟନ […] The post ଭାରତ-ଚାଇନା ବାଣିଜି୍ୟକ କାରବାରରେ ସର୍ବାଧିକ ହ୍ରାସ appeared first on Dharitri Odia News.
ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା): ଚଳିତ କ୍ୟାଲେଣ୍ଡର ବର୍ଷର ପ୍ରଥମ ୬ମାସ (ଜାନୁଆରୀ-ଜୁନ)ରେ ଆମେରିକା ଭାରତର ସର୍ବୋଚ୍ଚ ବାଣିଜ୍ୟ ଭାଗିଦାରୀ ଭାବରେ ଉଭା ହୋଇଛି। ଅନ୍ୟପଟେ ଏ ଅବଧି ମଧ୍ୟରେ ଚାଇନା ସହିତ ଦେଶରେ ସର୍ବାଧିକ ୪୧.୬ ବିଲିୟନ ଡ଼ଲାରର ବାଣିଜି୍ୟକ କାରବାର ହ୍ରାସ ହୋଇଥିବା ରେକର୍ଡ କରାଯାଇଛି। ଅନୁସନ୍ଧାନ ପ୍ରତିଷ୍ଠାନ ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ ଏହାର ଏକ ରିପୋର୍ଟରେ କହିଛି ଯେ, ଚଳିତବର୍ଷ ଜାନୁଆରୀରୁ ଜୁନ ମଧ୍ୟରେ ଦେଶର ବାଣିଜି୍ୟକ ରପ୍ତାନି ୫.୪୧% ବୃଦ୍ଧି ହୋଇ ୨୩୦.୫୧ ବିଲିୟନ ଡ଼ଲାରରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ, ଚାଇନାର ରପ୍ତାନି ୮.୫ ବିଲିୟନ ଡ଼ଲାରରେ ପହଞ୍ଚିଥିବାବେଳେ ଜାନୁଆରୀରୁ ଜୁନ ମଧ୍ୟରେ ଆମଦାନୀ ୫୦.୧ ବିଲିୟନ ଡ଼ଲାରରେ ପହଞ୍ଚିଛି।
ରିପୋର୍ଟର ବିଶ୍ଳେଷଣରୁ ଜଣାପଡିଛି ଯେ, ଭାରତ ୨୩୯ଟି ଦେଶକୁ ଉତ୍ପାଦ ରପ୍ତାନି କରୁଛି ଏବଂ ସେଥିମଧ୍ୟରୁ ୧୨୬ଟି ଦେଶ ରପ୍ତାନିରେ ସକରାତ୍ମକ ଅଭିବୃଦ୍ଧି ଦେଖାଇଛନ୍ତି। ଏହି ଦେଶଗୁଡ଼ିକର ରପ୍ତାନୀ ହାର ଭାରତର ମୋଟ ରପ୍ତାନୀର ୭୫.୩% ଅଟେ। ରପ୍ତାନିରେ ଅଭିବୃଦ୍ଧି ଥିବା ପ୍ରମୁଖ ଦେଶଗୁଡିକ ମଧ୍ୟରେ ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ନେଦରଲ୍ୟାଣ୍ଡ, ସିଙ୍ଗାପୁର ଏବଂ ଚାଇନା ରହିଛି। ଅନ୍ୟପଟେ ଭାରତରୁ ୯୮ଟି ଦେଶକୁ ରପ୍ତାନିରେ ହ୍ରାସ ଘଟିଛ। ଏହି ଦେଶଗୁଡ଼ିକ ମଧ୍ୟରେ ଇଟାଲୀ, ବେଲଜିୟମ, ନେପାଳ ଏବଂ ହଂକଂ ମଧ୍ୟ ରହିଛି। ରିପୋର୍ଟ ଅନୁଯାୟୀ, ଆମେରିକା ହେଉଛି ଭାରତର ସର୍ବୋଚ୍ଚ ରପ୍ତାନି ଭାଗିଦାରୀ। ୨୦୨୩ ଜାନୁଆରୀରୁ ଜୁନ୍ରେ ଆମେରିକାକୁ ରପ୍ତାନି ୩୭.୭ ବିଲିୟନ ଡ଼ଲାର ଥିଲା, ଯାହା ଚଳିତ ବର୍ଷର ସମାନ ଅବଧିରେ ୧୦.୫ ପ୍ରତିଶତ ବୃଦ୍ଧି ପାଇ ୪୧.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଚାଇନା ଭାରତର ସର୍ବବୃହତ ଆମଦାନୀ ଯୋଗାଣକାରୀ ଭାବରେ ରହିଆସିଛି। ଚାଇନାରୁ ଆମଦାନୀ ୪୬.୨ ବିଲିୟନ ଡ଼ଲାରରୁ ୫୦.୧ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଚାଇନା ଭାରତର ସର୍ବୋଚ୍ଚ ବାଣିଜ୍ୟ ଭାଗୀଦାରୀ ହୋଇ ରହିଥିଲା। ମାତ୍ର ଜାନୁୟାରୀରୁ ଜୁନ ୨୦୨୪ ମଧ୍ୟରେ ଆମେରିକା ଭାରତର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ରହିଛି। ଏହାପଛକୁ ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ ଭାବରେ ଚାଇନା ରହିଛି। ଏହିକ୍ରମରେ େମୋଟ ବାଣିଜ୍ୟ ୭.୭% ବୃଦ୍ଧି ହୋଇ ୫୪.୪ ବିଲିୟନ ଡ଼ଲାରରୁ ୫୮.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ଲୁହାପଥର, ଫାର୍ମାସ୍ୟୁଟିକାଲ୍ସ, ମୂଲ
ବାନ ପଥର, ବାସମତି ଚାଉଳ, ରାସାୟନିକ ପଦାର୍ଥ ଏବଂ ସ୍ମାର୍ଟଫୋନ ଭଳି କ୍ଷେତ୍ର ଦ୍ୱାରା ରପ୍ତାନୀର ଅଭିବୃଦ୍ଧି ବୃଦ୍ଧି ହୋଇଥିବାବେଳେ ସେବା କ୍ଷେତ୍ରରେ ରପ୍ତାନି ୬.୯% ବୃଦ୍ଧି ହୋଇ ୧୭୮.୨ ବିଲିୟନ ଡ଼ଲାରରେ ପହଞ୍ଚିଛି। ଅନ୍ୟପଟେ ଆମଦାନୀ ୫.୭୯% ବୃଦ୍ଧି ହୋଇ ୯୫ ବିଲିୟନ ଡ଼ଲାରରେ ପହଞ୍ଚିଛି।
The post ଭାରତ-ଚାଇନା ବାଣିଜି୍ୟକ କାରବାରରେ ସର୍ବାଧିକ ହ୍ରାସ appeared first on Dharitri Odia News.