ପୁଣି ଆଫଗାନିସ୍ତାନରେ ପଶି ଆକ୍ରମଣ କଲା ପାକିସ୍ତାନ: ମସଜିଦରେ କଲା ରକେଟ ମାଡ, ଦୃଢ଼ ଜବାବ ଦେଲା ତାଲିବାନ

ନୂଆଦିଲ୍ଲୀ,୩୦ା୧୨: ପାକିସ୍ତାନ ନିକଟରେ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ରକ୍ତର ଖେଳ ଖେଳୁଛନ୍ତି। ଦୁଇଆ ପକ୍ଷରୁ ଉଭୟ ପକ୍ଷର ସୀମାରେ ପ୍ରବେଶ କରି ଲୋକଙ୍କୁ ହତ୍ୟା କରୁଛନ୍ତି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଗତ କିଛି ଦିନ ହେବ ସ୍ଥିତି ଏପରି ରହିଛି ଏଥିରୁ ଏକ ନୂଆ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା କରାଯାଉଛି। ଏହାରି ମଧ୍ୟରେ ସୋମବାର ପାକିସ୍ତାନ ଆଫଗାନିସ୍ତାନର ୮ ଲୋକଙ୍କୁ ହତ୍ୟା କରିଛି, ଯେତେବେଳେ କି ୧୩ […] The post ପୁଣି ଆଫଗାନିସ୍ତାନରେ ପଶି ଆକ୍ରମଣ କଲା ପାକିସ୍ତାନ: ମସଜିଦରେ କଲା ରକେଟ ମାଡ, ଦୃଢ଼ ଜବାବ ଦେଲା ତାଲିବାନ appeared first on Dharitri Odia News.

ପୁଣି ଆଫଗାନିସ୍ତାନରେ ପଶି ଆକ୍ରମଣ କଲା ପାକିସ୍ତାନ: ମସଜିଦରେ କଲା ରକେଟ ମାଡ, ଦୃଢ଼ ଜବାବ ଦେଲା ତାଲିବାନ

ନୂଆଦିଲ୍ଲୀ,୩୦ା୧୨: ପାକିସ୍ତାନ ନିକଟରେ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ରକ୍ତର ଖେଳ ଖେଳୁଛନ୍ତି। ଦୁଇଆ ପକ୍ଷରୁ ଉଭୟ ପକ୍ଷର ସୀମାରେ ପ୍ରବେଶ କରି ଲୋକଙ୍କୁ ହତ୍ୟା କରୁଛନ୍ତି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଗତ କିଛି ଦିନ ହେବ ସ୍ଥିତି ଏପରି ରହିଛି ଏଥିରୁ ଏକ ନୂଆ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା କରାଯାଉଛି। ଏହାରି ମଧ୍ୟରେ ସୋମବାର ପାକିସ୍ତାନ ଆଫଗାନିସ୍ତାନର ୮ ଲୋକଙ୍କୁ ହତ୍ୟା କରିଛି, ଯେତେବେଳେ କି ୧୩ ନାଗରିକ ଆହତ ହୋଇଛନ୍ତି।

ପାକିସ୍ତାନ ଏବେ ଲଗାତାର ଆଫଗାନିସ୍ତାନ ଉପରେ ଆକ୍ରମଣ ଜାରି ରଖିଛି। ଶନିବାର ମଧ୍ୟ ପାକିସ୍ତାନ ପାଖ୍ତିଆର ଏକ ମସଜିଦ ଉପରେ ମୋର୍ଟାର ମାଡ଼ କରିଥିଲା, ଯେଉଁଥିରେ ୩ ଜଣ ଲୋକ ପ୍ରାଣ ହରାଇଥିଲେ। ଏହାପରେ ଆଫଗାନର ଅନେକ ନାଗରିକ ଅନ୍ତରାଷ୍ଟ୍ରୀୟ ହସ୍ତକ୍ଷେପ ଦାବି କରିଛନ୍ତି। ସେମାନଙ୍କ କହିବା ମୁତାବକ ପାକିସ୍ତାନ ଲଗାତାର ନସାଧାରଣ ନାଗରୀକଙ୍କୁ ଟାର୍ଗେଟ କରୁଛି।

ଟୋଲ ନ୍ୟୁଜ ରିପୋର୍ଟ ଅନୁଯାୟୀ ତାଲିବାନ ରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଡୁରାଣ୍ଡ ସୀମାରେ ଦୁଇ ସେନା ମୁହାଁମୁହିଁ ହୋଇଥିଲେ। ଏଥିରେ ତାଲିବାନ ପାକିସ୍ତାନ ସେନାକୁ ପଛକକୁ ତଢ଼ୀ ଦୁଇ ଚେକପୋଷ୍ଟ ଦାଖଲ କରିଛି। ଏଥିସହିତ ଭାରି ଅସ୍ତ୍ରଶାସ୍ତ୍ର ବ୍ୟବହାର କରି ତାଲିବାନ ସେନା ପାକିସ୍ତାନର ଅନେକ ପୋଷ୍ଟକୁ ଉଡାଇ ଦେଇଛି। ଏହି ସମୟରେ ପାକିସ୍ତାନର 19 ସୈନିକ ମୃତ୍ୟୁ ବରଣ କରିଛନ୍ତି ଏବଂ ଅନେକ ଜୀବନ ବଞ୍ଚାଇ ପଳାଇଯାଇଥିଲେ।

The post ପୁଣି ଆଫଗାନିସ୍ତାନରେ ପଶି ଆକ୍ରମଣ କଲା ପାକିସ୍ତାନ: ମସଜିଦରେ କଲା ରକେଟ ମାଡ, ଦୃଢ଼ ଜବାବ ଦେଲା ତାଲିବାନ appeared first on Dharitri Odia News.