ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…
ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼ ନେତା ଭାଜପାରେ ଯୋଗଦେବେ। ବିଜେଡି ଏବେ ସଙ୍କଟରେ, ଦଳ ରହିବ କି ନାହିଁ ଆଗକୁ ଜଣାପଡ଼ିବ ବୋଲି ବିଧାୟକ ମହାନ୍ତି କହିଛନ୍ତି। ଶୁକ୍ରବାର ରାଜ୍ୟ ସଭାରୁ ସୁଜିତ୍ କୁମାର ଇସ୍ତଫା ଦେବା ପରେ ରଜ୍ୟ ରାଜନୀତି ସରଗରମ ହୋଇଛି। ଏହାକୁ ନେଇ ଚର୍ଚ୍ଚା ବଢ଼ୁଛି। ଜଣଙ୍କ ପରେ ଜଣେ ନେତା […] The post ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି… appeared first on Dharitri Odia News.
ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼ ନେତା ଭାଜପାରେ ଯୋଗଦେବେ। ବିଜେଡି ଏବେ ସଙ୍କଟରେ, ଦଳ ରହିବ କି ନାହିଁ ଆଗକୁ ଜଣାପଡ଼ିବ ବୋଲି ବିଧାୟକ ମହାନ୍ତି କହିଛନ୍ତି।
ଶୁକ୍ରବାର ରାଜ୍ୟ ସଭାରୁ ସୁଜିତ୍ କୁମାର ଇସ୍ତଫା ଦେବା ପରେ ରଜ୍ୟ ରାଜନୀତି ସରଗରମ ହୋଇଛି। ଏହାକୁ ନେଇ ଚର୍ଚ୍ଚା ବଢ଼ୁଛି। ଜଣଙ୍କ ପରେ ଜଣେ ନେତା ପ୍ରତିକ୍ରିୟା ରଖୁଛନ୍ତି।
ଭାଜପାରେ ଯୋଗଦେବା ପରେ ସୁଜିତ୍ ବିଜେଡିକୁ ଟାର୍ଗେଟକରି କହିଛନ୍ତି, ନିର୍ବାଚନ ପରେ ତାଙ୍କୁ ରାଜ୍ୟ ସଭାରୁ କାଢ଼ି ଦିଆଯିବ ବୋଲି ଧମକ ଦିଆଯାଇଥିଲା। ରାଜନୈତିକ କ୍ୟାରିୟର ଶେଷ କରିଦିଆଯିବ ବୋଲି କୁହାଯାଇଥିଲା। ଏକଥା ତାଙ୍କ ଆଗରେ କୁହାଯାଇ ନ ଥିଲା ବରଂ ଦଳୀୟ ନେତାଙ୍କୁ କୁହାଯାଉଥିଲା। କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ। ତାଙ୍କ ମୁହଁରେ ଏକଥା କହିବାର ସେମାନଙ୍କ ପାଖରେ ସାହସ ନ ଥିଲା। ନିର୍ବାଚନ ପରେ ଏକଥା ଦଳର ସୁପ୍ରିମୋଙ୍କୁ ସେ ଜଣାଇଥିଲେ। ଦଳରେ ପ୍ରାୟ ଦେଢ ବର୍ଷ ହେଲା ତାଙ୍କୁ ଅଣଦେଖା କରାଯାଉଥିଲା। ବଡ଼ ନେତାଙ୍କ ଗୋଲାମୀ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟରେ ତାଙ୍କୁ ସାମିଲ କରାଯାଉ ନ ଥିଲା। ସମ୍ପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବା ଲାଗି କେତେଜଣ ନେତା କହୁଥିଲେ। ବିଦେଶରୁ ପଢ଼ି ଆସିବା ପରେ ଏହା ତାଙ୍କ ସ୍ବାଭିମାନକୁ ବାଧିଥିଲା। କାହା ପାଖରେ ଗୋଲାମୀ କରିବା ତାଙ୍କ ଦ୍ୱାରା ସମ୍ଭବ ନୁହେଁ। ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ହୋଇଛି। ଜମି, ଛତୁଆ, ଟେଣ୍ଡର ଫିକ୍ସିଂରେ ବହୁ ହଜାର କୋଟି ଟଙ୍କାର ଦୁର୍ନୀତି କରାଯାଇଛି। ଅନେକ ନେତା ଓ ଅଫିସର ଦୁର୍ନୀତିରେ ସାମିଲ ଅଛନ୍ତି। ଏ ସମ୍ପର୍କରେ ଦଳର ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟାକରି ବିଫଳ ହୋଇଛନ୍ତି। ଶେଷରେ ବାଧ୍ୟହୋଇ ଦଳ ଛାଡ଼ିଲେ ବୋଲି ସୁଜିତ୍ କହିଛନ୍ତି। ଦେଶର ସବୁଠାରୁ ବଡ଼ ଦଳରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାଜପାରେ ସାମିଲ ହୋଇଛନ୍ତି। ଆଜି ତାଙ୍କ ପାଇଁ ଖୁସିର ଦିନ ବୋଲି ସେ କହିଛନ୍ତି।
ସୁଜିତ୍ କୁମାର ୨୦୨୦ ଏପ୍ରିଲ ୩ରେ ରାଜ୍ୟ ସଭାକୁ ଯାଇଥିଲେ। ୨ଏପ୍ରିଲ ୨୦୨୬ରେ ତାଙ୍କ କାର୍ଯ୍ୟକାଳ ସରୁଛି। ରାଜ୍ୟ ସଭାରେ ବିଜେଡିର ୯ ଜଣ ଏମ୍ପି ଥିଲେ। ପ୍ରଥମେ ମମତା ଏବଂ ଏବେ ସୁଜିତ୍ ଛାଡ଼ିବା ପରେ ଏହି ସଂଖ୍ୟା ୭ରେ ପହଞ୍ଚିଛି। ସୂଚନାଯୋଗ୍ୟ ଲୋକସଭାରେ ବିଜେଡିର କୌଣସି ସଦସ୍ୟ ନାହାନ୍ତି।
The post ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି… appeared first on Dharitri Odia News.