ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା : ମିଳିତ ଭାବେ ୩ ଅର୍ଥଶାସ୍ତ୍ରୀ ପାଇବେ ନୋବେଲ
ନୂଆଦିଲ୍ଲୀ : ୨୦୨୪ ପାଇଁ ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମିଳିତ ଭାବେ ୩ ଜଣଙ୍କ ନାଁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଉକ୍ତ ୩ ଜଣ ବ୍ୟକ୍ତି ହେଲେ ଡାରେନ ଏସ୍ମୋଗ୍ଲୁ, ସାଇମନ ଜନ୍ସନ୍, ଜେମ୍ସ ଏ. ରବିନ୍ସନ୍। ଅନୁଷ୍ଠାନଗୁଡିକ କିପରି ଗଠନ ହୁଏ ଏବଂ ସେମାନେ କିପରି ସମୃଦ୍ଧିକୁ ପ୍ରଭାବିତ କରନ୍ତି ସେ ସମ୍ବନ୍ଧରେ ଅଧ୍ୟୟନ ପାଇଁ ୩ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର ମିଳିଛି। BREAKING NEWSThe Royal […]

ନୂଆଦିଲ୍ଲୀ : ୨୦୨୪ ପାଇଁ ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମିଳିତ ଭାବେ ୩ ଜଣଙ୍କ ନାଁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଉକ୍ତ ୩ ଜଣ ବ୍ୟକ୍ତି ହେଲେ ଡାରେନ ଏସ୍ମୋଗ୍ଲୁ, ସାଇମନ ଜନ୍ସନ୍, ଜେମ୍ସ ଏ. ରବିନ୍ସନ୍। ଅନୁଷ୍ଠାନଗୁଡିକ କିପରି ଗଠନ ହୁଏ ଏବଂ ସେମାନେ କିପରି ସମୃଦ୍ଧିକୁ ପ୍ରଭାବିତ କରନ୍ତି ସେ ସମ୍ବନ୍ଧରେ ଅଧ୍ୟୟନ ପାଇଁ ୩ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର ମିଳିଛି।
BREAKING NEWS
The Royal Swedish Academy of Sciences has decided to award the 2024 Sveriges Riksbank Prize in Economic Sciences in Memory of Alfred Nobel to Daron Acemoglu, Simon Johnson and James A. Robinson “for studies of how institutions are formed and affect prosperity.”… pic.twitter.com/tuwIIgk393— The Nobel Prize (@NobelPrize) October 14, 2024
ଗତବର୍ଷ ଅର୍ଥାତ ୨୦୨୩ରେ କ୍ଲାଉଡ଼ିଆ ଗୋଲ୍ଡିନ୍ଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିଥିଲା। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିବା କ୍ଲାଉଡ଼ିଆ ଗୋଲ୍ଡିନ୍ଙ୍କୁ ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ନୋବେଲ ପ୍ରଦାନ କରାଯାଇଥିଲା।
ସେହିପରି ୨୦୨୨ରେ ମିଳିତ ଭାବେ ୩ ଜଣଙ୍କୁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ମିଳିଥିଲା। ବ୍ୟାଙ୍କ ଓ ଆର୍ଥିକ ସଙ୍କଟ ଉପରେ ଗବେଷଣା ପାଇଁ ଆମେରିକାର ବେନ ଏସ ବର୍ଣ୍ଣାଙ୍କେ, ଡଗଲାସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିଫ ଏଚ ଡ଼ିବିଗଙ୍କୁ ସମ୍ମାନ ଜନକ ନୋବେଲ ପୁରସ୍କାର ମିଳିଥିଲା।