ଡଲାର ତୁଳନାରେ ଟଙ୍କା ୮୪ ପଇସା ଦୁର୍ବଳ

ଭୁବନେଶ୍ୱର,୯।୫(ଅନୁରାଧା ମହାରଣା): ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍ୟରେ ଗୁରୁବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୮୪ ପଇସା ହ୍ରାସ ପାଇ ୮୫.୬୧ରେ ପହଞ୍ଚିଛି। ପାକିସ୍ତାନ ସେନା ଡ୍ରୋନ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଉତ୍ତର ଓ ପଶ୍ଚିମ ଭାରତରେ ଏକାଧିକ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବା ପରେ ନିବେଶକମାନେ ଘରୋଇ ବଜାରରେ ବିପଦ ଆଶଙ୍କା କରିଥିବା ଫୋରେକ୍ସ ବ୍ୟବସାୟୀମାନେ କହିଛନ୍ତି। ଏହା ବ୍ୟତୀତ ବୃଦ୍ଧି ପାଉଥିବା ଅଶୋଧିତ […] The post ଡଲାର ତୁଳନାରେ ଟଙ୍କା ୮୪ ପଇସା ଦୁର୍ବଳ appeared first on Dharitri Odia News.

ଡଲାର ତୁଳନାରେ ଟଙ୍କା ୮୪ ପଇସା ଦୁର୍ବଳ

ଭୁବନେଶ୍ୱର,୯।୫(ଅନୁରାଧା ମହାରଣା): ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍ୟରେ ଗୁରୁବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୮୪ ପଇସା ହ୍ରାସ ପାଇ ୮୫.୬୧ରେ ପହଞ୍ଚିଛି। ପାକିସ୍ତାନ ସେନା ଡ୍ରୋନ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଉତ୍ତର ଓ ପଶ୍ଚିମ ଭାରତରେ ଏକାଧିକ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବା ପରେ ନିବେଶକମାନେ ଘରୋଇ ବଜାରରେ ବିପଦ ଆଶଙ୍କା କରିଥିବା ଫୋରେକ୍ସ ବ୍ୟବସାୟୀମାନେ କହିଛନ୍ତି। ଏହା ବ୍ୟତୀତ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ଟଙ୍କା ଉପରେ ଚାପ ପକାଇଛି। ଆନ୍ତଃବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ଟଙ୍କା ୮୪.୬୧ରେ ଖୋଲିଥିଲା ଏବଂ ଡଲାର ତୁଳନାରେ ଦିନର ସର୍ବୋଚ୍ଚ ୮୪.୫୨ ଏବଂ ସର୍ବନିମ୍ନ ୮୫.୭୭ ମଧ୍ୟରେ ରହିଥିଲା। କାରବାର ଶେଷ ହେବା ସମୟରେ, ଟଙ୍କା ଡଲାର ପିଛା ୮୫.୬୧ (ଅସ୍ଥାୟୀ)ରେ ପହଞ୍ଚିଥିଲା ଯାହାକି, ପୂର୍ବ ବନ୍ଦ ତୁଳନାରେ ୮୪ ପଇସା ହ୍ରାସ ପାଇଥିଲା। ବୁଧବାର ଟଙ୍କା ୪୨ ପଇସା ହ୍ରାସ ପାଇ ଡଲାର ପିଛା ୮୪.୭୭ରେ ପହଞ୍ଚିଥିଲା। ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନାର ଆକ୍ରମଣ ପରେ ବୁଧବାର ଟଙ୍କା ଆମେରିକୀୟ ଡଲାର ତୁଳନାରେ ୪୨ ପଇସା ହ୍ରାସ ପାଇ ୮୪.୭୭ରେ ପହଞ୍ଚିଥିଲା।

The post ଡଲାର ତୁଳନାରେ ଟଙ୍କା ୮୪ ପଇସା ଦୁର୍ବଳ appeared first on Dharitri Odia News.