ଏଥର ବରୁଣ ଗାନ୍ଧୀଙ୍କୁ ଟିକେଟ୍ ଦେଇନପାରେ ବିଜେପି; ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିପାରନ୍ତି ନିର୍ବାଚନ

ନୂଆଦିଲ୍ଲୀ: ଦଳ ଭିତରେ ରହି ଦଳକୁ ସମାଲୋଚନା କରିବା ଏଥର ବରୁଣ ଗାନ୍ଧୀଙ୍କୁ ମହଙ୍ଗା ପଡ଼ିପାରେ। ଏଥର ବିଜେପି ତାଙ୍କୁ ଟିକେଟ୍ ଦେବ ନାହିଁ ବୋଲି ଖବର ଆସୁଛି। ଯଦି ତାଙ୍କୁ ଟିକେଟ ନ ମିଳେ ତେବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳୁଛି। ଉତ୍ତର ପ୍ରଦେଶର ପିଲଭିତ ଆସନରୁ ବରୁଣ ନିର୍ବାଚନ ଲଢ଼ିବେ ବୋଲି ମିଡିଆରେ ଖବର ପ୍ରକାଶ ପାଉଛି। ୨୦୧୯ ଲୋକସଭା ନିର୍ବାଚନରେ ବରୁଣ ଗାନ୍ଧୀ ଉତ୍ତର ପ୍ରଦେଶର ପିଲଭିତ୍ ଆସନରୁ ତୃତୀୟ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଜାତିୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବରୁଣ ଗାନ୍ଧୀଙ୍କ ପ୍ରତିନିଧି ଦିଲ୍ଲୀରୁ ଫେରି ୪ ନାମାନଙ୍କନ ପେପର ଧରି ପୁଣି ଦିଲ୍ଲୀ ଯାଇଛନ୍ତି।ସେପଟେ ବିଜେପିର ସେଣ୍ଟ୍ରାଲ୍ ଇଲେକ୍ସନ କମିଶନ ବୈଠକ ଏପର୍ଯ୍ୟନ୍ତ ବସି ନାହିଁ। ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବା ପରେ ପିଲିଭିତ୍ ଆସନରେ କିଏ ଲଢ଼ିବା ତାହା ସ୍ଥିର କରାଯିବ। ତେବେ ସମସ୍ତ ଆଞ୍ଚଳିକ ନେତା କିନ୍ତୁ ବରୁଣଙ୍କୁ ଟିକେଟ୍ ଦେବାକୁ ବିରୋଧ କରୁଥିବା ସୂଚନା ମିଳିଛି। ଲୋକସଭା ନିର୍ବାଚନ ପାଇଁ ବିଜେପି ଏପର୍ଯ୍ୟନ୍ତ ଆମ୍ବେଦକର ନଗରର ପୂର୍ବତନ ବିଏସପି ସାଂସଦ ରିତେଶ ପାଣ୍ଡେଙ୍କୁ ପ୍ରାର୍ଥୀ କରିଥିବା ବେଳେ ହେମା ମଲିନୀ, ରବି କିଶନ, ଅଜୟ ମିଶ୍ର ଟେନି, ମହେଶ ଶର୍ମା, ଏସପି ବାଘେଲ ଏବଂ ସାକ୍ଷୀ ମହାରାଜଙ୍କୁ ନିଜ ନିଜ ଆସନରୁ ପୁଣିଥରେ ନିର୍ବାଚନ ଲଢ଼ିବାକୁ ଟ

ଏଥର ବରୁଣ ଗାନ୍ଧୀଙ୍କୁ ଟିକେଟ୍ ଦେଇନପାରେ ବିଜେପି; ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିପାରନ୍ତି ନିର୍ବାଚନ

ନୂଆଦିଲ୍ଲୀ: ଦଳ ଭିତରେ ରହି ଦଳକୁ ସମାଲୋଚନା କରିବା ଏଥର ବରୁଣ ଗାନ୍ଧୀଙ୍କୁ ମହଙ୍ଗା ପଡ଼ିପାରେ। ଏଥର ବିଜେପି ତାଙ୍କୁ ଟିକେଟ୍ ଦେବ ନାହିଁ ବୋଲି ଖବର ଆସୁଛି। ଯଦି ତାଙ୍କୁ ଟିକେଟ ନ ମିଳେ ତେବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳୁଛି। ଉତ୍ତର ପ୍ରଦେଶର ପିଲଭିତ ଆସନରୁ ବରୁଣ ନିର୍ବାଚନ ଲଢ଼ିବେ ବୋଲି ମିଡିଆରେ ଖବର ପ୍ରକାଶ ପାଉଛି। 

୨୦୧୯ ଲୋକସଭା ନିର୍ବାଚନରେ ବରୁଣ ଗାନ୍ଧୀ ଉତ୍ତର ପ୍ରଦେଶର ପିଲଭିତ୍ ଆସନରୁ ତୃତୀୟ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଜାତିୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବରୁଣ ଗାନ୍ଧୀଙ୍କ ପ୍ରତିନିଧି ଦିଲ୍ଲୀରୁ ଫେରି ୪ ନାମାନଙ୍କନ ପେପର ଧରି ପୁଣି ଦିଲ୍ଲୀ ଯାଇଛନ୍ତି।

ସେପଟେ ବିଜେପିର ସେଣ୍ଟ୍ରାଲ୍ ଇଲେକ୍ସନ କମିଶନ ବୈଠକ ଏପର୍ଯ୍ୟନ୍ତ ବସି ନାହିଁ। ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବା ପରେ ପିଲିଭିତ୍ ଆସନରେ କିଏ ଲଢ଼ିବା ତାହା ସ୍ଥିର କରାଯିବ। ତେବେ ସମସ୍ତ ଆଞ୍ଚଳିକ ନେତା କିନ୍ତୁ ବରୁଣଙ୍କୁ ଟିକେଟ୍ ଦେବାକୁ ବିରୋଧ କରୁଥିବା ସୂଚନା ମିଳିଛି। 

ଲୋକସଭା ନିର୍ବାଚନ ପାଇଁ ବିଜେପି ଏପର୍ଯ୍ୟନ୍ତ ଆମ୍ବେଦକର ନଗରର ପୂର୍ବତନ ବିଏସପି ସାଂସଦ ରିତେଶ ପାଣ୍ଡେଙ୍କୁ ପ୍ରାର୍ଥୀ କରିଥିବା ବେଳେ ହେମା ମଲିନୀ, ରବି କିଶନ, ଅଜୟ ମିଶ୍ର ଟେନି, ମହେଶ ଶର୍ମା, ଏସପି ବାଘେଲ ଏବଂ ସାକ୍ଷୀ ମହାରାଜଙ୍କୁ ନିଜ ନିଜ ଆସନରୁ ପୁଣିଥରେ ନିର୍ବାଚନ ଲଢ଼ିବାକୁ ଟିକେଟ୍ ଦେଇଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରୁ ନିର୍ବାଚନ ଲଢିବେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌରୁ ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଅମେଥୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।