ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଶୁକୁରା ମୁଣ୍ଡା। ମିଳିଥିବା ସୂଚନା, ୫ ବର୍ଷ ତଳେ ଶୁକୁରା ପଡୋଶୀ ଜଗତ ମୁଣ୍ଡା ସହ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତକ୍ତ ହୋଇ ଶୁକୁରା ଏକ ଖଣ୍ଡାରେ ଜଗତଙ୍କୁ ହାଣି ହତ୍ୟା କରିଥିଲେ। ହତ୍ୟା ମାମଲାରେ ଶୁକୁରା ୫ ବର୍ଷ ହେବ ଯାଜପୁର ଜିଲା ରଗଡି […] The post ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ appeared first on Dharitri Odia News.

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଶୁକୁରା ମୁଣ୍ଡା।

ମିଳିଥିବା ସୂଚନା, ୫ ବର୍ଷ ତଳେ ଶୁକୁରା ପଡୋଶୀ ଜଗତ ମୁଣ୍ଡା ସହ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତକ୍ତ ହୋଇ ଶୁକୁରା ଏକ ଖଣ୍ଡାରେ ଜଗତଙ୍କୁ ହାଣି ହତ୍ୟା କରିଥିଲେ। ହତ୍ୟା ମାମଲାରେ ଶୁକୁରା ୫ ବର୍ଷ ହେବ ଯାଜପୁର ଜିଲା ରଗଡି ଜେଲରେ ବିଚାରଧୀନ କଏଦୀ ଭାବେ ସଜା କଟୁଥିଲେ।

୩ମାସ ତଳେ ଅଚାନକ ଦେହ ଅସୁସ୍ଥ ହେବାରୁ ତାକୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଥିଲା। ହେଲେ ଗତ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତରଖାନରୁ ଶୁକୁରା ଫେରାର ହୋଇଯାଇଥିଲେ। ମଙ୍ଗଳବାର ନିଜ ଗାଁ ଏକ ଗଛରେ ବକରେ ରଶି ଲଗାଇ ଓହଲି ପଡିଥିବା ଦେଖିବାକୁ ମିଳିଥିଲା। ତେବେ ପୂର୍ବ ଶତ୍ରୁତାରୁ ପ୍ରତିଶୋଧ ପରାୟଣ ହୋଇ ଜଗତଙ୍କ ପରିବାର ଲୋକ ହତ୍ୟା କରିଥିବା ଶୁକୁରାଙ୍କ ମା ସନ୍ଦେହ ପ୍ରକାଶ କରି ଅଭିଯୋଗ କରିଛନ୍ତି।

ଖବର ପାଇ କାଳିଆ ପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସିଲାରୀୟସ୍‌ ଟପୋ, ସୁକିନ୍ଦା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ମୃତାଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚାଳିଥିବା ଥାନା ଅଧିକାରୀ ମଲ୍ଲିକ ପ୍ରକାଶ କରିଛନ୍ତି।

The post ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ appeared first on Dharitri Odia News.