ଜିଲ୍ଲା ସ୍ଵଳ୍ପ ସଞ୍ଚୟ ସଂଗଠନ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ କାର୍ଯ୍ୟକ୍ରମ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ସଭାଗୃହ ଠାରେ ଗୁରୁବାର ଦିନ ଜିଲ୍ଲା ସ୍ବଳ୍ପ ସଞ୍ଚୟ ସଙ୍ଗଠନ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ମଙ୍ଗଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜର କଷ୍ଟ ଉପାର୍ଜିତ ଧନକୁ ସଞ୍ଚୟ ସୁରକ୍ଷିତ ରଖିବା […] The post ଜିଲ୍ଲା ସ୍ଵଳ୍ପ ସଞ୍ଚୟ ସଂଗଠନ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ କାର୍ଯ୍ୟକ୍ରମ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ସଭାଗୃହ ଠାରେ ଗୁରୁବାର ଦିନ ଜିଲ୍ଲା ସ୍ବଳ୍ପ ସଞ୍ଚୟ ସଙ୍ଗଠନ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ମଙ୍ଗଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜର କଷ୍ଟ ଉପାର୍ଜିତ ଧନକୁ ସଞ୍ଚୟ ସୁରକ୍ଷିତ ରଖିବା ପାଇଁକି ଡାକଘର ଉର୍ତ୍ତମ ଓ ନିର୍ଭର ଯୋଗ୍ୟ ସ୍ଥାନ ବୋଲି କହିବା ସହିତ ରାଷ୍ଟ୍ରୀୟ ବ୍ୟାଙ୍କ ମାନଙ୍କରେ ରଖିବାପାଇଁ ପରାମର୍ଶ ଦେଇଥିଲେ । ଅଧିକ ସୁଧ ଆଶାରେ ଚିଟ୍ ଫଣ୍ଡ ମାଧ୍ୟମରେ ଟଙ୍କା ରଖି ଆଉ ମୁଳଟଙ୍କା ଫେରି ପାଉନାହାନ୍ତି । ଟଙ୍କା ନପାଇଲେ ପରେ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଠାରେ ଦାବି କରୁଛନ୍ତି। ଏଣୁ ଆର୍ଥିକ ସାକ୍ଷରତା ସହିତ ଆର୍ଥିକ ଅନ୍ତର୍ଭୁକ୍ତି କରଣ ପାଇଁ ସମ ସ୍ତନେ ସଚେତନ ହେବାପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ମଙ୍ଗଳ ପଧାନ ଆଜିକାଲି ଲୋକମାନେ ସାବର୍ ଠକେଇର ଶିକାର ହେଉଛନ୍ତି ଏଣୁ ଏଥିପ୍ରତି ସଚେତନ ହେବା ସହିତ ଜିଲ୍ଲାରେ ଡାକ ଘର ପାଇଁ ଅନେକ ଏଜେଣ୍ଟେ ଦେଇଛନ୍ତି ସେମାନଙ୍କ ମାଧ୍ୟମରେ ଡାକଘର ମାନଙ୍କରେ ନିଜ ଅର୍ଥକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ। ବୀରମହାରାଜପୁର ସବ୍ ପୋଷ୍ଟ ମାଷ୍ଟର ମୁଖ୍ୟ ବକ୍ତା ଭାବରେ ଡାକଘରର ବିଭିନ୍ନ ସ୍ବଳ୍ପ ମିଆଦୀ ଓ ଦିର୍ଘ ମିଆଦୀ ଜମା ଉପରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବରେ ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧାରୁଆ ଯୋଗଦେଇ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଡାକ ବିଭାଗର ସମସ୍ତ କର୍ମଚାରୀ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ସ୍ବେଛାସେବୀ ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ତିତ ଥିଲେ। ଶେଷରେ ଏକ ପ୍ରଶ୍ନର୍ତ୍ତୋର କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ଯୁଗଳ କିଶୋର ମିଶ୍ର କାର୍ଯ୍ୟ କ୍ରମ କୁ ସଂଯୋଜନା କରିଥିବା ବେଳେ ଯୁଗଳ କିଶୋର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଷ୍ଟାଲ ଏଜେଣ୍ଟ ମେନକା କର , ମଞ୍ଜୁଲତା ବାବୁ , ପ୍ରଭାସିନୀ ପଣ୍ଡା , ସୁନିତା ସେଠୀ , ସୁକାନ୍ତି ସାହୁ , ସୁପ୍ରୀୟା ରଥ , ସିମା ରାଣୀ ହୋତା , ଶଙ୍କର୍ଷଣ ପଣ୍ଡା , ଲଳିତ କୁମାର କର , ରବୀ ନାରାୟଣ ପଣ୍ଡା , ତ୍ରିନାଥ ସାହୁ , ଦୁଃଖିତ ସେଠୀ , ଜିଲ୍ଲା ସ୍ବଳ୍ପ ସଞ୍ଚୟ କର୍ମଚାରୀ ସଞ୍ଚୟ କୁମାର ବାରିକ , ଶିବାନନ୍ଦ ଷଡ଼ଙ୍ଗୀ , ସୁକାନ୍ତ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ ।
The post ଜିଲ୍ଲା ସ୍ଵଳ୍ପ ସଞ୍ଚୟ ସଂଗଠନ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ କାର୍ଯ୍ୟକ୍ରମ appeared first on Odisha.News.