ବାଲିଗୁଡାରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରେ ମଙ୍ଗଳବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ଉପ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀ ମଲ ଓ ବାଲିଗୁଡା ପିଏ.ଆଇଟିଡିଏ କୃପାସିନ୍ଧୁ ବେହେରାଙ୍କ ଉପସ୍ଥିତିରେ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଶୁଣାଣୀ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ବ୍ଲକର […] The post ବାଲିଗୁଡାରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି appeared first on Odisha.News.

ବାଲିଗୁଡାରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରେ ମଙ୍ଗଳବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ଉପ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀ ମଲ ଓ ବାଲିଗୁଡା ପିଏ.ଆଇଟିଡିଏ କୃପାସିନ୍ଧୁ ବେହେରାଙ୍କ ଉପସ୍ଥିତିରେ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଶୁଣାଣୀ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ବ୍ଲକର ୧୪ଟି ପଞ୍ଚାୟତ ଜନସାଧାରଣଙ୍କ ଠାରୁ ମୋଟ ୭୧ ଟି ଅଭିଯୋଗର ଶୁଣାଣି ହୋଇଥିଲା। ଉକ୍ତ ଅଭିଯୋଗରୁ ୬୧ ଟି ବ୍ୟକ୍ତିଗତ ହୋଇଥିବା ବେଳେ ୧୦ ଟି ସାମୁହିକ ଅଭିଯୋଗ ରହିଥିଲା। ଏହା ସହ ବିଜୁ ପକ୍କା ଘର, ରାସନ୍ କାର୍ଡ,ଭତ୍ତା ପ୍ରଦାନ,ମିଶାଣ ଶକ୍ତି ମହିଳା ଙ୍କୁ ଦୋକାନ ଗୃହ ପ୍ରଦାନ ଓ ପଞ୍ଚାଯତ ଜନପ୍ରତିନିଧୀଙ୍କୁ ବ୍ଲକ ପ୍ରଶାସନ ର ଅଣଦେଖା ଭଳି ଅନେକ ଆବେଦନ ଆସିଥିଲା।ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ,ଏସଡିଏମଓ ଡା.ଶୁଭମ ସାହୁକାର ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ,ଡିଏସଡବ୍ଲୁଓ ସରୋଜ ବାଳା ମହାପାତ୍ର,ବାଲିଗୁଡା ବିଡିଓ ଅଚ୍ୟୁତ କୁମାର ଜାନୀ, ତହସିଲଦାର ,ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

The post ବାଲିଗୁଡାରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି appeared first on Odisha.News.