କୋକସରା ବ୍ଲକ ସ୍ତରୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ପାଳନ

କୋକସରା,୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ପାଳନ କରାଯାଇଛି। ସିଡିପିଓ ସରୋଜା ଲତା ଦେଇଙ୍କ ଅଧ୍ୟକ୍ଷତାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଶିଶୁ, କିଶୋରି ବାଳିକା, ଗର୍ଭବତୀ ମହିଳାଙ୍କୁ ପୃଷ୍ଟିସାର ଯୁକ୍ତ ଖାଦ୍ୟ, ସନ୍ତୁଳିତ ଆହାର ଦେବାପାଇଁ ରାଜ୍ୟ ସରକାର ଛତୁଆ […] The post କୋକସରା ବ୍ଲକ ସ୍ତରୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ପାଳନ appeared first on Dharitri Odia News.

କୋକସରା ବ୍ଲକ ସ୍ତରୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ପାଳନ

କୋକସରା,୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ପାଳନ କରାଯାଇଛି। ସିଡିପିଓ ସରୋଜା ଲତା ଦେଇଙ୍କ ଅଧ୍ୟକ୍ଷତାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଶିଶୁ, କିଶୋରି ବାଳିକା, ଗର୍ଭବତୀ ମହିଳାଙ୍କୁ ପୃଷ୍ଟିସାର ଯୁକ୍ତ ଖାଦ୍ୟ, ସନ୍ତୁଳିତ ଆହାର ଦେବାପାଇଁ ରାଜ୍ୟ ସରକାର ଛତୁଆ ଠାରୁ ଆରମ୍ଭ କରି ପୌଷ୍ଟିକ ଆହାର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଯୋଗାଣ କରୁଛନ୍ତି। ଏହାର ସଠିକ ମାତ୍ରାରେ ପହଞ୍ଚୁଛି କି ନାହିଁ ତାହାର ତଦାରଖ କରିବା ପାଇଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ ଦୃଷ୍ଟି ଦେବାକୁ କହିଛନ୍ତି। ସମ୍ମାନିତ ଅତିଥି ଭାବେ ବିଡ଼ିଓ ସ୍ନେହାପ୍ରଭା ମାଝୀ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ଅତିଥିମାନେ ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସେକ୍ଟର ସୁପର ଭାଇଜର ପ୍ରିୟା ସିନି ତାଣ୍ଡି, ସୋନିଆ ହେମ୍ରମ, ଦ୍ରୌପଦି ମାଝୀ ସମେତ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର କର୍ମି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

The post କୋକସରା ବ୍ଲକ ସ୍ତରୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ପାଳନ appeared first on Dharitri Odia News.