‘ଦେବାଦେବୀଙ୍କ ଆରାଧନା ବିନା କୌଣସି କାର୍ଯ୍ୟ ସିଦ୍ଧି ହୋଇ ନ ଥାଏ’
କୋକସରା,୨୦ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ପରମ୍ପରା, ସଂସ୍କୃତି, ଚାଲିଚଳଣିରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥାଏ। ଦେବାଦେବୀଙ୍କ ଆରାଧନା ବିନା ଗ୍ରାମରେ କୌଣସି କାର୍ଯ୍ୟ ସିଦ୍ଧି ହୋଇ ନ ଥାଏ। ଆଧୁନିକତାର ଚାକଚକ୍ୟ ମଧ୍ୟରେ ଜନଜାତିଙ୍କ ବିଶ୍ବାସରେ ଆଜି ବି ଉଜ୍ଜୀବିତ ହୋଇ ରହିଛନ୍ତି ସେମାନଙ୍କ ଆରାଧ୍ୟ ଦେବାଦେବୀ। ଗ୍ରାମର ମଙ୍ଗଳକାମନା କରି ଆଦିବାସୀ ବହୁଳ ଅଞ୍ଚଳରେ ବାଲିଯାତ୍ରା ଉତ୍ସବ ପାଳନ ହୋଇ ଆସୁଥିବାବେଳେ ବାଲିଯାତ୍ରା ପୂଜାବିଧି ଅନୁଷ୍ଠିତ ହେଲେ ଗ୍ରାମରେ ସମସ୍ତେ ସୁଖ ଶାନ୍ତିରେ କାଳାତିପାତ କରନ୍ତି […] The post ‘ଦେବାଦେବୀଙ୍କ ଆରାଧନା ବିନା କୌଣସି କାର୍ଯ୍ୟ ସିଦ୍ଧି ହୋଇ ନ ଥାଏ’ appeared first on Dharitri Odia News.
କୋକସରା,୨୦ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ପରମ୍ପରା, ସଂସ୍କୃତି, ଚାଲିଚଳଣିରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥାଏ। ଦେବାଦେବୀଙ୍କ ଆରାଧନା ବିନା ଗ୍ରାମରେ କୌଣସି କାର୍ଯ୍ୟ ସିଦ୍ଧି ହୋଇ ନ ଥାଏ। ଆଧୁନିକତାର ଚାକଚକ୍ୟ ମଧ୍ୟରେ ଜନଜାତିଙ୍କ ବିଶ୍ବାସରେ ଆଜି ବି ଉଜ୍ଜୀବିତ ହୋଇ ରହିଛନ୍ତି ସେମାନଙ୍କ ଆରାଧ୍ୟ ଦେବାଦେବୀ। ଗ୍ରାମର ମଙ୍ଗଳକାମନା କରି ଆଦିବାସୀ ବହୁଳ ଅଞ୍ଚଳରେ ବାଲିଯାତ୍ରା ଉତ୍ସବ ପାଳନ ହୋଇ ଆସୁଥିବାବେଳେ ବାଲିଯାତ୍ରା ପୂଜାବିଧି ଅନୁଷ୍ଠିତ ହେଲେ ଗ୍ରାମରେ ସମସ୍ତେ ସୁଖ ଶାନ୍ତିରେ କାଳାତିପାତ କରନ୍ତି ବୋଲି ବିଶ୍ବାସ ରହି ଆସିଛି।
ଏହି କ୍ରମରେ କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ମହିମା ଭୁର୍ଷାଗୁଡ଼ା, ମାଲପଡ଼ା ତିନୋଟି ଗ୍ରାମବାସୀ ଏକତ୍ରିତ ହୋଇ ବାଲିଯାତ୍ରା ଉତ୍ସବ ପାଳନ ପାଇଁ ବୁଧବାର ଶୁଭଖମ୍ବ ସ୍ଥାପନ ସହ ବାଲିଯାତ୍ରାର ମୁଖ୍ୟ ପୁରୋଧା ଗୁରୁମେ ଥୁଆପୁର ରାମପୁର ବ୍ଲକ ତୁଜେର ଗ୍ରାମର ଲକିଧର ମାଝୀଙ୍କୁ ଆମନ୍ତ୍ରଣ କରାଯାଇଛି। ତିନି ଖଣ୍ଡ ଗ୍ରାମର ଦେବୀ ମା’ ଦଣ୍ଡପଟିଆଣି, ମା’ ଠାକୁରାଣୀ, ମା ସୱର୍ଗମାଉଲି, ମା ପେଣ୍ଡ୍ରାଣୀ, ମା ବସ୍ତେରେନ ମାଉଲି, ବାର ଭାଇ ଭୀମାଙ୍କୁ ଆବାହନ କରାଯାଇଛି। ଏହି ଉତ୍ସବରେ ଗ୍ରାମର, ଶୁଭଖମ୍ଭ ସ୍ଥାପନ ଓ ଗ୍ରାମର ମାଟି ସିଦ୍ଧି କରିବା ପାଇଁ ଗ୍ରାମବାସୀ ଏକାଠି ହୋଇ ଠାକୁରାଣୀ ମନ୍ଦିରରୁ ସ୍ବାଗତ କରି ପାହାଡ଼ାରେ ପୂଜାରୀଙ୍କ ଘରକୁ ଯାଇଥିଲେ। ଗ୍ରାମର ପୂଜାରୀ ରତନ ପୁଜାରୀ, ଦୁର୍ଗା ପୂଜାରୀ, ଗୌନ୍ତିଆ ଦିନକୃଷ୍ଣ ଚନ୍ଦ୍ର ପାତ୍ର, ନରିଆ ସୋମନାଥ ଧ.ମାଝୀ, ଗଣା ମକରନ୍ଦ ନାଏକ, ପିଅନ ରାଇଧର ନାଏକ, ଘନଶ୍ୟାମ ନାଏକ, ଭଦ୍ରେଶ୍ୱର ପାତ୍ର, ଉମାଶଙ୍କର ନାଏକ, ତୁମ୍ଭେଶ୍ୱର ପାତ୍ର, ଭୁବନେଶ୍ୱର ନାଏକ, ଡମ୍ବରୁଧର ଠାକୁର, ଗୋବିନ୍ଦ ଭଇଁସାଲ, ପୁରୁନ ଧ. ମାଝୀ, ଶୋଭା ମାଝୀ, ସୁଜନ ନାଏକ, ହରିହର ସାହୁ, ଭୋଜରାଜ କୋଚିଆ, ଦୁର୍ଯ୍ୟୋଧନ ମାଝୀ, ଆତ୍ମା ଧ.ମାଝୀ, ଉମା ଧ. ମାଝୀ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।
The post ‘ଦେବାଦେବୀଙ୍କ ଆରାଧନା ବିନା କୌଣସି କାର୍ଯ୍ୟ ସିଦ୍ଧି ହୋଇ ନ ଥାଏ’ appeared first on Dharitri Odia News.