କେସିଙ୍ଗାରେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ
କେସିଙ୍ଗା,୧୭ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ପ୍ରାଣୀ ଚିକିତ୍ସାଳୟ ନିକଟରେ କଂଗ୍ରେସ ଟାଉନ ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ୱରେ ଗୁରୁବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କେସିଙ୍ଗା ସହରରେ ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ କଂଗ୍ରେସ ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। ବାଲେଶ୍ବର ଫକୀରମୋହନ […] The post କେସିଙ୍ଗାରେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ appeared first on Dharitri Odia News.
କେସିଙ୍ଗା,୧୭ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ପ୍ରାଣୀ ଚିକିତ୍ସାଳୟ ନିକଟରେ କଂଗ୍ରେସ ଟାଉନ ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ୱରେ ଗୁରୁବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କେସିଙ୍ଗା ସହରରେ ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ କଂଗ୍ରେସ ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି।
ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ରାଜ୍ୟ ସରକାରଙ୍କ ଆପାରଗତା ଓ ଉଦାସୀନତାର ପ୍ରତିବାଦରେ କେସିଙ୍ଗା ଟାଉନ କଂଗ୍ରେସ ପକ୍ଷରୁ କେସିଙ୍ଗା ସହର ର ସମସ୍ତ ଦୋକାନ ବଜର ବନ୍ଦ ରହିଛି । ‘ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତିକୁ ନେଇ କେସିଙ୍ଗା ଅଞ୍ଚଳର ବହୁ ଅନୁଷ୍ଠାନ, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଉଛି। ସହରର ବ୍ଲକ, ଏନ୍ଏସି,ତହସିଲ ଅଫିସ ସ୍କୁଲ, କଲେଜ ବନ୍ଦ ରହିବା ସମେତ ସମସ୍ତ ବସ୍, ଟ୍ରକ୍, ଦୋକାନ ବଜାର, ବ୍ୟବସାୟିକ ବ୍ୟାଙ୍କ, ବନ୍ଦ ରହିଥିବାର ଦେଖିବାକୁ ମିଳିଛି। ଯାନବାହନ ବନ୍ଦ ରହିଥିବାରୁ ଯାତ୍ରୀମାନେ ଅସୁବିଧା ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି।
The post କେସିଙ୍ଗାରେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ appeared first on Dharitri Odia News.