ଘଡିକି ଘଡି ବଦଳିବ ଦିଗ! ବିଶେଷଜ୍ଞ ତାଜୁବ…
ଭୁବନେଶ୍ୱର,୨୨।୧୦: ବଳୁଆ ହେଉଛି ବାତ୍ୟା ଦାନା। ଆସନ୍ତାକାଲି ଅର୍ଥାତ୍ ୨୩ରୁ ୨୫ଯାଏଁ ତିନି ଦିନ ଧରି ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ହାଇ ଆଲର୍ଟ କରିଛି॥ ପବନ ମଧ୍ୟ ଜୋରରେ ବହିବ। ତେବେ ଏହି ସମୟରେ ସତର୍କ ରହିବାକୁ କହିଛି ପାଣିପାଗ ବିଭାଗ। ଓଡ଼ିଶା ଆଡକୁ ମାଡି ଆସୁଥିବା ଭୀଷଣ ବାତ୍ୟା ଦାନା ପ୍ରଭାବରେ କାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯିବ। ବିଶେଷକରି ଉପକୂଳ ଓ […] The post ଘଡିକି ଘଡି ବଦଳିବ ଦିଗ! ବିଶେଷଜ୍ଞ ତାଜୁବ… appeared first on Dharitri Odia News.
ଭୁବନେଶ୍ୱର,୨୨।୧୦: ବଳୁଆ ହେଉଛି ବାତ୍ୟା ଦାନା। ଆସନ୍ତାକାଲି ଅର୍ଥାତ୍ ୨୩ରୁ ୨୫ଯାଏଁ ତିନି ଦିନ ଧରି ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ହାଇ ଆଲର୍ଟ କରିଛି॥ ପବନ ମଧ୍ୟ ଜୋରରେ ବହିବ। ତେବେ ଏହି ସମୟରେ ସତର୍କ ରହିବାକୁ କହିଛି ପାଣିପାଗ ବିଭାଗ।
ଓଡ଼ିଶା ଆଡକୁ ମାଡି ଆସୁଥିବା ଭୀଷଣ ବାତ୍ୟା ଦାନା ପ୍ରଭାବରେ କାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯିବ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡିର ଆକଳନ ଅନୁସାରେ, ୨୩ତାରିଖରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲାରେ ବର୍ଷା ହୋଇପାରେ।
୨୪ତାରିଖରେ ଅଧାରୁ ଅଧିକ ଓଡିଶା ଭିଜିବ। ତେବେ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଗଞ୍ଜାମ, ନୟାଗଡ ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଙ୍କୋନାଳ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ।
୨୫ ତାରିଖରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝରକୁ ରେଡ ଆଲର୍ଟ ଜାରି କରାଯାଇଛି। ଅର୍ଥାତ ଏହି ଚାରି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହ ଜଗତସିଂହପୁର କେନ୍ଦ୍ରାପଡା, କଟକ, ଯାଜପୁର, ଙ୍କୋନାଳ, ଅନୁଗୁଳ, ଦେବଗଡ, ସୁନ୍ଦରଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି।
ତେବେ ଏହାରି ଭିତରେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପବନର ବେଗ ଓ ମେଘର ସ୍ଥିତିକୁ ଦେଖି ଅନୁମାନ କରାଯାଉଛି ଯେ ବାତ୍ୟା ଓଡ଼ି ଉପକୂଳକୁ ହିଟ୍ କରିବ। ସମୁଦ୍ର ଭିତରେ ଏହାର ଭତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ହିଁ ରହୁଛି। କେନ୍ଦ୍ରାପଡା କିମ୍ବା ଭଦ୍ରକ ଜିଲାର ଯେକୌରସି ସ୍ଥାନରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହୁଛି। ତେବେ ବାତ୍ୟା ୨୦୦ କିମି ପାଖାପାଖି ହେଲେ ଏହାର ଗତିପଥ କେଉଁଆଡକୁ ଯିବ ତାହା ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
The post ଘଡିକି ଘଡି ବଦଳିବ ଦିଗ! ବିଶେଷଜ୍ଞ ତାଜୁବ… appeared first on Dharitri Odia News.