ଘରୋଇ କଲେଜ ଛାତରୁ ପଡ଼ି କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ କଲେ ପରିବାର

ଭୁବନେଶ୍ବର ୨୧।୬: ଘରୋଇ କଲେଜ ଛାତରୁ ପଡ଼ି କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ । ହତ୍ୟା ସନ୍ଦେହ କଲେ ପରିବାର ଲୋକେ । ଭୁବନେଶ୍ବର ତମାଣ୍ଡୋ ଥାନା ଅଧୀନ ଏକ ଘରୋଇ ଇଞ୍ଜିନିୟରିଂ ୟୁନିଭରସିଟିରେ କମ୍ପୁଟର ସାଇନ୍ସ ବିଭାଗର ଅଧ୍ୟାପିକା ବର୍ଷା ମିଶ୍ର କଲେଜ ସମୟରେ ଗତ ୧୧ ତାରିଖ ଦିନ ସାଢେ଼ ୩ଟା ବେଳେ କଲେଜ ଛାତରୁ ଖସିପଡ଼ି ଗୁରୁତର ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । ତେବେ ପରିବାର ଲୋକଙ୍କ ଅଭିଯୋଗ କଲେଜ ସମୟରେ ବର୍ଷା କଲେଜ ଛାତରୁ ପଡିଲେ କେମିତି ? ଏହା ପୂର୍ବରୁ କଲେଜରେ ତାଙ୍କୁ ତାଙ୍କ HOD ନିର୍ଯାତନା ଦେଉଥିଲେ କି ? ତାଙ୍କୁ ହତ୍ୟା କରାଯିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର । ଏ ନେଇ ତମାଣ୍ଡୋ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିଛି । ତେବେ ଏ ସମ୍ପର୍କରେ ସଂପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।You Can Read :ନିଜ ଅପହରଣର ନାଟକ ରଚିଥିଲେ ନିଜେ, ମହିଳାଙ୍କ ସହ ଦୁଇ ଅଭିଯୁକ୍ତଙ୍କୁ ଧରିଲା କମିଶନରେଟ୍ ପୋଲିସ 

ଘରୋଇ କଲେଜ ଛାତରୁ ପଡ଼ି କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ କଲେ ପରିବାର

ଭୁବନେଶ୍ବର ୨୧।୬: ଘରୋଇ କଲେଜ ଛାତରୁ ପଡ଼ି କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ । ହତ୍ୟା ସନ୍ଦେହ କଲେ ପରିବାର ଲୋକେ । ଭୁବନେଶ୍ବର ତମାଣ୍ଡୋ ଥାନା ଅଧୀନ ଏକ ଘରୋଇ ଇଞ୍ଜିନିୟରିଂ ୟୁନିଭରସିଟିରେ କମ୍ପୁଟର ସାଇନ୍ସ ବିଭାଗର ଅଧ୍ୟାପିକା ବର୍ଷା ମିଶ୍ର କଲେଜ ସମୟରେ ଗତ ୧୧ ତାରିଖ ଦିନ ସାଢେ଼ ୩ଟା ବେଳେ କଲେଜ ଛାତରୁ ଖସିପଡ଼ି ଗୁରୁତର ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । 

ତେବେ ପରିବାର ଲୋକଙ୍କ ଅଭିଯୋଗ କଲେଜ ସମୟରେ ବର୍ଷା କଲେଜ ଛାତରୁ ପଡିଲେ କେମିତି ? ଏହା ପୂର୍ବରୁ କଲେଜରେ ତାଙ୍କୁ ତାଙ୍କ HOD ନିର୍ଯାତନା ଦେଉଥିଲେ କି ? ତାଙ୍କୁ ହତ୍ୟା କରାଯିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର । ଏ ନେଇ ତମାଣ୍ଡୋ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିଛି । ତେବେ ଏ ସମ୍ପର୍କରେ ସଂପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

You Can Read :

ନିଜ ଅପହରଣର ନାଟକ ରଚିଥିଲେ ନିଜେ, ମହିଳାଙ୍କ ସହ ଦୁଇ ଅଭିଯୁକ୍ତଙ୍କୁ ଧରିଲା କମିଶନରେଟ୍ ପୋଲିସ