କିଏ ହେବ ପିସିସି ମୁଖିଆ ? ଏବେ ଦିଲ୍ଲୀ ମୁହାଁ ରାଜ୍ୟ କଂଗ୍ରେସ ନେତା
ଭୁବନେଶ୍ୱର ୦୧।୦୮ : ପିସିସି ସଭାପତି ପାଇଁ ଆରମ୍ଭ ହୋଇଯାଇଛି ଲବ । ବିଧାନସଭା ସାମୟିକ ବିରତି ଥିବା ବେଳେ ଏବେ ଓଡିଶା କଂଗ୍ରେସ ନେତାଙ୍କ ଦିଲ୍ଲୀ ମୁହାଁ । ମୁରବି ଶୁନ୍ୟ ଓଡିଶାକୁ ଖୁବଶୀଘ୍ର ମିଳିପାରେ ନୂଆ ମୁଖିଆ । ଖବର ଅନୁଯାୟୀ, ଓଡିଶାର କିଛି କଂଗ୍ରେସ ନେତା ଦିଲ୍ଲୀ ଗସ୍ତ କରିଥିବା ଜଣାପଡିଛି । ଆଉ ଏବେ ଗୁରୁବାର ଦିନ ସକାଳୁ ସକାଳୁ ଦିଲ୍ଲୀ ଗସ୍ତ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହି ଗସ୍ତ ଅବସରରେ କଂଗ୍ରେସ ଅଧ୍ୟକ୍ଷ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କିଛି ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଦିଲ୍ଲୀ ଗସ୍ତରେ ପିସିସିର କିଏ ସଭାପତି ହେବ । ସେନେଇ ମାନସ ମନ୍ଥନ ଚାଲିବ । ତେବେ କାହାକୁ ଭରସା କରିବେ ହାଇକମାଣ୍ଡ । ତାହା ଦେଖିବାକୁ ବାକି ରହିଲା । ହେଲେ ଏହି ପିସିସି ସଭାପତି ରେସ୍ରେ ଅନେକ ବରିଷ୍ଠ ନେତା ରହିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ସାଧାରଣ ଏବଂ ଲୋକସଭା ନିର୍ବାଚନ ଏକାସାଙ୍ଗରେ ହୋଇଥିଲା । ଏଥିରେ କଂଗ୍ରେସ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା । ହେଲେ ପୂର୍ବ ନିର୍ବାଚନ ଅପେକ୍ଷା ଭଲ ସିଟ୍ ଜିତିଥିଲା । କିନ୍ତୁ ନିର୍ବାଚନ ପରେ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକଙ୍କୁ ହଟାଯାଇଥିଲା । ଏହାସହ ସମସ୍ତ କମିଟି ମଧ୍ୟ ଭଙ୍ଗ କରାଯାଇଥିଲା । ସେବେଠୁ ରାଜ୍ୟ କଂଗ୍ରେସ ମୁଖିଆ ବିହୀନ ରହିଛି । ତେଣୁ ଖୁବଶୀଘ୍
ଭୁବନେଶ୍ୱର ୦୧।୦୮ : ପିସିସି ସଭାପତି ପାଇଁ ଆରମ୍ଭ ହୋଇଯାଇଛି ଲବ । ବିଧାନସଭା ସାମୟିକ ବିରତି ଥିବା ବେଳେ ଏବେ ଓଡିଶା କଂଗ୍ରେସ ନେତାଙ୍କ ଦିଲ୍ଲୀ ମୁହାଁ । ମୁରବି ଶୁନ୍ୟ ଓଡିଶାକୁ ଖୁବଶୀଘ୍ର ମିଳିପାରେ ନୂଆ ମୁଖିଆ ।
ଖବର ଅନୁଯାୟୀ, ଓଡିଶାର କିଛି କଂଗ୍ରେସ ନେତା ଦିଲ୍ଲୀ ଗସ୍ତ କରିଥିବା ଜଣାପଡିଛି । ଆଉ ଏବେ ଗୁରୁବାର ଦିନ ସକାଳୁ ସକାଳୁ ଦିଲ୍ଲୀ ଗସ୍ତ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହି ଗସ୍ତ ଅବସରରେ କଂଗ୍ରେସ ଅଧ୍ୟକ୍ଷ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କିଛି ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଦିଲ୍ଲୀ ଗସ୍ତରେ ପିସିସିର କିଏ ସଭାପତି ହେବ । ସେନେଇ ମାନସ ମନ୍ଥନ ଚାଲିବ । ତେବେ କାହାକୁ ଭରସା କରିବେ ହାଇକମାଣ୍ଡ । ତାହା ଦେଖିବାକୁ ବାକି ରହିଲା । ହେଲେ ଏହି ପିସିସି ସଭାପତି ରେସ୍ରେ ଅନେକ ବରିଷ୍ଠ ନେତା ରହିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ସାଧାରଣ ଏବଂ ଲୋକସଭା ନିର୍ବାଚନ ଏକାସାଙ୍ଗରେ ହୋଇଥିଲା । ଏଥିରେ କଂଗ୍ରେସ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା । ହେଲେ ପୂର୍ବ ନିର୍ବାଚନ ଅପେକ୍ଷା ଭଲ ସିଟ୍ ଜିତିଥିଲା । କିନ୍ତୁ ନିର୍ବାଚନ ପରେ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକଙ୍କୁ ହଟାଯାଇଥିଲା । ଏହାସହ ସମସ୍ତ କମିଟି ମଧ୍ୟ ଭଙ୍ଗ କରାଯାଇଥିଲା । ସେବେଠୁ ରାଜ୍ୟ କଂଗ୍ରେସ ମୁଖିଆ ବିହୀନ ରହିଛି । ତେଣୁ ଖୁବଶୀଘ୍ର ରାଜ୍ୟ ପିସିସିକୁ ନୂଆ ସଭାପତି ମିଳିବ ବୋଲି ଆଶା କରାଯାଉଛି ।