ଉଚ୍ଚ ଶିକ୍ଷାନୁଷ୍ଠାନ ବର୍ଷକୁ ୨ଥର ନାମଲେଖା କରିପାରିବେ
ଭୁବନେଶ୍ୱର, ୧୨।୬(ଅସମାପିକା ସାହୁ):ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଏଣିକି ବର୍ଷକୁ ଦୁଇଥର ନାମଲେଖା କରିପାରିବେ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅନୁମତି ଦେଇଛି। ୨୦୨୪-୨୫ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ୟୁଜିସି ମୁଖ୍ୟ ଜଗଦେଶ କୁମାର କହିଛନ୍ତି, ବିଦେଶରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଭଳି ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ଦୁଇଥର ନାମଲେଖା ହେଲେ ବହୁ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ। ଜୁଲାଇ-ଅଗଷ୍ଟ ଏବଂ ଜାନୁଆରୀ-ଫେବୃଆରୀରେ ନାମଲେଖା ପ୍ରକ୍ରିୟା କରାଯାଇପାରିବ। ନାମଲେଖାରୁ ବଞ୍ଚତ୍ତ ହେଉଥିବା ଛାତ୍ରୀଛାତ୍ରଙ୍କୁ ଆଉ ଏକବର୍ଷ ଅପେକ୍ଷା କରିବାକୁ […] The post ଉଚ୍ଚ ଶିକ୍ଷାନୁଷ୍ଠାନ ବର୍ଷକୁ ୨ଥର ନାମଲେଖା କରିପାରିବେ appeared first on Dharitri Odia News.
ଭୁବନେଶ୍ୱର, ୧୨।୬(ଅସମାପିକା ସାହୁ):ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଏଣିକି ବର୍ଷକୁ ଦୁଇଥର ନାମଲେଖା କରିପାରିବେ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅନୁମତି ଦେଇଛି। ୨୦୨୪-୨୫ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ୟୁଜିସି ମୁଖ୍ୟ ଜଗଦେଶ କୁମାର କହିଛନ୍ତି, ବିଦେଶରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଭଳି ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ଦୁଇଥର ନାମଲେଖା ହେଲେ ବହୁ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ। ଜୁଲାଇ-ଅଗଷ୍ଟ ଏବଂ ଜାନୁଆରୀ-ଫେବୃଆରୀରେ ନାମଲେଖା ପ୍ରକ୍ରିୟା କରାଯାଇପାରିବ। ନାମଲେଖାରୁ ବଞ୍ଚତ୍ତ ହେଉଥିବା ଛାତ୍ରୀଛାତ୍ରଙ୍କୁ ଆଉ ଏକବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବୋର୍ଡ ରେଜଲ୍ଟ ପ୍ରକାଶ ହୋଇ ନ ଥିବାରୁ, ସ୍ବାସ୍ଥ୍ୟ ସମସ୍ୟା କିମ୍ବା କୌଣସି ବ୍ୟକ୍ତିଗତ କାରଣରୁ ଯେଉଁ ଛାତ୍ରୀଛାତ୍ର ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ପାରି ନ ଥିବେ, ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇପାରିବେ। ସେହିଭଳି ବର୍ଷକୁ ଦୁଇଥର ନାମଲେଖା ହେଲେ କମ୍ପାନୀଗୁଡ଼ିକ ମଧ୍ୟ ବର୍ଷକୁ ଦୁଇଥର କ୍ୟାମ୍ପସ ନିଯୁକ୍ତି ଦେଇପାରନ୍ତି ବୋଲି ଜଗଦେଶ କୁମାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ୱବ୍ୟାପୀ ବିଶ୍ୱବିଦ୍ୟାଳୟଗୁଡ଼ିକ ବର୍ଷକୁ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁସରଣ କରୁଛନ୍ତି। ଯଦି ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ଅନୁସରଣ କରନ୍ତି, ତେବେ ଆମର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ଅନ୍ତର୍ଜାତୀୟ ସହଯୋଗ ଏବଂ ଛାତ୍ର ବିନିମୟକୁ ବଢ଼ାଇ ପାରିବେ। ଫଳରେ ଆମେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଓ ବିଶ୍ୱବିସ୍ତରୀୟ ଶିକ୍ଷାଗତ ଯୋଗ୍ୟତାରେ ସମାସ୍କନ୍ଧ ହୋଇପାରିବୁ। ତେବେ ଏଥିପାଇଁ ଶିକ୍ଷାନଷ୍ଠାନଗୁଡିକରେ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଭିତ୍ତିଭୂମି ବିକାଶ କରିବାକୁ ହେବ। ପର୍ଯ୍ୟାପ୍ତ ସଂଖ୍ୟାରେ ଫାକଲ୍ଟି, କର୍ମଚାରୀ ଥିଲେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ଲାଗୁ କରିପାରିବେ। ତେବେ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ବର୍ଷକୁ ଦୁଇଥର ନାମଲେଖା ବାଧ୍ୟତାମୂଳକ ହେବ ନାହିଁ ବୋଲି ଜଗଦେଶ ସ୍ପଷ୍ଟ କରିଛନ୍ତି। ୟୁଜିସି ବର୍ଷକୁ ଦୁଇଥର ନାମଲେଖା ପାଇଁ ଅନୁମତି ଦେଇଛି। ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନ ସେମାନଙ୍କର ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି କରିବାକୁ କିମ୍ବା କୌଣସି ନୂଆ ପାଠ୍ୟକ୍ରମ ସାମିଲ କରିବା ପାଇଁ ଚାହୁଁଥିବେ, ସେମାନେ ଏହାର ସୁଯୋଗ ନେଇପାରିବେ। କିନ୍ତୁ ଏଥିପାଇଁ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ଆନୁଷ୍ଠାନିକ ନିୟମରେ ଉପଯୁକ୍ତ ସଂଶୋଧନ କରିବା ଆବଶ୍ୟକ ବୋଲି ଜଗଦେଶ କହିଛନ୍ତି।
The post ଉଚ୍ଚ ଶିକ୍ଷାନୁଷ୍ଠାନ ବର୍ଷକୁ ୨ଥର ନାମଲେଖା କରିପାରିବେ appeared first on Dharitri Odia News.