ଦୁର୍ନୀତି ଲୁଚାଇବାକୁ ମାର୍ଚ୍ଚରେ ବନୀକରଣ
ଲୋଇସିଂହା,୩୧ା୩(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବନ ରେଞ୍ଜ ସାଲେଭଟା ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲ ଗ୍ରାମରେ କାମ୍ପା ଯୋଜନାରେ ହୋଇଥିବା ବନୀକରଣରେ ଦୁର୍ନୀତି ହୋଇଛି। ବଲାଙ୍ଗୀର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଶନିିବାର ଏହିଭଳି ଅଭିଯୋଗ କରିଛି ବଙ୍ଗାବାହାଲ ବନ ସୁରକ୍ଷା ସମିତି। ଦୁର୍ନୀତିକୁ ଘଣ୍ଟ ଘୋଡାଇବା ଉଦ୍ଦେଶ୍ୟରେ ମାର୍ଚ୍ଚ ମାସରେ ନିର୍ଧୁମ ଖରାରେ ବନୀକରଣ ଓ ପ୍ରକଳ୍ପ କାମର ମରାମତି କରାଯାଉଛି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ଅଭିଯୋଗ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କାମ୍ପା […] The post ଦୁର୍ନୀତି ଲୁଚାଇବାକୁ ମାର୍ଚ୍ଚରେ ବନୀକରଣ appeared first on Dharitri Odia News.
ଲୋଇସିଂହା,୩୧ା୩(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବନ ରେଞ୍ଜ ସାଲେଭଟା ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲ ଗ୍ରାମରେ କାମ୍ପା ଯୋଜନାରେ ହୋଇଥିବା ବନୀକରଣରେ ଦୁର୍ନୀତି ହୋଇଛି। ବଲାଙ୍ଗୀର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଶନିିବାର ଏହିଭଳି ଅଭିଯୋଗ କରିଛି ବଙ୍ଗାବାହାଲ ବନ ସୁରକ୍ଷା ସମିତି। ଦୁର୍ନୀତିକୁ ଘଣ୍ଟ ଘୋଡାଇବା ଉଦ୍ଦେଶ୍ୟରେ ମାର୍ଚ୍ଚ ମାସରେ ନିର୍ଧୁମ ଖରାରେ ବନୀକରଣ ଓ ପ୍ରକଳ୍ପ କାମର ମରାମତି କରାଯାଉଛି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି।
ଅଭିଯୋଗ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କାମ୍ପା ଯୋଜନାରେ ୧୦ହେକ୍ଟର ବନୀକରଣ ପାଇଁ ଯୋଜନା ରହିଥିଲା। ଏଥରେ ୧୬ ହଜାର ଚାରା ଲଗାଯାଇଥାନ୍ତା। ହେଲେ ପ୍ରାୟ ୧୧ହଜାର ଚାରା ଲଗାଯାଇ ଅବଶିଷ୍ଟ ଚାରା ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି ା ପୁନଶ୍ଚ ୨କିମି ଚାରା ବନୀକରଣ କରିବାକୁ ଥିବା ବେଳେ ୮ ଶହରୁ ୯ ଶହ ମିଟରରେ ଏହାକୁ ସୀମିତ ରଖାଯାଇଛି। ଏହି ପ୍ରକଳ୍ପରେ ବନୀକରଣ ଚାରାର ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ସିମେଣ୍ଟ ଖମ୍ବ ଓ ତାରଜାଲି ନିର୍ଦ୍ଧାରିତ ଅନୁଯାୟୀ କରାଯାଇନାହିଁ। ଏପରିକି ବନୀକରଣ ପରେ ଚାରାରେ ପାଣି ଦିଆଯାଉନାହିଁ। ଶ୍ରମିକ ଆଶ୍ରୟସ୍ଥଳୀ ନିର୍ମାଣ ନ କରି ଟଙ୍କା ଉଠାଣ କରାଯାଇଛି। କେବଳ ଏହି ପ୍ରକଳ୍ପ ନୁହେଁ, ଅଞ୍ଚଳର ହୋଇଥିବା ଅନ୍ୟାନ୍ୟ କେତେକ ପ୍ରକଳ୍ପରେ ମଧ୍ୟ ଏହି ପ୍ରକାରର ଅନିୟମିତତା କରାଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।
ସେହିପରି ୨୦୨୧-୨୨ ବର୍ଷରେ କେତେକ ପ୍ରକଳ୍ପରେ ପଥର ବ୍ୟବହାର ହୋଇଛି। ବଙ୍ଗାବାହାଲ ଗ୍ରାମ୍ୟ ସୁରକ୍ଷା ସମିତିର ବିରୋଧ ସତ୍ତ୍ୱେ ସଂରକ୍ଷିତ ଘୋଡାଖାଇ ଜଙ୍ଗଲରୁ ଏହି ପଥର ସବୁ ଅଣାଯାଇଛି ା ଆମ ଜଙ୍ଗଲ ଯୋଜନାରୁ ଆସିଥିବା ୧ଲକ୍ଷ ପ୍ରୋତ୍ସାହନ ରାଶି ବଙ୍ଗାବାହାଲ ଗ୍ରାମ୍ୟ ସୁରକ୍ଷା ସମିତିକୁ ପ୍ରଦାନ କରାଯାଇ ନ ଥିବା ଅଭିଯୋଗରେ ଦର୍ଶାଯାଇଛି। ଉଦ୍ଦେଶ୍ୟମୂଳକ ଭାବେ ଗ୍ରାମ୍ୟ ସୁରକ୍ଷା ସମିତିର ଉତ୍କର୍ଷ କାର୍ଯ୍ୟ ସହଯୋଗକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଚକ୍ରାନ୍ତ କରି ଜଙ୍ଗଲ ସୁରକ୍ଷା ସମିତି ଗୃହକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ନେଇ ଗୁରୁତର ଅଭିଯୋଗ ଆଣିଛି ସଙ୍ଗଠନ। ଅଭିଯୋଗ ପରେ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗର ଏକ ୪ଜଣିଆ ଟିମ୍ ସାଲେଭଟା ରେଞ୍ଜ ଅଫିସ ଆସି ଘଟଣା ସଂକ୍ରାନ୍ତରେ ବନ ସୁରକ୍ଷା ସମିତି ସହ ଆଲୋଚନା କରିଛି। ଅଭିଯୋଗର ସତ୍ୟତା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ନୀତିଶ କୁମାର କହିଥିବା ବନ ସୁରକ୍ଷା ସମିତିର ଯୋଗେଶ୍ୱର କଲତା ସୂଚନା ଦେଇଛନ୍ତି।
The post ଦୁର୍ନୀତି ଲୁଚାଇବାକୁ ମାର୍ଚ୍ଚରେ ବନୀକରଣ appeared first on Dharitri Odia News.