ରାଜ୍ୟରେ ଜାରି ଗ୍ରୀଷ୍ମ ପ୍ରବାହ, ରବିବାର ବି ସବୁଠୁ ଉତ୍ତପ୍ତ ଟିଟିଲାଗଡ଼

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅନେକ ସହରର ତାପମାତ୍ରା ଏବେବି ୪୦ ଡିଗ୍ରୀ ଉପରେ ରହିଛି। ରବିବାର ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଟିଟିଲାଗଡ଼ ରାଜ୍ୟର ରାଜ୍ୟର ଉତ୍ତପ୍ତ ସହର ଭାବେ ୪୬ ଡିଗ୍ରୀ ରେକର୍ଡ ହୋଇଛି। ଏହା ପଛକୁ ବରଗଡ଼ ୪୫.୮ ଡିଗ୍ରୀ , ବଲାଙ୍ଗୀର ୪୫.୫ ଡିଗ୍ରୀ ରେକର୍ଡ ହୋଇଛି। ସେହିଭଳି, ଭବାନୀପାଟଣା ୪୪.୬, ସୋନପୁର ୪୩.୮, ସମ୍ବଲପୁର ୪୨.୩, ହୀରାକୁଦ ୪୨.୪, ଫୁଲବାଣୀ ୪୧.୬, ଝାରସୁଗୁଡ଼ା ୪୧.୫,  ବୌଦ୍ଧ ୪୧.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୩ ଦିନ ଯାଏଁ ଏଭଳି ହିଟ୍‌ଓ୍ବେଭ ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସେହିପରି ଉପକୂଳ ଓଡ଼ିଶାରେ ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗୁଳୁଗୁଳି। ଏହା ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବଲାଙ୍ଗୀର, ବରଗଡ଼ରେ ଅରେଞ୍ଜ ୱାର୍ଣ୍ଣି ଓ କଳାହାଣ୍ଡି, ନୂଆପଡ଼ା, ସୋନପୁରରେ ୟେଲୋ ୱାର୍ଣ୍ଣି ଜାରି କରିଛି। ଏହା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ରାଜ୍ୟରେ ଜାରି ଗ୍ରୀଷ୍ମ ପ୍ରବାହ, ରବିବାର ବି ସବୁଠୁ ଉତ୍ତପ୍ତ ଟିଟିଲାଗଡ଼

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅନେକ ସହରର ତାପମାତ୍ରା ଏବେବି ୪୦ ଡିଗ୍ରୀ ଉପରେ ରହିଛି। ରବିବାର ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଟିଟିଲାଗଡ଼ ରାଜ୍ୟର ରାଜ୍ୟର ଉତ୍ତପ୍ତ ସହର ଭାବେ ୪୬ ଡିଗ୍ରୀ ରେକର୍ଡ ହୋଇଛି। 

ଏହା ପଛକୁ ବରଗଡ଼ ୪୫.୮ ଡିଗ୍ରୀ , ବଲାଙ୍ଗୀର ୪୫.୫ ଡିଗ୍ରୀ ରେକର୍ଡ ହୋଇଛି। ସେହିଭଳି, ଭବାନୀପାଟଣା ୪୪.୬, ସୋନପୁର ୪୩.୮, ସମ୍ବଲପୁର ୪୨.୩, ହୀରାକୁଦ ୪୨.୪, ଫୁଲବାଣୀ ୪୧.୬, ଝାରସୁଗୁଡ଼ା ୪୧.୫,  ବୌଦ୍ଧ ୪୧.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। 

ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୩ ଦିନ ଯାଏଁ ଏଭଳି ହିଟ୍‌ଓ୍ବେଭ ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସେହିପରି ଉପକୂଳ ଓଡ଼ିଶାରେ ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗୁଳୁଗୁଳି। 

ଏହା ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବଲାଙ୍ଗୀର, ବରଗଡ଼ରେ ଅରେଞ୍ଜ ୱାର୍ଣ୍ଣି ଓ କଳାହାଣ୍ଡି, ନୂଆପଡ଼ା, ସୋନପୁରରେ ୟେଲୋ ୱାର୍ଣ୍ଣି ଜାରି କରିଛି। ଏହା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ।