ପାଗଳର ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ

ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ ବେଣାଗାଡିଆ ପଞ୍ଚାୟତ ଅଧୀନ ପଥରଦ୍ଵାର ଗ୍ରାମରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତକ ହେଲେ ସେହି ଗ୍ରାମର ଜୟକୃଷ୍ଣ ଦଳେଇ (୫୮)। ମିଳିଥିବା ସୂଚନା ଅନୁସାରେ ଜୟକୃଷ୍ଣ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ଜଣାଶୁଣା ଅଟନ୍ତି। ଶନିବାର ରାତିରେ ଗ୍ରାମରେ ଅନୁଷ୍ଠିତ ହୋଇଥିବା ପୌରାଣିକ ନାଟକକୁ ସେ ରାତିସାରା ଅନିଦ୍ରା ହୋଇ ଉପଭୋଗ କରିଥିଲେ। ଯାହାଫଳରେ ମୃତ ଜୟକୃଷ୍ଣ ରବିବାର ଅପରାହ୍ନରେ ଖାଇସାରି […]

ପାଗଳର ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ
death
ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ ବେଣାଗାଡିଆ ପଞ୍ଚାୟତ ଅଧୀନ ପଥରଦ୍ଵାର ଗ୍ରାମରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତକ ହେଲେ ସେହି ଗ୍ରାମର ଜୟକୃଷ୍ଣ ଦଳେଇ (୫୮)। ମିଳିଥିବା ସୂଚନା ଅନୁସାରେ ଜୟକୃଷ୍ଣ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ଜଣାଶୁଣା ଅଟନ୍ତି। ଶନିବାର ରାତିରେ ଗ୍ରାମରେ ଅନୁଷ୍ଠିତ ହୋଇଥିବା ପୌରାଣିକ ନାଟକକୁ ସେ ରାତିସାରା ଅନିଦ୍ରା ହୋଇ ଉପଭୋଗ କରିଥିଲେ। ଯାହାଫଳରେ ମୃତ ଜୟକୃଷ୍ଣ ରବିବାର ଅପରାହ୍ନରେ ଖାଇସାରି ଘର ବାରଣ୍ଡାରେ ବିଶ୍ରାମ ନେଉଥିବା ବେଳେ ଗ୍ରାମର ଗୋପାଳ ବିଶ୍ଵାଳଙ୍କ ପୁଅ ସଞ୍ଜୟ ବିଶ୍ଵାଳ (୩୭) ହଠାତ ଏକ ଟାଙ୍ଗିଆ ଯୋଗେ ଆକ୍ରମଣ କରିଥିଲା। ଆକ୍ରମଣରେ ଘଟଣାସ୍ଥଳରେ ହିଁ ଜୟକୃଷ୍ଣଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ସୂଚନା ମିଳିଛି। ତେବେ ପୂର୍ବ ଶତ୍ରୁତା କାରଣରୁ ସଞ୍ଜୟ ମୃତ ଜୟକୃଷ୍ଣଙ୍କୁ ହତ୍ୟା କରିଥିବା ନେଇ ଖଣ୍ଡପଡ଼ା ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଏତେଲା ଦିଆ ଯାଇଥିବା ଖଣ୍ଡପଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।
ତେବେ ଘଟଣା ଘଟିବା ପରେ ଖବରପାଇ ଖଣ୍ଡପଡ଼ା ପୁଲିସ ପକ୍ଷରୁ ଶବ ଜବତ କରାଯିବା ସହ ଅଭିଯୁକ୍ତ ସଞ୍ଜୟକୁ ଥାନାରେ ଅଟକ ରଖାଯାଇଛି। ମୃତ ଜୟକୃଷ୍ଣଙ୍କ ପୁଅର ଏତଲା ଆଧାରରେ ଖଣ୍ଡପଡ଼ା ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ସେହିପରି ସଞ୍ଜୟ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ବୋଲି ଗ୍ରାମବାସୀ କାହୁଥିବା ବେଳେ ଦୀର୍ଘବର୍ଷ ଧରି ସେ ଗାଁରେ ରହିଆସୁଛି।