ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ପାପଡ଼ାହାଣ୍ଡି,୧୯।୩(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି-ନବରଙ୍ଗପୁର ରାସ୍ତା ମୃଗବିହାର ନିକଟରେ ମଙ୍ଗଳବାର ଏକ ଗାଡ଼ି ଧକ୍କାରେ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ଜି. ଈଶ୍ୱର ରାଓ। ମିଳିଥିବା ସୂଚନା ଅନୁଯାୟୀ ଜି.ଈଶ୍ୱର ରାଓ ଏବଂ ତାଙ୍କର ଜଣେ ସାଙ୍ଗ ଆକାଶ ଷଡ଼ଙ୍ଗୀ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଏକ ସ୍କୁଟି (ନଂ.ଓଡି୨୪ଜେ ୩୧୦୯) ଯୋଗେ ପାପଡ଼ାହାଣ୍ଡି ଆଦର୍ଶ ବିଦ୍ୟାଳୟକୁ ଯାଉଥିଲେ। ମୃଗବିହାର ନିକଟରେ […] The post ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ appeared first on Dharitri Odia News.

ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ପାପଡ଼ାହାଣ୍ଡି,୧୯।୩(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି-ନବରଙ୍ଗପୁର ରାସ୍ତା ମୃଗବିହାର ନିକଟରେ ମଙ୍ଗଳବାର ଏକ ଗାଡ଼ି ଧକ୍କାରେ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ଜି. ଈଶ୍ୱର ରାଓ।

ମିଳିଥିବା ସୂଚନା ଅନୁଯାୟୀ ଜି.ଈଶ୍ୱର ରାଓ ଏବଂ ତାଙ୍କର ଜଣେ ସାଙ୍ଗ ଆକାଶ ଷଡ଼ଙ୍ଗୀ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଏକ ସ୍କୁଟି (ନଂ.ଓଡି୨୪ଜେ ୩୧୦୯) ଯୋଗେ ପାପଡ଼ାହାଣ୍ଡି ଆଦର୍ଶ ବିଦ୍ୟାଳୟକୁ ଯାଉଥିଲେ।

ମୃଗବିହାର ନିକଟରେ ଏକ ଗାଡ଼ି ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଦୁଇ ଛାତ୍ର ରାସ୍ତାକଡ଼ରେ ଛିଟିକି ପଡି ଥିଲେ। ହେଲେ ଜି.ଈଶ୍ୱରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟଷକ୍ଷ ଆକାଶ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପାପଡ଼ାହାଣ୍ଡି ଏସ୍‌ଡିପିଓ ମିନାକ୍ଷୀ ଠାକୁର, ଆଇଆଇସି ଦୀପକ ଜେନା ପୋଲିସ କର୍ମଚାରୀଙ୍କ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

The post ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ appeared first on Dharitri Odia News.