ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ କୋଇଲାପଡ଼ା ନିକଟସ୍ଥ ରେଳ ଲାଇନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ୩ ଜଣ ହେଲେ ୨୩ନଂ ୱାର୍ଡ ଅନ୍ତର୍ଗତ ଆଞ୍ଜିପେଟା ନିକଟସ୍ଥ ଝୋଡ଼ିଆ ସାହିର ଚାଣ୍ଟି ମାଣ୍ଡଙ୍ଗି (୧୫), ଯେଶୁ ବାହାଦୁର(୧୩) ଏବଂ ନରେଶ ହିମରିକା(୧୧)। ମିଳିଥିବା ସୂଚନା ଅନୁସାରେ, ୩ ଜଣ ଗୁରୁବାର ସାରେ ପାରା ମାରିବା […] The post ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ appeared first on Dharitri Odia News.

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ କୋଇଲାପଡ଼ା ନିକଟସ୍ଥ ରେଳ ଲାଇନ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଆହତ ୩ ଜଣ ହେଲେ ୨୩ନଂ ୱାର୍ଡ ଅନ୍ତର୍ଗତ ଆଞ୍ଜିପେଟା ନିକଟସ୍ଥ ଝୋଡ଼ିଆ ସାହିର ଚାଣ୍ଟି ମାଣ୍ଡଙ୍ଗି (୧୫), ଯେଶୁ ବାହାଦୁର(୧୩) ଏବଂ ନରେଶ ହିମରିକା(୧୧)। ମିଳିଥିବା ସୂଚନା ଅନୁସାରେ, ୩ ଜଣ ଗୁରୁବାର ସାରେ ପାରା ମାରିବା ପାଇଁ କୋଇଲାପଡ଼ା ନିକଟସ୍ଥ ଟ୍ରେନ ଲାଇନ ପାଖରେ ଛିଡା ହୋଇଥିବା ଟ୍ରେନ୍‌ ଉପରେ ଚଢ଼ିଥିଲେ । ସେହି ସମୟରେ ରେଳ ବଗି ଉପରେ ଯାଇଥିବା ବିଦ୍ୟୁତ ତାର ସଂଶ୍ପରେ ଆସି ୩ ଜଣ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ ସେଠାରେ ଥିବା କିଛି ଲୋକ ଦେଖି ସେମାନଙ୍କୁ ଉଦ୍ଧାର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଜେଶୁ ବାହାଦୁରଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ବାହାରକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି।

 

The post ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ appeared first on Dharitri Odia News.