ନେପାଳ ବିମାନ ଦୁର୍ଘଟଣା: ବିମାନ କର୍ମଚାରୀଙ୍କ ସମେତ ସ୍ତ୍ରୀ-ପୁଅଙ୍କ ଜୀବନ ଗଲା, ଭିଡିଓ ଦେଖିଲେ…

କାଠମାଣ୍ଡୁ,୨୪ା୭: ବୁଧବାର ନେପାଳର ରାଜଧାନୀ କାଠମାଣ୍ଡୁରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଏକ ଦୁଃଖଦ କାହାଣୀ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କ ସମେତ ମୋଟ୍‌ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ପାଇଲଟ ଗୁରୁତର ହୋଇଛନ୍ତି। ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପରେ ସୌର୍ଯ୍ୟ ବିମାନରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣା ସମୟରେ ବିମାନରେ ସମୁଦାୟ ୧୯ ଜଣ ଲୋକ ଥିଲେ। Video shows moment of plane crash in […] The post ନେପାଳ ବିମାନ ଦୁର୍ଘଟଣା: ବିମାନ କର୍ମଚାରୀଙ୍କ ସମେତ ସ୍ତ୍ରୀ-ପୁଅଙ୍କ ଜୀବନ ଗଲା, ଭିଡିଓ ଦେଖିଲେ… appeared first on Dharitri Odia News.

ନେପାଳ ବିମାନ ଦୁର୍ଘଟଣା: ବିମାନ କର୍ମଚାରୀଙ୍କ ସମେତ ସ୍ତ୍ରୀ-ପୁଅଙ୍କ ଜୀବନ ଗଲା, ଭିଡିଓ ଦେଖିଲେ…

କାଠମାଣ୍ଡୁ,୨୪ା୭: ବୁଧବାର ନେପାଳର ରାଜଧାନୀ କାଠମାଣ୍ଡୁରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଏକ ଦୁଃଖଦ କାହାଣୀ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କ ସମେତ ମୋଟ୍‌ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ପାଇଲଟ ଗୁରୁତର ହୋଇଛନ୍ତି। ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପରେ ସୌର୍ଯ୍ୟ ବିମାନରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣା ସମୟରେ ବିମାନରେ ସମୁଦାୟ ୧୯ ଜଣ ଲୋକ ଥିଲେ।

ରିପୋର୍ଟ ଅନୁଯାୟୀ, ବିମାନ ଟେକ୍ନିସିଆନ ମନୁ ରାଜ ଶର୍ମା, ତାଙ୍କ ସ୍ତ୍ରୀ ପ୍ରିଜା ଖାଟିଓ୍ବାଡା ଏବଂ ସେମାନଙ୍କର ଚାରି ବର୍ଷର ପୁଅ ଆଦି ରାଜ ଶର୍ମାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପ୍ରିଜା ଶକ୍ତି, ଜଳ ସମ୍ପଦ ଏବଂ ଜଳସେଚନ ମନ୍ତ୍ରଣାଳୟରେ ସହକାରୀ କମ୍ପ୍ୟୁଟର ଅପରେଟର ଭାବରେ କାର୍ଯ୍ୟ କରୁଥିଲେ।

ଦୁର୍ଘଟଣା ପରେ ଅଧିକାରୀମାନେ କହିଛନ୍ତି ଯେ, ପୋଖରା ଅଭିମୁଖେ ବିମାନରେ ଦୁଇଜଣ କ୍ରୁ ସଦସ୍ୟ ଏବଂ ବିମାନର ବୈଷୟିକ କର୍ମଚାରୀଙ୍କ ସମେତ ମୋଟ୍‌ ୧୯ ଜଣ ଜଣ ଯାତ୍ରା କରୁଥିଲେ। ଏହି ବିମାନଟି ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ଦୁର୍ଘଟଣାରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ପାଇଁ ସେ ଦୁଃଖିତ। ପ୍ରଧାନମନ୍ତ୍ରୀ କହିଛନ୍ତି, ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏହି ଦୁଃଖଦ ସମୟରେ ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ ସେ ଅନୁରୋଧ କରିଛନ୍ତି।

The post ନେପାଳ ବିମାନ ଦୁର୍ଘଟଣା: ବିମାନ କର୍ମଚାରୀଙ୍କ ସମେତ ସ୍ତ୍ରୀ-ପୁଅଙ୍କ ଜୀବନ ଗଲା, ଭିଡିଓ ଦେଖିଲେ… appeared first on Dharitri Odia News.