ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳି ପଡ଼ିଲେ ମାଓବାଦୀ

ମାଲକାନଗିରି,୨୦ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଜଗରଗୁଣ୍ଡା ଥାନା ଅଞ୍ଚଳର ପାହାଡ଼ ଏବଂ ଜଙ୍ଗଲରେ ମାଓବାଦୀ ସଂଗଠନ ଏରିଆ କମିଟି କର୍ମକର୍ତ୍ତା ଉପସ୍ଥିତି ଖବର ପୋଲିସକୁ ମିଳିବା ପରେ ଏକ ଦଳ ସର୍ଚ୍ଚ ଅପେରଶନରେ ବାହାରି ତୁମାରଗଟ୍ଟା ସିଙ୍ଗାବରମ ଜଙ୍ଗଲରେ ପହଞ୍ଚଥିଲେ। ଏହା ଦେଖି ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ଡିଆର୍‌ଜି ଯବାନମାନେ ଘଟଣାସ୍ଥଳରେ […] The post ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳି ପଡ଼ିଲେ ମାଓବାଦୀ appeared first on Dharitri Odia News.

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳି ପଡ଼ିଲେ ମାଓବାଦୀ

ମାଲକାନଗିରି,୨୦ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଜଗରଗୁଣ୍ଡା ଥାନା ଅଞ୍ଚଳର ପାହାଡ଼ ଏବଂ ଜଙ୍ଗଲରେ ମାଓବାଦୀ ସଂଗଠନ ଏରିଆ କମିଟି କର୍ମକର୍ତ୍ତା ଉପସ୍ଥିତି ଖବର ପୋଲିସକୁ ମିଳିବା ପରେ ଏକ ଦଳ ସର୍ଚ୍ଚ ଅପେରଶନରେ ବାହାରି ତୁମାରଗଟ୍ଟା ସିଙ୍ଗାବରମ ଜଙ୍ଗଲରେ ପହଞ୍ଚଥିଲେ। ଏହା ଦେଖି ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ଡିଆର୍‌ଜି ଯବାନମାନେ ଘଟଣାସ୍ଥଳରେ ସର୍ଚ୍ଚ କରିବା ସମୟରେ ଜଣେ ମାଓବାଦୀଙ୍କ ମୃତଦେହ ସହ ବନ୍ଧୁକ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ।

The post ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳି ପଡ଼ିଲେ ମାଓବାଦୀ appeared first on Dharitri Odia News.