ଦୁର୍ନୀତି ମାମଲାରେ ୩ ମୃତ୍ତିକା ସଂରକ୍ଷଣ କର୍ମଚାରୀ ଦୋଷୀ ସାବ୍ୟସ୍ତ
ସୁନ୍ଦରଗଡ଼, ୨୬।୧(ଜୟ ନାରାୟଣ ମେଣ୍ଡୁଳି): ଦୁର୍ନୀତି ମାମଲାରେ ମୃତ୍ତିକା ସରକ୍ଷଣ ବିଭାଗର ୩ଜଣ କର୍ମଚାରୀ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଏହି ରାୟ ପ୍ରଦାନ କରି ବିଭାଗର ବି. କାମରାଜ ବେହେରା, ପୂର୍ବତନ ମୃତ୍ତିକା ସଂରକ୍ଷଣ ସହାୟକ (ଅବସରପ୍ରାପ୍ତ), ରସାନନ୍ଦ ଚୌଧୁରୀ, ପୂର୍ବତନ ମୃତ୍ତିକା ସଂରକ୍ଷଣ ସହାୟକ (ଅବସରପ୍ରାପ୍ତ) ଏବଂ ନରେନ୍ଦ୍ର କାଲୋ, ପୂର୍ବତନ ଜୁନିୟର ମୃତ୍ତିକା ସଂରକ୍ଷଣ ସହାୟକ (ଅବସରପ୍ରାପ୍ତ), ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ୍ […] The post ଦୁର୍ନୀତି ମାମଲାରେ ୩ ମୃତ୍ତିକା ସଂରକ୍ଷଣ କର୍ମଚାରୀ ଦୋଷୀ ସାବ୍ୟସ୍ତ appeared first on Dharitri Odia News.
ସୁନ୍ଦରଗଡ଼, ୨୬।୧(ଜୟ ନାରାୟଣ ମେଣ୍ଡୁଳି): ଦୁର୍ନୀତି ମାମଲାରେ ମୃତ୍ତିକା ସରକ୍ଷଣ ବିଭାଗର ୩ଜଣ କର୍ମଚାରୀ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଏହି ରାୟ ପ୍ରଦାନ କରି ବିଭାଗର ବି. କାମରାଜ ବେହେରା, ପୂର୍ବତନ ମୃତ୍ତିକା ସଂରକ୍ଷଣ ସହାୟକ (ଅବସରପ୍ରାପ୍ତ), ରସାନନ୍ଦ ଚୌଧୁରୀ, ପୂର୍ବତନ ମୃତ୍ତିକା ସଂରକ୍ଷଣ ସହାୟକ (ଅବସରପ୍ରାପ୍ତ) ଏବଂ ନରେନ୍ଦ୍ର କାଲୋ, ପୂର୍ବତନ ଜୁନିୟର ମୃତ୍ତିକା ସଂରକ୍ଷଣ ସହାୟକ (ଅବସରପ୍ରାପ୍ତ), ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ରେଞ୍ଜର ସମସ୍ତ ବାସିନ୍ଦା, ଯେଉଁମାନଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧାରା ୧୩(୨) r/w୧୩(୧)(c)(d)PC ଆଇନ, ୧୯୮୮/୪୦୯/ ୪୬୮/୪୭୭-A/୩୪ ଆଇପିସି ଅନୁଯାୟୀ ଏକ ମାମଲାରେ ଭାଉଚର/ମଷ୍ଟର ରୋଲ ଜାଲିଆତି କରି ବାଙ୍ଗୁରକେଲାରେ ଚାରା ରୋପଣ ସମୟରେ ସରକାରୀ ଟଙ୍କା ଅପବ୍ୟବହାର କରିବା ପାଇଁ ଚାର୍ଜଶିଟ କରାଯାଇଥିଲା।
ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ବିଚାରପତି ବି. କାମରାଜ ବେହେରା, ରସାନନ୍ଦ ଚୌଧୁରୀ ଏବଂ ନରେନ୍ଦ୍ର କାଲୋଙ୍କୁ ୨ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ପ୍ରତ୍ୟେକଙ୍କୁ ୧୫,୦୦୦ ଟଙ୍କା ଜରିମାନା ଦେବାକୁ ଆଦେଶ କରିଛନ୍ତି।
The post ଦୁର୍ନୀତି ମାମଲାରେ ୩ ମୃତ୍ତିକା ସଂରକ୍ଷଣ କର୍ମଚାରୀ ଦୋଷୀ ସାବ୍ୟସ୍ତ appeared first on Dharitri Odia News.