ପଦ୍ମକେଶରୀପୁରର ପୋତାଧନ! କେବେ ଇଓଡବ୍ଲ୍ୟୁରେ ହେବ ମାମଲା?

କନକ ବ୍ୟୁରୋ: ଯେଉଁଠି ବଡ଼ ଧରଣର ଅର୍ଥ କାରବାର ହୁଏ, ସେଠି ଇଓଡବ୍ଲୁ ମୁଣ୍ଡ ପୁରାଇବା କଥା । ହେଲେ ଆଶ୍ଚର୍ୟ୍ୟଜନକ ଭାବେ, ବର୍ଷ ବର୍ଷ ଧରି ସୁଧ କାରବାର ଚାଲିଥିଲେ ବି ମୁଣ୍ଡ ଖେଳାଉନାହିଁ ଅର୍ଥନୈତିକ ଅପରାଧ ଶାଖା। ଯାହା କ୍ରାଇମବ୍ରାଂଚର ଏହି ସ୍ୱତନ୍ତ୍ର ସଂସ୍ଥା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି, ଲୋକେ ଆଉ କେତେ ଦୁର୍ଦଶା ଭୋଗିଲେ, ଇଓଡବ୍ଲୁର ନୀଦ ଭାଙ୍ଗିବ । ପଦ୍ମକେଶରୀପୁରର ମହାଜନୀ କାରବାର ଦାଣ୍ଡରେ […] The post ପଦ୍ମକେଶରୀପୁରର ପୋତାଧନ! କେବେ ଇଓଡବ୍ଲ୍ୟୁରେ ହେବ ମାମଲା? first appeared on Kanak News.

ପଦ୍ମକେଶରୀପୁରର ପୋତାଧନ! କେବେ ଇଓଡବ୍ଲ୍ୟୁରେ ହେବ ମାମଲା?

କନକ ବ୍ୟୁରୋ: ଯେଉଁଠି ବଡ଼ ଧରଣର ଅର୍ଥ କାରବାର ହୁଏ, ସେଠି ଇଓଡବ୍ଲୁ ମୁଣ୍ଡ ପୁରାଇବା କଥା । ହେଲେ ଆଶ୍ଚର୍ୟ୍ୟଜନକ ଭାବେ, ବର୍ଷ ବର୍ଷ ଧରି ସୁଧ କାରବାର ଚାଲିଥିଲେ ବି ମୁଣ୍ଡ ଖେଳାଉନାହିଁ ଅର୍ଥନୈତିକ ଅପରାଧ ଶାଖା। ଯାହା କ୍ରାଇମବ୍ରାଂଚର ଏହି ସ୍ୱତନ୍ତ୍ର ସଂସ୍ଥା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି, ଲୋକେ ଆଉ କେତେ ଦୁର୍ଦଶା ଭୋଗିଲେ, ଇଓଡବ୍ଲୁର ନୀଦ ଭାଙ୍ଗିବ ।

ପଦ୍ମକେଶରୀପୁରର ମହାଜନୀ କାରବାର ଦାଣ୍ଡରେ ପଡି ହାଟରେ ଗଡିଲାଣି । ହେଲେ ପ୍ରଶାସନର କାନକୁ ଶୁଭୁନି । ରାଜଧାନୀ ଛାତିରେ ସୁଧିଆଙ୍କ ଦୌରାତ୍ମ ରାଜ୍ୟ ପାଇଁ ଲଜ୍ଜା ଜନକ ବିଷୟ ପାଲଟିଛି। ସୁଧିଆଙ୍କମାନେ ମୁଳ ଟଙ୍କାର ହଜାର ପ୍ରତିଶତ ନେଇ ସାରିଲା ପରେ, କେମିତି ଲୋକଙ୍କୁ ଲୁଣ୍ଠନ କରୁଛନ୍ତି ତାର ନଗ୍ନ ଚିତ୍ର ସାମାନକୁ ଆସିଥିଲା। ସାମାନ୍ୟ ଟଙ୍କା ପାଇଁ ଘରେ ପଶି ସୁଧିଆମାନେ ହାଣି ପକାଉଛନ୍ତି। ଏପରିକି ଜମି, ଡିହ,ବାଡି ଓ ଘର ନିଜ କବଜାକୁ ନେଉଛନ୍ତି ସୁଧିଆ। ବେଆଇନ ଓ ବେଧଡକ ଭାବେ ଏଠାରେ ଗୋଟିଏ ପ୍ରକାରର ଚିଟଫଣ୍ଡ ଚାଲିଛି। ହେଲେ ସବୁ ଜାଣି ବି ଚୁପ ଅଛି ଆଇନ ବ୍ୟବସ୍ଥା। ଆଉ ଏ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଓକିଲ ଓ ଚିଟଫଣ୍ଡ ଜମାକାରୀ ଆନ୍ଦୋଳନ ସଂଘ ଆବାହକ।

ସେପଟେ ପୂର୍ବତନ ପୁଲିସ ଡିଜି କହିଛନ୍ତି ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ସୁଧିଆଙ୍କ ବିରୋଧରେ ପୁଲିସ କଡା ଦଫା ଲଗାଇବାର ପ୍ରାବଧାନ ରହିଛି। ବିନା ଲାଇସେନ୍ସରେ ସୁଧ କାରବାର କରିବା ପାଇଁ ମନି ଲଣ୍ଡରିଂର କଡା ଆଇନ ବ୍ୟବସ୍ଥା ରହିଛି। ଲୋକଙ୍କ ଠାରୁ ଜୋରଜବରଦସ୍ତ ଟଙ୍କା ଆଦାୟ କରିବା ପାଇଁ ଦାଦାବଟି ଆଦାୟ କରିବା, ପର ଜମି ଛଡାଇ ନେବା, ଘରେ ପଶି ହାଣିବା, ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ଦଫାରେ ଏମାନଙ୍କ ଗିରଫଦାରୀ ହୋଇପାରିବ। କିନ୍ତୁ ପୁଲିସ ଯଦି ହାଲୁକା ଭାବେ ନିଏ,ତାହା ହେଲେ ଏହା କେବେବି ସମ୍ଭବପର ହୋଇପାରିବ ନାହିଁ।

ପଦ୍ମକେଶରୀପୁରରେ ଲୁଧ କାରବାରକୁ ନେଇ ମହାଭାରତ ଘଟଣାକୁ ନେଇ ଉଠିଛି ନେକ ପ୍ରଶ୍ନ-
– କେମିତି ବିନା ଲାଇସେନ୍ସରେ ଚାଲିଛି ସୁଧ କାରବାର?
– କାହିଁକି ସାବାଡ ହେଉ ନାହାଁନ୍ତି ସୁଧିଆ?
– ଏହି ସୁଧିଆ ମାନଙ୍କ ପଛରେ କାହାର ହାତ?

The post ପଦ୍ମକେଶରୀପୁରର ପୋତାଧନ! କେବେ ଇଓଡବ୍ଲ୍ୟୁରେ ହେବ ମାମଲା? first appeared on Kanak News.