ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରୁ ଗଛ କାଟି କରୁଥିଲେ ଚୋରି, ସିକ୍ୟୁରିଟି ହାତରେ ଧରାପଡିଲେ…

ସଇଁତଳା,୨୪ା୭(ରାଖାଲ ପ୍ରସାଦ ଶତପଥି) – ବଲାଙ୍ଗିର ଜିଲା ସଇଁତଳା ବ୍ଲକ ଅନ୍ତର୍ଗତ ଗୋଳାବାରୁଦ କାରଖାନା ପରିସରରେ ଥିବା ଜଙ୍ଗଲରୁ ଗଛ କାଟି ଚୋରି କରୁଥିବାବେଳେ ସ୍ଥାନୀୟ ସିକ୍ୟୁରିଟି ହାତରେ ଜଣେ ଯୁବକ ସହ ଛତିଶଗଡ ଅଞ୍ଚଳର ଏକ ବୋଲେରୋ ପିକଅପ ଧରା ପଡ଼ିଥିବା ଜଣାପଡ଼ିଛି। ଗୋଳାବାରୁଦ କାରଖାନା ପରିସରରେ ବ୍ୟାପକ ଜଙ୍ଗଲ ରହିଛି। ଜଙ୍ଗଲରେ ବହୁ ମୂଲ୍ୟବାନ ବଡ ବଡ ଗଛ ରହିଛି। ଏହି ଗଛ ମାନଙ୍କ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିବା ସହ […] The post ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରୁ ଗଛ କାଟି କରୁଥିଲେ ଚୋରି, ସିକ୍ୟୁରିଟି ହାତରେ ଧରାପଡିଲେ… appeared first on Dharitri Odia News.

ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରୁ ଗଛ କାଟି କରୁଥିଲେ ଚୋରି, ସିକ୍ୟୁରିଟି ହାତରେ ଧରାପଡିଲେ…

ସଇଁତଳା,୨୪ା୭(ରାଖାଲ ପ୍ରସାଦ ଶତପଥି) – ବଲାଙ୍ଗିର ଜିଲା ସଇଁତଳା ବ୍ଲକ ଅନ୍ତର୍ଗତ ଗୋଳାବାରୁଦ କାରଖାନା ପରିସରରେ ଥିବା ଜଙ୍ଗଲରୁ ଗଛ କାଟି ଚୋରି କରୁଥିବାବେଳେ ସ୍ଥାନୀୟ ସିକ୍ୟୁରିଟି ହାତରେ ଜଣେ ଯୁବକ ସହ ଛତିଶଗଡ ଅଞ୍ଚଳର ଏକ ବୋଲେରୋ ପିକଅପ ଧରା ପଡ଼ିଥିବା ଜଣାପଡ଼ିଛି।

ଗୋଳାବାରୁଦ କାରଖାନା ପରିସରରେ ବ୍ୟାପକ ଜଙ୍ଗଲ ରହିଛି। ଜଙ୍ଗଲରେ ବହୁ ମୂଲ୍ୟବାନ ବଡ ବଡ ଗଛ ରହିଛି। ଏହି ଗଛ ମାନଙ୍କ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିବା ସହ ରାତ୍ରି ସମୟରେ ଅନ୍ଧାରର ସୁଯୋଗ ନେଇ ମାଫିଆମାନେ କାଠ ଚୋରି କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଏହାକୁ ନେଇ କାରଖାନା ସୁରକ୍ଷା ବିଭାଗର ମୁଖ୍ୟ ସରୋଜ କୁମାର ବିଶ୍ବାଳ ପାଟ୍ରୋଲିଂ କଡାକଡି କରିଥିଲେ। ଗୁରୁବାର ରାତି ପ୍ରାୟ ୮.୩୦ ମିନିଟ ସମୟରେ କାରଖାନା ପରିସରସ୍ତିତ ସ୍ୱଚ୍ଛ ଜଳ ଯୋଗାଣ ପ୍ରକଳ୍ପ ନିକଟରେ ଏକ ପିକ ଅପ୍ ଥିବାରୁ ସନ୍ଧେହ କରିଥିଲେ। ଶ୍ରୀ ବିଶ୍ବାଳଙ୍କ ସହ କିଛି ସୁରକ୍ଷା କର୍ମଚାରୀ ସେଠାରେ ତଦନ୍ତ କରିବାରୁ କିଛି ବଡ ବଡ ଖଇର ଗଛ କଟାଯାଇଥିବା ଦେଖିଥିଲେ। ସୁରକ୍ଷା କର୍ମଚାରୀଙ୍କୁ ଦେଖି କାଠ ମାଫିଆମାନେ ସେଠାରୁ ଫେରାର ହୋଇଯାଇଥିବା ବେଳେ କର୍ମଚାରୀ ମାନେ ଜଣକୁ ଧରିଥିଲେ। ଯୁବକ ଜଣକ ସମାଚୁଆଁ ଗ୍ରାମର ସନ୍ୟାସୀ ମିର୍ଦ୍ଧା ବୋଲି ଜଣାପଡ଼ିଛି । ଏହା ସହ ଛତିଶଗଡ ଅଞ୍ଚଳର ଏକ ପିକ୍ ଅପ୍ ନ. CG- 04-HU-7116 ଗାଡ଼ିକୁ ମଧ୍ୟ ଅଟକ ରଖି କାରଖାନା କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। କାରଖାନା କର୍ତ୍ତୃପକ୍ଷ ବନବିଭାଗକୁ ଖବର ଦେବା ସହ ଯୁବକ ସନ୍ୟାସୀ ଏଵଂ ପିକ ଅପ ଗାଡ଼ିକୁ ବନବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

The post ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରୁ ଗଛ କାଟି କରୁଥିଲେ ଚୋରି, ସିକ୍ୟୁରିଟି ହାତରେ ଧରାପଡିଲେ… appeared first on Dharitri Odia News.