ରାଇଟ୍ସର ସୁବର୍ଣ୍ଣ ଜୟନ୍ତୀ
ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ରାଇଟ୍ସ ଲିମିଟେଡ୍ର ପୂର୍ବତଟ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉସତ୍ବ ଅନୁଷ୍ଠିତ ହୋଇଯାଇଛି। ରେଲୱେ ଅଡିଟୋରିୟମରେ କାର୍ଯ୍ୟକ୍ରମରେ ଏମକେ ଶର୍ମା ସ୍ବାଗତ ଭାଷଣ ଦେବା ପରେ ଆଞ୍ଚଳିକ ମୁଖ୍ୟ ଅନିଲ ପାକାଶ (ଜିଜିଏମ) ରାଇଟ୍ସ ସଫଳତାର ଯାତ୍ରା ଉପରେ ଆଲୋକପାତ କରିଥିଲେ। ରେଳ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ କାର୍ଯ୍ୟ କରୁଥିବା ରାଇଟ୍ସ ଲିମିଟେଡ୍ ୧୯୭୪ ଏପ୍ରିଲ ୨୬ରେ ସ୍ଥାପିତ ହୋଇଥିଲା। ନୂଆଦିଲ୍ଲୀରେ ଥିବା ଭାରତୀୟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ସହିତ ଏକ ଇଞ୍ଜିନିୟରିଂ […] The post ରାଇଟ୍ସର ସୁବର୍ଣ୍ଣ ଜୟନ୍ତୀ appeared first on Dharitri Odia News.
ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ରାଇଟ୍ସ ଲିମିଟେଡ୍ର ପୂର୍ବତଟ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉସତ୍ବ ଅନୁଷ୍ଠିତ ହୋଇଯାଇଛି। ରେଲୱେ ଅଡିଟୋରିୟମରେ କାର୍ଯ୍ୟକ୍ରମରେ ଏମକେ ଶର୍ମା ସ୍ବାଗତ ଭାଷଣ ଦେବା ପରେ ଆଞ୍ଚଳିକ ମୁଖ୍ୟ ଅନିଲ ପାକାଶ (ଜିଜିଏମ) ରାଇଟ୍ସ ସଫଳତାର ଯାତ୍ରା ଉପରେ ଆଲୋକପାତ କରିଥିଲେ। ରେଳ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ କାର୍ଯ୍ୟ କରୁଥିବା ରାଇଟ୍ସ ଲିମିଟେଡ୍ ୧୯୭୪ ଏପ୍ରିଲ ୨୬ରେ ସ୍ଥାପିତ ହୋଇଥିଲା। ନୂଆଦିଲ୍ଲୀରେ ଥିବା ଭାରତୀୟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ସହିତ ଏକ ଇଞ୍ଜିନିୟରିଂ ପରାମର୍ଶଦାତା ଶାଖା ଭାବରେ ରାଇଟ୍ସ ଆରମ୍ଭ ହୋଇଥିଲା। ଏହା ପରେ କମ୍ପାନୀ ରାଜପଥ, ସେତୁ, ରୋପୱେ, ଟନେଲ, ବୃହତ ବିଲ୍ଡିଂ ପ୍ରକଳ୍ପ ଏବଂ ସମ୍ପତ୍ତି ବିକାଶ, ବିମାନବନ୍ଦର, ସମୁଦ୍ର ବନ୍ଦର, ବନ୍ଦର, ସମନ୍ବିତ ଚେକ ପୋଷ୍ଟ ସହିତ ଅର୍ବାନ ଇନଫ୍ରା, ଟ୍ରାଞ୍ଜାକ୍ସନ ଟେକ୍ନୋଲୋଜି, ଆଡଭାଇଜରୀ-ପ୍ରୋକ୍ୟୁରମେଣ୍ଟ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି ଭଳି ବୃହତ କ୍ଷେତ୍ରରେ ଏହାର କାର୍ଯ୍ୟ କ୍ଷେତ୍ରକୁ ବିସ୍ତାର କରିଛି। ଏହାର ବର୍ତ୍ତମାନର ସିଏମଡି ରାହୁଲ ମିତ୍ତଲଙ୍କ ଦକ୍ଷ ନେତୃତ୍ୱରେ ରାଇଟ୍ସ ବିଶ୍ୱର ୫୫ଟି ଦେଶରେ ଏହାର ବୈଷୟିକ ସେବା ପ୍ରଦାନ କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ କାରବାର ହାସଲ କରିଛି। ରାଇଟ୍ସ ୨୦୨୩ରେ ଏକ ନବରତ୍ନ କମ୍ପାନୀରେ ପରିଣତ ହୋଇଥିଲା ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।
The post ରାଇଟ୍ସର ସୁବର୍ଣ୍ଣ ଜୟନ୍ତୀ appeared first on Dharitri Odia News.