ପୋଲିସ ଉପସ୍ଥିତିରେ ୨ ଗୋଷ୍ଠୀ ମୁହାଁମୁହିଁ, ସୁନହଟ୍‌ରେ ପୋଲିସ ଛାଉଣୀ

ବାଲେଶ୍ବର ୧୭/୬: ସୁନହଟରେ ୨ ଗୋଷ୍ଠୀ ମୁହାଁମୁହିଁରୁ ଉତ୍ତେଜନା ଘଟଣାରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ବର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାଇଚାରା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନହଟରେ ପୋଲିସ ଉପସ୍ଥିତିରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କଥା କଟାକଟିରୁ ଉଭୟ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ ହୋଇଛି । ପଥର ମାଡରେ ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଛି । ୨ ଗୋଷ୍ଠୀର ଅନେକ ଆହତ ହୋଇ ଥିବାବେଳେ ଗାଡି ଭଙ୍ଗାରୁଜା ହୋଇଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏସ୍‌ପି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉତ୍ତେଜନା ପ୍ରବଣ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ୨ ଗୋଷ୍ଠୀର ମୁରବୀ ମାନଙ୍କୁ ନେଇ ଆଲୋଚନା କରୁଛି ପୋଲିସ ।   

ପୋଲିସ ଉପସ୍ଥିତିରେ ୨ ଗୋଷ୍ଠୀ ମୁହାଁମୁହିଁ, ସୁନହଟ୍‌ରେ ପୋଲିସ ଛାଉଣୀ

ବାଲେଶ୍ବର ୧୭/୬: ସୁନହଟରେ ୨ ଗୋଷ୍ଠୀ ମୁହାଁମୁହିଁରୁ ଉତ୍ତେଜନା ଘଟଣାରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ବର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାଇଚାରା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । 

ସୁନହଟରେ ପୋଲିସ ଉପସ୍ଥିତିରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କଥା କଟାକଟିରୁ ଉଭୟ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ ହୋଇଛି । ପଥର ମାଡରେ ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଛି । ୨ ଗୋଷ୍ଠୀର ଅନେକ ଆହତ ହୋଇ ଥିବାବେଳେ ଗାଡି ଭଙ୍ଗାରୁଜା ହୋଇଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏସ୍‌ପି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉତ୍ତେଜନା ପ୍ରବଣ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ୨ ଗୋଷ୍ଠୀର ମୁରବୀ ମାନଙ୍କୁ ନେଇ ଆଲୋଚନା କରୁଛି ପୋଲିସ ।