ନୀରୋଗ ରହିବା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭରସିଟି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଉଭୟ ଶାରିରୀକ ଓ ମାନସିକ ସୁସ୍ଥତା କ୍ଷେତ୍ରରେ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା। ଯୋଗ ପ୍ରଶିକ୍ଷକ ଅଖିଳ ଚନ୍ଦ୍ର ରଣାଙ୍କ ଦ୍ୱାରା ଯୋଗ ଶିବବିର ପରିଚାଳନା କରାଯାଇଥିବାବେଳେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ। ସୋଆର ହେଲଥ୍ ସାଇନ୍ସର ମୁଖ୍ୟ ପରାମର୍ଶଦାତା ତଥା ନ୍ୟୁରୋ ସର୍ଜନ ପ୍ରଫେସର […] The post ନୀରୋଗ ରହିବା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ appeared first on Dharitri Odia News.
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭରସିଟି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଉଭୟ ଶାରିରୀକ ଓ ମାନସିକ ସୁସ୍ଥତା କ୍ଷେତ୍ରରେ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା। ଯୋଗ ପ୍ରଶିକ୍ଷକ ଅଖିଳ ଚନ୍ଦ୍ର ରଣାଙ୍କ ଦ୍ୱାରା ଯୋଗ ଶିବବିର ପରିଚାଳନା କରାଯାଇଥିବାବେଳେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ। ସୋଆର ହେଲଥ୍ ସାଇନ୍ସର ମୁଖ୍ୟ ପରାମର୍ଶଦାତା ତଥା ନ୍ୟୁରୋ ସର୍ଜନ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର, ପ୍ରଫେସର ଜ୍ୟୋତିରଞ୍ଜନ ମହାପାତ୍ର, ଡା. କମଳ ଲୋଚନ ମହନ୍ତ, ଏନଏସଏସ୍ର ୟୁଥ୍ ଅଫିସର୍ ଅଜିତ୍ କୁଶଓ୍ବାହ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡା. ଶ୍ୟାମଳେନ୍ଦୁ ତ୍ରିପାଠୀ, କୁମାର ସମ୍ଭବ ଗିରି ଏବଂ ଡା. ମୋଉ ରାୟ ପ୍ରମୁଖ ସହଯୋଗ କରିଥିଲେ।
The post ନୀରୋଗ ରହିବା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ appeared first on Dharitri Odia News.