ମୋଦିଙ୍କ ଭୁଟାନ ଗସ୍ତ ସ୍ଥଗିତ: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁଟାନ ଗସ୍ତକୁ ସ୍ଥଗିତ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ସେଠାରେ ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଟାନ ଗସ୍ତକୁ ମାର୍ଚ୍ଚ ୨୧-୨୨ରେ ସ୍ଥଗିତ ରଖାଯାଇଛି, ଖୁବ ଶୀଘ୍ର ଏହି ଗସ୍ତର ନୂତନ ତାରିଖ ଘୋଷଣା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ପାରୋ ବିମାନବନ୍ଦରରେ ଖରାପ ପାଗ ଯୋଗୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଟାନ ଗସ୍ତକୁ ସ୍ଥଗିତ ରଖିବାକୁ ପାରସ୍ପରିକ ନିଷ୍ପତ୍ତି […] The post ମୋଦିଙ୍କ ଭୁଟାନ ଗସ୍ତ ସ୍ଥଗିତ: ପଛରେ ରହିଛି ଏମିତି କାରଣ appeared first on Dharitri Odia News.

ମୋଦିଙ୍କ ଭୁଟାନ ଗସ୍ତ ସ୍ଥଗିତ: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁଟାନ ଗସ୍ତକୁ ସ୍ଥଗିତ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ସେଠାରେ ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଟାନ ଗସ୍ତକୁ ମାର୍ଚ୍ଚ ୨୧-୨୨ରେ ସ୍ଥଗିତ ରଖାଯାଇଛି, ଖୁବ ଶୀଘ୍ର ଏହି ଗସ୍ତର ନୂତନ ତାରିଖ ଘୋଷଣା କରାଯିବ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ପାରୋ ବିମାନବନ୍ଦରରେ ଖରାପ ପାଗ ଯୋଗୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଟାନ ଗସ୍ତକୁ ସ୍ଥଗିତ ରଖିବାକୁ ପାରସ୍ପରିକ ନିଷ୍ପତ୍ତି ନିଆଯାଇଛି। କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଉଭୟ ପକ୍ଷ ନୂତନ ତାରିଖ ଉପରେ ବିଚାର କରୁଛନ୍ତି।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୧-୨୨ରେ ପ୍ରଧାନମନ୍ତ୍ରୀ ମୋଦି ଭୁଟାନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା।

The post ମୋଦିଙ୍କ ଭୁଟାନ ଗସ୍ତ ସ୍ଥଗିତ: ପଛରେ ରହିଛି ଏମିତି କାରଣ appeared first on Dharitri Odia News.