ବଦଳୁଛି ଗ୍ରାହକଙ୍କ ରୁଚି, ପେଟ୍ରୋଲ-ଡିଜେଲ ତୁଳନାରେ ସିଏନଜି ସିଡାନ କାର୍ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ବଦଳୁଛି ଗ୍ରାହକଙ୍କ କାର୍‌ କିଣିବେ ରୁଚି । ବିଶେଷ କରି ସିଡାନ ସେଗମେଣ୍ଟରେ ବଦଳିଛି ଗ୍ରାହକଙ୍କ ପସନ୍ଦ । କାରଣ ଏବେ ପେଟ୍ରୋଲ ଓ ଡିଜେଲ ତୁଳନାରେ ସିଏନଜି ସିଡାନ କାର୍ ପ୍ରତି ବେଶୀ ଆକୃଷ୍ଟ ହେଉଛନ୍ତି । ଏହାର କାରଣ ହେଉଛି ସ୍ବଚ୍ଛ ଇନ୍ଧନ ପ୍ରତି ଆଗ୍ରହ ବଢ଼ିବା ଓ ତା’ ସହ ଏହି କାର୍‌ରୁ ଅଧିକ ମାଇଲେଜ ମଧ୍ୟ ମିଳୁଛି। ଗ୍ଲୋବାଲ ଡାଟା ଆନାଲିଟିକ୍ସ କମ୍ପାନି ଜାଟୋ ଡାଇନାମିକ୍ସ ଅନୁଯାୟୀ, ବର୍ତ୍ତମାନ ଭାରତରେ ବିକ୍ରି ହେଉଥିବା ୪୦ ପ୍ରତିଶତରୁ ଅଧିକ ସିଡାନ କାର୍‌ ସିଏନଜି ଦ୍ବାରା ପରିଚାଳିତ । ଏହାର କାରଣ ହେଉଛି ଉପଭୋକ୍ତା ଦ୍ରୁତ ଭାବରେ ସ୍ବଚ୍ଛ ଇନ୍ଧନକୁ ଆପଣାଉଛନ୍ତି। ସେହିଭଳି ଆଉ ଏକ ବଡ଼ କାରଣ ହେଉଛି ସିଡାନ କାର୍‌କୁ ଲୋକେ ବ୍ୟବସାୟ ଉଦ୍ଦେଶ୍ୟ ପାଇଁ ମଧ୍ୟ କିଣୁଛନ୍ତି। ଏମିତିରେ ସିଏନଜି ସହ ସିଡାନ କାର୍‌ର ମାଇଲେଜ ଭଲ ମିଳୁଛି। ତେଣୁ ସିଏନଜି ଥିବା ସିଡାନ କାରର ବିକ୍ରି ବଢ଼ୁଛି। ତଥ୍ୟରୁ ଜଣାପଡ଼ିଛି ଯେ, ଗତ କିଛି ବର୍ଷ ମଧ୍ୟରେ ସିଏନଜି ସିଡାନ କାର୍‌ର ଗ୍ରହଣୀୟତା ବଢ଼ିଛି। ୨୦୨୧ର ୧୦.୮ ପ୍ରତିଶତ ଥିବା ସିଏନଜି ସିଡାନ କାର୍ ଉପଭୋକ୍ତାଙ୍କ ସଂଖ୍ୟା ୨୦୨୪ରେ ୪୧.୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଯେତେବେଳେକି ପେଟ୍ରୋଲ ଉପଭୋକ୍ତାଙ୍କ ହ୍ରାସ ହୋଇଛି । କାରଣ ୨୦୨୧ରେ ୮୨ ପ୍ରତିଶତ ଥବା ପ୍ରେଟ୍ରୋଲ କାର୍‌ ୟୁଜରଙ୍କ ସଂଖ୍ୟା ଏବେ ୨୦୨୪ରେ ୫୫.୫ ପ୍ରତିଶତକୁ ଖସି ଆସିଛି। ସେହିଭଳି ୨୦୨୧

ବଦଳୁଛି ଗ୍ରାହକଙ୍କ ରୁଚି, ପେଟ୍ରୋଲ-ଡିଜେଲ ତୁଳନାରେ ସିଏନଜି ସିଡାନ କାର୍ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ବଦଳୁଛି ଗ୍ରାହକଙ୍କ କାର୍‌ କିଣିବେ ରୁଚି । ବିଶେଷ କରି ସିଡାନ ସେଗମେଣ୍ଟରେ ବଦଳିଛି ଗ୍ରାହକଙ୍କ ପସନ୍ଦ । କାରଣ ଏବେ ପେଟ୍ରୋଲ ଓ ଡିଜେଲ ତୁଳନାରେ ସିଏନଜି ସିଡାନ କାର୍ ପ୍ରତି ବେଶୀ ଆକୃଷ୍ଟ ହେଉଛନ୍ତି । ଏହାର କାରଣ ହେଉଛି ସ୍ବଚ୍ଛ ଇନ୍ଧନ ପ୍ରତି ଆଗ୍ରହ ବଢ଼ିବା ଓ ତା’ ସହ ଏହି କାର୍‌ରୁ ଅଧିକ ମାଇଲେଜ ମଧ୍ୟ ମିଳୁଛି। 

ଗ୍ଲୋବାଲ ଡାଟା ଆନାଲିଟିକ୍ସ କମ୍ପାନି ଜାଟୋ ଡାଇନାମିକ୍ସ ଅନୁଯାୟୀ, ବର୍ତ୍ତମାନ ଭାରତରେ ବିକ୍ରି ହେଉଥିବା ୪୦ ପ୍ରତିଶତରୁ ଅଧିକ ସିଡାନ କାର୍‌ ସିଏନଜି ଦ୍ବାରା ପରିଚାଳିତ । ଏହାର କାରଣ ହେଉଛି ଉପଭୋକ୍ତା ଦ୍ରୁତ ଭାବରେ ସ୍ବଚ୍ଛ ଇନ୍ଧନକୁ ଆପଣାଉଛନ୍ତି। ସେହିଭଳି ଆଉ ଏକ ବଡ଼ କାରଣ ହେଉଛି ସିଡାନ କାର୍‌କୁ ଲୋକେ ବ୍ୟବସାୟ ଉଦ୍ଦେଶ୍ୟ ପାଇଁ ମଧ୍ୟ କିଣୁଛନ୍ତି। ଏମିତିରେ ସିଏନଜି ସହ ସିଡାନ କାର୍‌ର ମାଇଲେଜ ଭଲ ମିଳୁଛି। ତେଣୁ ସିଏନଜି ଥିବା ସିଡାନ କାରର ବିକ୍ରି ବଢ଼ୁଛି। 

ତଥ୍ୟରୁ ଜଣାପଡ଼ିଛି ଯେ, ଗତ କିଛି ବର୍ଷ ମଧ୍ୟରେ ସିଏନଜି ସିଡାନ କାର୍‌ର ଗ୍ରହଣୀୟତା ବଢ଼ିଛି। ୨୦୨୧ର ୧୦.୮ ପ୍ରତିଶତ ଥିବା ସିଏନଜି ସିଡାନ କାର୍ ଉପଭୋକ୍ତାଙ୍କ ସଂଖ୍ୟା ୨୦୨୪ରେ ୪୧.୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଯେତେବେଳେକି ପେଟ୍ରୋଲ ଉପଭୋକ୍ତାଙ୍କ ହ୍ରାସ ହୋଇଛି । କାରଣ ୨୦୨୧ରେ ୮୨ ପ୍ରତିଶତ ଥବା ପ୍ରେଟ୍ରୋଲ କାର୍‌ ୟୁଜରଙ୍କ ସଂଖ୍ୟା ଏବେ ୨୦୨୪ରେ ୫୫.୫ ପ୍ରତିଶତକୁ ଖସି ଆସିଛି। ସେହିଭଳି ୨୦୨୧ରେ ଡିଜେଲ ଉପଭୋକ୍ତାଙ୍କ ସଂଖ୍ୟା ୬.୫ ପ୍ରତିଶତ ଥିବାବେଳେ, ୨୦୨୪ରେ ଏହା ୧.୧ ପ୍ରତିଶତକୁ ଖସିଆସିଛି। 

ଜାଟୋ ଡାଇନାମିକ୍ସର ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶକ ରବି ଭାଟିଆ କହିଛନ୍ତି ସିଡାନ କାର୍‌କୁ ଟାକ୍ସି ଭାବରେ ଅଧିକ ବ୍ୟବହାର କରାଯାଉଛି। ସେ କହିଛନ୍ତି, ‘ଡିଜାୟରର ପ୍ରାୟ ୩୩ ପ୍ରତିଶତ ବିକ୍ରି ଟାକ୍ସି ଶ୍ରେଣୀରେ ରହିଛି । ଦୁଇଟି କାମ ପାଇଁ ବ୍ୟବହାର କରୁଥିବା ଲୋକେ ସିଏନଜି କାର ବ୍ୟବହାରକୁ ପସନ୍ଦ କରୁଛନ୍ତି। ସେହିଭଳି ଟାକ୍ସି ପାଇଁ ହ୍ୟୁଣ୍ଡାଇ ଅରା, ଟାଟା ଟିଗୋର ଏବଂ ମାରୁତି ଡିଜାୟର ଭଳି ଲୋକପ୍ରିୟ ମଡେଲର, କମ୍ପାକ୍ଟ ସିଡାନ ଚାହିଦା ବୃଦ୍ଧିରେ ଯୋଗଦାନ ରହିଛି । ତଥ୍ୟରୁ ଜଣାପଡ଼ିଛି ଯେ, ସମଗ୍ର ସିଡାନ ଶ୍ରେଣୀରେ କମ୍ପାକ୍ଟ ସିଡାନ ଚାହିଦା ୨୦୨୧ର ୬୮ ପ୍ରତିଶତରୁ ବଢ଼ି ୨୦୨୪ରେ ଏପର୍ଯ୍ୟନ୍ତ ୭୪.୬ ପ୍ରତିଶତ ହୋଇଛି। ସେହିଭଳି ମିଡ୍ ସିଡାନରେ ହୋଣ୍ଡା ସିଟି, ମାରୁତି ଡିଜାୟର ଏବଂ ଫୋକ୍ସଓ୍ବାଗନ ଭର୍ଚୁସ ଭଳି ପ୍ରାଇଭେଟ କାର୍‌ ଭାବରେ ବ୍ୟବହାର କମିଛି। କାରଣ ଏହାର ଚାହିଦା ୨୦୨୧ରେ ୨୬.୨ ପ୍ରତିଶତ ରହିଥିଲା ଯାହା ଏବେ ୨୦.୨ ପ୍ରତିଶତ ରହିଛି। 

ଅବଶ୍ୟ ସମୁଦାୟ ସିଡାନ ଶ୍ରେଣୀ କଥା ଦେଖିଲେ ଦେଶର ଯାତ୍ରୀବାହୀ ମାର୍କେଟ ସେୟାରରେ ହ୍ରାସ ହୋଇଛି । କାରଣ ଉପଭୋକ୍ତାମାନେ ଏବେ ଏସୟୁଭି ଆଡ଼କୁ ମଧ୍ୟ ବେଶ୍‌ ଆକର୍ଷିତ ହେଉଛନ୍ତି। ଜାଟୋ ଡାଇନାମିକ୍ସର ତଥ୍ୟରୁ ଜଣାପଡ଼ିଛି ଯେ, ସିଡାନ ଶ୍ରେଣୀର ସେୟାର ୨୦୨୧ର ୧୦.୦୫ ପ୍ରତିଶତରୁ ଖସି ୨୦୨୪ରେ ଏପର୍ଯ୍ୟନ୍ତ ୮.୩ ପ୍ରତିଶତ ହୋଇଛି।