ବାପଘରୁ ଶାଶୁଘର ଫେରିବା ବେଳେ ମହିଳାଙ୍କୁ ଗଣବଳାତ୍କାର
ବାଲେଶ୍ୱର,୩୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରୁ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ବାଲିଆପାଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ଦଳାଇ(୪୫), ସତୁକ ଦଳାଇ(୩୭), ଗୋବିନ୍ଦ ଦଣ୍ଡପାଟ(୨୮) । ଅନ୍ୟପକ୍ଷେ ପୋଲିସ ଶୁକ୍ରବାର ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରାଇଛି। ବର୍ତ୍ତମାନ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ […] The post ବାପଘରୁ ଶାଶୁଘର ଫେରିବା ବେଳେ ମହିଳାଙ୍କୁ ଗଣବଳାତ୍କାର appeared first on Dharitri Odia News.
ବାଲେଶ୍ୱର,୩୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରୁ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ବାଲିଆପାଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ଦଳାଇ(୪୫), ସତୁକ ଦଳାଇ(୩୭), ଗୋବିନ୍ଦ ଦଣ୍ଡପାଟ(୨୮) ।
ଅନ୍ୟପକ୍ଷେ ପୋଲିସ ଶୁକ୍ରବାର ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରାଇଛି। ବର୍ତ୍ତମାନ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ମୁତାବକ, ଗତ ୨୦ ତାରିଖରେ ଜନୈକା ମହିଳା ଏକାକୀ ବାପଘରୁ ଶାଶୁଘରକୁ ଫେରୁଥିଲେ। ହେଲେ ବାଟରେ ୩ଜଣ ଅଭିଯୁକ୍ତ ତାଙ୍କୁ ଅଟକାଇଥିଲେ। ପରେ ଅଭିଯୁକ୍ତମାନେ ଜୋର୍ଜବର୍ଦସ୍ତ ତାଙ୍କୁ ପନ୍ତେଇ ଫେରି ଘାଟର ଅଳ୍ପ ଦୂରରେ ଥିବା ଏକ ରେଷ୍ଟ ହାଉସକୁ ନେଇଯାଇଥିଲେ। ସେଠାରେ ଅଭିଯୁକ୍ତମାନେ ରାତି ୩ଟା ପର୍ଯ୍ୟନ୍ତ ମହିଳାଙ୍କୁ ବଳାତ୍କାର କରିଥିଲେ। ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ପରେ ମହିଳା ଜଣକ ଶାଶୁଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ସେ ପରିବାର ଲୋକଙ୍କ ସହ ଥାନାରେ ପହଞ୍ଚି ଅଭିଯାଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା (ନଂ.୧୮୦ /୨୪) ରୁଜୁ କରିଛି।
ଏସ୍ପି ଏବଂ ଡିଏସ୍୍ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଦୁଇଟି ଟିମ୍ ଗଠନ କରି ଅପରାଧୀମାନଙ୍କୁ ଗିରଫ କରିବା ସହିତ ସେମାନଙ୍କର ଡାକ୍ତରୀମାଇନା ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି।
The post ବାପଘରୁ ଶାଶୁଘର ଫେରିବା ବେଳେ ମହିଳାଙ୍କୁ ଗଣବଳାତ୍କାର appeared first on Dharitri Odia News.