ଆଜି ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ

କଥାରେ ଅଛି, ପ୍ରକୃତି ସୁସ୍ଥ ରହିଲେ ମାନବ ସମାଜ ସୁସ୍ଥ ରହିବ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଲୋକଙ୍କୁ ଅବଗତ ତଥା ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ଭାବେ ପାଳନ କରାଯାଉଛି। ଭବିଷ୍ୟତ ପିଢ଼ିଙ୍କ ପାଇଁ ପରିବେଶ ସଂରକ୍ଷଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁସ୍ଥ ପୃଥିବୀ ଗଠନ ଦିଗରେ ସମସ୍ତଙ୍କର ଗୁରୁଦାୟିତ୍ୱର ସଚେତନତା ବାର୍ତ୍ତା ନେଇ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଉଛି । […]

ଆଜି ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ
World Nature Conservation Day 2025

କଥାରେ ଅଛି, ପ୍ରକୃତି ସୁସ୍ଥ ରହିଲେ ମାନବ ସମାଜ ସୁସ୍ଥ ରହିବ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଲୋକଙ୍କୁ ଅବଗତ ତଥା ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ଭାବେ ପାଳନ କରାଯାଉଛି। ଭବିଷ୍ୟତ ପିଢ଼ିଙ୍କ ପାଇଁ ପରିବେଶ ସଂରକ୍ଷଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁସ୍ଥ ପୃଥିବୀ ଗଠନ ଦିଗରେ ସମସ୍ତଙ୍କର ଗୁରୁଦାୟିତ୍ୱର ସଚେତନତା ବାର୍ତ୍ତା ନେଇ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଉଛି । ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି, ଏକ ସୁସ୍ଥ ପରିବେଶ ପାଇଁ ପ୍ରକୃତିର ସୁରକ୍ଷା ଏବଂ ଜୈବ ବିବିଧତା ବିଷୟରେ ସଚେତନତା ସୃଷ୍ଟି କରିବା ଯାହା ମାନବ ଜାତିର ସମୃଦ୍ଧି ପାଇଁ ଜରୁରି।

ଜୀବନ ଧାରଣ ପାଇଁ ଆବଶ୍ୟକୀୟ ସାଧାରଣ ସାମଗ୍ରୀ ଯଥା ଜଳ, ବାୟୁ, ମୃତ୍ତିକା, ଖଣିଜ ଦ୍ରବ୍ୟ, ଗଛ, ପଶୁପକ୍ଷୀ ଓ ଖାଦ୍ୟ ଆଦି ଯୋଗାଇଛି ଧରିତ୍ରୀ ମାତା । ହେଲେ କ୍ରମଶଃ ମନୁଷ୍ୟର ଆବଶ୍ୟକତା ପୂରଣ କରିବାକୁ ଯାଇ ଆରମ୍ଭ ହୋଇଥିବା ଔଦ୍ୟୋଗିକ ବିକାଶ ଓ ଆହୁରି ଅନେକ ମାନବିକ କାର୍ଯ୍ୟକଳାପ ପ୍ରକୃତିକୁ ନଷ୍ଟ କରିଦେଇଛି । ମଣିଷ ଯାହା ବି କରୁ ନା କାହିଁକି ସେ ଏହା ଭୁଲିବା କଥା ନୁହେଁ କି ଏହାର ପ୍ରତ୍ୟେକ କ୍ରିୟାର ପ୍ରଭାବ ପ୍ରକୃତି ଉପରେ ପଡିଥାଏ । ଏସବୁକୁ ନଜରରେ ରଖି ପ୍ରକୃତିର ସଂରକ୍ଷଣ ଏକାନ୍ତ ଆବଶ୍ୟକ । ଅନ୍ୟପକ୍ଷରେ ପ୍ରକୃତିର ଅସନ୍ତୁଳନ ଯୋଗୁଁ ବର୍ତ୍ତମାନ ଗ୍ଲୋବାଲ ୱାର୍ମିଂ, ବିଭିନ୍ନ ଅଜଣା ରୋଗ, ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ଦ୍ଧିତ ତାପମାତ୍ରା ଆଦି ସାଧାରଣ ଘଟଣାରେ ପରିଣତ ହୋଇଛି ।

ତେଣୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ପରିବେଶ ଗଢ଼ିବାକୁ ହେଲେ ପ୍ରକୃତିକୁ ସୁରକ୍ଷା ଦେବା ଏକାନ୍ତ ଆବଶ୍ୟକ । ସୁସ୍ଥ ଓ ସ୍ଥିର ପରିବେଶ ହିଁ ଏକ ସୁସ୍ଥ ସମାଜର ମୂଳଦୁଆ। ପରିବେଶ ବଞ୍ଚିଲେ ଜୀବନ ତିଷ୍ଠି ରହିବ। ଏଣୁ ମାନବଜାତିକୁ ପୃଥିବୀ ଓ ଏହାର ସମ୍ବଳର ଉପଯୁକ୍ତ ସଂରକ୍ଷଣ କରିବା ଦରକାର। ଜାଣତରେ ହେଉ ଅବା ଅଜାଣତରେ, ମଣିଷ ପ୍ରକୃତିକୁ ଦେଉଥିବା କଷ୍ଟକୁ ଅନୁତାପ କରିବାର ଆଜି ଦିନଟିଏ । ତେବେ କେବଳ ଯେ, ଏଥିପାଇଁ ପଶ୍ଚାତାପ କଲେ ହେବନି, ପ୍ରକୃତିର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।  ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ବିକାଶ ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ,ବଢ଼ୁଥିବା ତାପମାତ୍ରା ଏବଂ ମୃତ୍ତିକା କ୍ଷୟ ଆଦି ଯୋଗୁଁ ପ୍ରାକୃତିକ ପରିବେଶ ବହୁମାତ୍ରାରେ ପ୍ରଭାବିତ ହେଉଛି। ଏଣୁ ପୃଥିବୀ ସମେତ ପାଣି, ପବନ,ଖଣିଜ ପଦାର୍ଥ ଆଦିର ସୁବିନିଯୋଗ କରିବା ଦିଗରେ ସମସ୍ତଙ୍କୁ ସଚେତନ ରହିବା ଆବଶ୍ୟକ। ଏହିଦିନ ବୃକ୍ଷରୋପଣ, ଜଳ ଓ ବିଜୁଳି ଅପଚୟ କମ୍ କରିବା ଲାଗି ମଧ୍ୟ ବାର୍ତ୍ତା ଦିଆଯାଏ।