ବ୍ରାଜିଲରେ ବାଇଡେନ୍‌ଙ୍କୁ ଭେଟିଲେ ମୋଦି

ରିଓ ଡି ଜନେଇରୋ ,୧୮ା୧୧: ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲର ରିଓ ଡି ଜନେଇରୋରେ ପହଞ୍ଚତ୍ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେଠାରେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍‌ଭା ଏବଂ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁରେରେସ୍‌ଙ୍କ ସମେତ ଅନେକ ବିଶ୍ୱନେତାଙ୍କୁ ଭେଟିଛନ୍ତି। ୧୮ ଓ ୧୯ ଦୁଇଦିନ ଧରି ଜି୨୦ ସମିଟ୍‌ ଚାଲିବ। ସମ୍ମିଳନୀରେ ଆସନ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବାଇଡେନ୍‌ଙ୍କ ସହ କରମର୍ଦ୍ଦନ […] The post ବ୍ରାଜିଲରେ ବାଇଡେନ୍‌ଙ୍କୁ ଭେଟିଲେ ମୋଦି appeared first on Dharitri Odia News.

ବ୍ରାଜିଲରେ ବାଇଡେନ୍‌ଙ୍କୁ ଭେଟିଲେ ମୋଦି

ରିଓ ଡି ଜନେଇରୋ ,୧୮ା୧୧: ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲର ରିଓ ଡି ଜନେଇରୋରେ ପହଞ୍ଚତ୍ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେଠାରେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍‌ଭା ଏବଂ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁରେରେସ୍‌ଙ୍କ ସମେତ ଅନେକ ବିଶ୍ୱନେତାଙ୍କୁ ଭେଟିଛନ୍ତି। ୧୮ ଓ ୧୯ ଦୁଇଦିନ ଧରି ଜି୨୦ ସମିଟ୍‌ ଚାଲିବ। ସମ୍ମିଳନୀରେ ଆସନ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବାଇଡେନ୍‌ଙ୍କ ସହ କରମର୍ଦ୍ଦନ କରିଥିବାବେଳେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ନାଇଜେରିଆ ଗସ୍ତ ପରେ ସୋମବାର ବ୍ରାଜିଲରେ ପହଞ୍ଚତ୍ଥିବା ମୋଦିଙ୍କୁ ରିଓ ଡି ଜନେଇରୋରେ ପ୍ରବାସୀ ଭାରତୀୟମାନେ ସଂସ୍କୃତ ଶ୍ଳୋକ ଗାଇ ସ୍ବାଗତ କରିଥିଲେ।

The post ବ୍ରାଜିଲରେ ବାଇଡେନ୍‌ଙ୍କୁ ଭେଟିଲେ ମୋଦି appeared first on Dharitri Odia News.