ହୋଲିରେ ଅଘଟଣ ରୋକିବାକୁ ଓଡ଼ିଶା ଅଗ୍ନିଶମ ବାହିନୀର ବଡ଼ ପଦକ୍ଷେପ, ନଦୀ ତୁଠରେ ଜଗିବେ ରେସ୍କ୍ୟୁ ଟିମ୍
ଭୁବନେଶ୍ୱର,୨୫।୩: ହୋଲିରେ ଅଘଟଣ ରୋକିବାକୁ ଓଡ଼ିଶା ଅଗ୍ନିଶମ ବାହିନୀ ତରଫରୁ ବଡ଼ ପଦକ୍ଷେପ ନିଆଯାଇଛି। କୁଆଖାଇ, ଦୟା, ଧଉଳି ପୁରୀ କେନାଲ, ବାଲିପାଟଣା, ବାଲିଅନ୍ତା, ବଙ୍କୁଆଲ ନଦୀ ଗୁଡ଼ିକ ତୁଠରେ ଅଗ୍ନିଶମ କର୍ମଚାରୀ ରହିବେ। ମେଶିନ ରବର୍ ବୋଟ, ଅଣ୍ଡର ୱାଟର କର୍ମଚାରୀ ଓ ଆମ୍ବୁଲାନ୍ସ ମଧ୍ୟ ରହିବ। ପ୍ରତି ତୁଠରେ ୬ ଜଣ ରେସ୍କ୍ୟୁ ଟିମ୍ ରହିବେ। ଏପରିକି ନିଶାସକ୍ତ ଅବସ୍ଥାରେ ପାଣିକୁ ନ ଯିବାକୁ କୁହାଯାଇଛି। ଡେପୁଟି ଫାୟାର ଅଫିସର ଅବନୀ ସ୍ବାଇଁ କହିଛନ୍ତି […] The post ହୋଲିରେ ଅଘଟଣ ରୋକିବାକୁ ଓଡ଼ିଶା ଅଗ୍ନିଶମ ବାହିନୀର ବଡ଼ ପଦକ୍ଷେପ, ନଦୀ ତୁଠରେ ଜଗିବେ ରେସ୍କ୍ୟୁ ଟିମ୍ appeared first on Dharitri Odia News.
ଭୁବନେଶ୍ୱର,୨୫।୩: ହୋଲିରେ ଅଘଟଣ ରୋକିବାକୁ ଓଡ଼ିଶା ଅଗ୍ନିଶମ ବାହିନୀ ତରଫରୁ ବଡ଼ ପଦକ୍ଷେପ ନିଆଯାଇଛି। କୁଆଖାଇ, ଦୟା, ଧଉଳି ପୁରୀ କେନାଲ, ବାଲିପାଟଣା, ବାଲିଅନ୍ତା, ବଙ୍କୁଆଲ ନଦୀ ଗୁଡ଼ିକ ତୁଠରେ ଅଗ୍ନିଶମ କର୍ମଚାରୀ ରହିବେ। ମେଶିନ ରବର୍ ବୋଟ, ଅଣ୍ଡର ୱାଟର କର୍ମଚାରୀ ଓ ଆମ୍ବୁଲାନ୍ସ ମଧ୍ୟ ରହିବ। ପ୍ରତି ତୁଠରେ ୬ ଜଣ ରେସ୍କ୍ୟୁ ଟିମ୍ ରହିବେ। ଏପରିକି ନିଶାସକ୍ତ ଅବସ୍ଥାରେ ପାଣିକୁ ନ ଯିବାକୁ କୁହାଯାଇଛି।
ଡେପୁଟି ଫାୟାର ଅଫିସର ଅବନୀ ସ୍ବାଇଁ କହିଛନ୍ତି ଯେ, ହୋଲି ଖେଳିସାରିବା ପରେ ଅଧିକ ପାଣି ଭିତରକୁ ଯାଆନ୍ତୁ ନାହିଁ। ଯଦି ଯାଉଛନ୍ତି ମିସିକି ଦୁଇ ଚାରି ଜଣ ଯାଆନ୍ତୁ। ଗାଧୋଇବା ସମୟରେ ମସ୍ତି କରନ୍ତୁ ନାହିଁ। ଛୋଟ ଛୁଆ ମାନଙ୍କୁ ନଦୀକୁ ପଠାନ୍ତୁନାହିଁ।
The post ହୋଲିରେ ଅଘଟଣ ରୋକିବାକୁ ଓଡ଼ିଶା ଅଗ୍ନିଶମ ବାହିନୀର ବଡ଼ ପଦକ୍ଷେପ, ନଦୀ ତୁଠରେ ଜଗିବେ ରେସ୍କ୍ୟୁ ଟିମ୍ appeared first on Dharitri Odia News.