ଅଳ୍ପକେ ବର୍ତ୍ତିଲା ଆମେରିକାନ ଏୟାର ଲାଇନ ବିମାନ, ଟେକଅଫ ବେଳେ ରନୱେରେ ଫାଟିଗଲା ସବୁ ଟାୟାର, ଦେଖନ୍ତୁ Video

ଟାମ୍ପା ୧୧।୭:  ଫ୍ଲୋରିଡାର ଟାମ୍ପା ବିମାନ ବନ୍ଦରରୁ ଗୁରୁବାର ଉଡାଣ କରିବାକୁ ଯାଉଥିବା ଆମେରିକାନ ଏୟାରଲାଇନ ବିମାନ-୫୯୦ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବିମାନଟି ଟେକଅଫ କରିବା ପାଇଁ ରନୱେରେ ଦୌଡୁଥିବା ବେଳେ ସବୁତକ ଟାୟାର ଗୋଟାକ ପରେ ଗୋଟେ ଫାଟି ଯାଇଥିଲା। ତେବେ ପାଇଲଟଙ୍କ ବୁଦ୍ଧିମତା ଯୋଗୁ ବିମାନ ଓ ଯାତ୍ରୀ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ଚାଳକ ବିମାନକୁ ଗଡେଇ ଗଡେଇ ରନୱେ ଶେଷ ମୁଣ୍ଡକୁ ନେଇ ବ୍ରେକ୍‌ କରି ଦେଇଛନ୍ତି। ଆମେରିକା ଏୟାରଲାଇନ ବିମାନ-୫୯୦ ଉଡାଣ କରିବାକୁ ଆଉ ମାତ୍ର କିଛିସେକେଣ୍ଡ ଥିଲା। ବିମାନଟି ରନୱେରେ ଦ୍ରୁତବେଗରେ ଆଗେଇଯାଉଥିବା ବେଳେ ପଛ ଦୁଇ ପଟର ଟାୟାର ଗୋଟାକ ପରେ ଗୋଟେ ଫାଟିଯାଇଥିଲା। ତେବେ ପାଇଲଟ ତୁରନ୍ତ ବିମାନର ଗତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ଓ ବେଗ କମାଇବାରେ ସଫଳ ହୋଇଥିଲେ। ବିମାନଟି ରନୱେ ଶେଷ ମୁଣ୍ଡକୁ ପହଞ୍ଚିବା ବେଳେ ପାଇଲଟ ବ୍ରେକ୍ କଷିଥିଲେ ଓ ବିମାନଟି ସ୍ଥିର ହୋଇଯାଇଥିଲା। JUST IN: American Airlines flight 590 out of Tampa, Florida narrowly avoids disaster after multiple tires blow out during takeoff.As the plane was picking up speed and seconds away from liftoff, the tires blew out.The pilot slammed on the brakes as the plane barreled towards… pic.twitter.com/P5kZ3N6p

ଅଳ୍ପକେ ବର୍ତ୍ତିଲା ଆମେରିକାନ ଏୟାର ଲାଇନ ବିମାନ, ଟେକଅଫ ବେଳେ ରନୱେରେ ଫାଟିଗଲା ସବୁ ଟାୟାର, ଦେଖନ୍ତୁ Video

ଟାମ୍ପା ୧୧।୭:  ଫ୍ଲୋରିଡାର ଟାମ୍ପା ବିମାନ ବନ୍ଦରରୁ ଗୁରୁବାର ଉଡାଣ କରିବାକୁ ଯାଉଥିବା ଆମେରିକାନ ଏୟାରଲାଇନ ବିମାନ-୫୯୦ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବିମାନଟି ଟେକଅଫ କରିବା ପାଇଁ ରନୱେରେ ଦୌଡୁଥିବା ବେଳେ ସବୁତକ ଟାୟାର ଗୋଟାକ ପରେ ଗୋଟେ ଫାଟି ଯାଇଥିଲା। ତେବେ ପାଇଲଟଙ୍କ ବୁଦ୍ଧିମତା ଯୋଗୁ ବିମାନ ଓ ଯାତ୍ରୀ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ଚାଳକ ବିମାନକୁ ଗଡେଇ ଗଡେଇ ରନୱେ ଶେଷ ମୁଣ୍ଡକୁ ନେଇ ବ୍ରେକ୍‌ କରି ଦେଇଛନ୍ତି। 

ଆମେରିକା ଏୟାରଲାଇନ ବିମାନ-୫୯୦ ଉଡାଣ କରିବାକୁ ଆଉ ମାତ୍ର କିଛିସେକେଣ୍ଡ ଥିଲା। ବିମାନଟି ରନୱେରେ ଦ୍ରୁତବେଗରେ ଆଗେଇଯାଉଥିବା ବେଳେ ପଛ ଦୁଇ ପଟର ଟାୟାର ଗୋଟାକ ପରେ ଗୋଟେ ଫାଟିଯାଇଥିଲା। ତେବେ ପାଇଲଟ ତୁରନ୍ତ ବିମାନର ଗତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ଓ ବେଗ କମାଇବାରେ ସଫଳ ହୋଇଥିଲେ। ବିମାନଟି ରନୱେ ଶେଷ ମୁଣ୍ଡକୁ ପହଞ୍ଚିବା ବେଳେ ପାଇଲଟ ବ୍ରେକ୍ କଷିଥିଲେ ଓ ବିମାନଟି ସ୍ଥିର ହୋଇଯାଇଥିଲା। 


ବିମାନରେ ୧୭୬ ଜଣ ଯାତ୍ରୀ ଓ ୬ ଜଣ ଚାଳକ ଦଳ ସଦସ୍ୟ ଥିଲେ। ବିମାନ ରନୱେ ଶେଷ ମୁଣ୍ଡରେ ଅଟକିବାମାତ୍ରେ ସମସ୍ତଙ୍କୁ ବିମାନରୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଛି। ଏତେ ବଡ଼ ଦୁର୍ଘଟଣାରେ ବି କୌଣସି ଜଣେ ହେଲେ ଯାତ୍ରୀ ସାମାନ୍ୟତମ ଆହତ ହୋଇ ନାହାନ୍ତି। ଏହା ଏକ ବୋଇଂ ୭୩୭ ବିମାନ। ଫେଡେରାଲ ଆଭିଏସନ ଆଡମିନେଷ୍ଟ୍ରେସନ କହିଛନ୍ତି ଯେ ଚାଳକଦଳ ସଦସ୍ୟମାନେ ବିମାନର ଟାୟାର ଫାଟିବା ନେଇ ପାଇଲଟଙ୍କୁ ସୂଚନା ଦେଇଥିଲେ। ଏଣୁ ପାଇଲଟ ବିମାନର ଟେକଅଫକୁ ଟାଳି ଦେଇଥିଲେ।