ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି: ବିଜେଡି

ଭୁବନେଶ୍ୱର: ଓଡିଶାର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ଡବଲ ଇଞ୍ଜିନ ସରକାର। ସୁରକ୍ଷା ବଳୟରେ ଥିବା ରାଜଧାନୀରୁ ଚୋରି କେମିତି ହେଲା? ଭିଆଇପିଙ୍କ ଘରୁ ଚୋରି ହେଉଛି, ସାଧାରଣ ଲୋକେ କେମିତି ସୁରକ୍ଷା ପାଇବେ? ରାଜଧାନୀ ଭୁବନେଶ୍ୱରର ଭିଆଇପି କଲୋନୀରେ ରହୁଥିବା ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି ଖବର ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିର ନଗ୍ନ ଉଦାହରଣ। ରାଜଧାନୀରେ […]

ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି: ବିଜେଡି
BJD criticized odisha government regarding the law and order system of Odisha

ଭୁବନେଶ୍ୱର: ଓଡିଶାର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ଡବଲ ଇଞ୍ଜିନ ସରକାର। ସୁରକ୍ଷା ବଳୟରେ ଥିବା ରାଜଧାନୀରୁ ଚୋରି କେମିତି ହେଲା? ଭିଆଇପିଙ୍କ ଘରୁ ଚୋରି ହେଉଛି, ସାଧାରଣ ଲୋକେ କେମିତି ସୁରକ୍ଷା ପାଇବେ? ରାଜଧାନୀ ଭୁବନେଶ୍ୱରର ଭିଆଇପି କଲୋନୀରେ ରହୁଥିବା ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି ଖବର ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିର ନଗ୍ନ ଉଦାହରଣ।

ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନର କଡ଼ା ସୁରକ୍ଷା ସତ୍ତ୍ୱେ ବରିଷ୍ଠ ନେତାଙ୍କ ଘରୁ ଯଦି ଡକାୟତି ହେଉଛି, ତେବେ ସାଧାରଣ ଜନତାଙ୍କ ଧନଜୀବନ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜ୍ୟରେ ବିଜେପି ସରକାର ଗଠନ ପରଠାରୁ ଆଇନଶୃଙ୍ଖଳା ସ୍ଥିତି ଦୟନୀୟ ହୋଇଗଲାଣି। ପ୍ରବାସୀ ଭାରତୀୟ ଦିବସ ଅବସରରେ ଭୁବନେଶ୍ଵରକୁ ପ୍ରଧାନମନ୍ତ୍ରୀ ଆସୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ବିଭତ୍ସ ହତ୍ୟାକାଣ୍ଡ ଘଟୁଛି। ଦୁଇ ଦିନ ପରେ ମଧ୍ୟ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। ତାର ଠିକ ପୂର୍ବରୁ ଭିଆଇପି କଲୋନୀରେ ଚୋର ମାତିଛନ୍ତି। ଭୟ ଆଉ ଡ଼ର ଭିତରେ ରହିବାକୁ ଓଡ଼ିଶାବାସୀ କ’ଣ ଡବଲ୍ ଇଞ୍ଜିନ୍ ସରକାରକୁ ଭୋଟ୍ ଦେଇଥିଲେ?

ସାଧାରଣ ଜନତା ଏବେ କାହା ଉପରେ ଭରସା କରିବେ? କାହାଠୁ ସୁରକ୍ଷା ଆଶା କରିବେ? ଅପାରଗ ସରକାର ଲୋକଙ୍କୁ ସୁରକ୍ଷା ଦେବାରେ ମଧ୍ୟ ବିଫଳ। ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।