୧୪ରୁ ଅସହ୍ୟ ଗୁଳୁଗୁଳି, ୧୭ରୁ ଅସମ୍ଭାଳ ତାତି
ଭୁବନେଶ୍ୱର, ୧୩ା୪ (ଅସମାପିକା ସାହୁ): ରାଜ୍ୟରେ ପୁଣି ଗରମ ଓ ଗୁଳୁଗୁଳି ଲେଉଟିଛି। ଶୁକ୍ରବାର ପାରଳାଖେମୁଣ୍ଡିରେ ସର୍ବାଧିକ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୬.୨ ଓ ଜଗତ୍ସିଂହପୁରରେ ୩୬ ଡିଗ୍ରୀ ରହିଥିଲା। ବୌଦ୍ଧ ଓ ରାୟଗଡ଼ାର କିଛି ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ଶନିବାରଠାରୁ ତାତି ଆହୁରି ବଢ଼ିବା ସମ୍ଭାବନା ରହିଛି। ତେବେ ୧୪ରୁ ଅସହ୍ୟ ତାତି ଅନୁଭୂତ ହେବ। ଦିନ ତାପମାତ୍ରାରେ ୬ରୁ ୮ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ଭୁବନେଶ୍ୱର […] The post ୧୪ରୁ ଅସହ୍ୟ ଗୁଳୁଗୁଳି, ୧୭ରୁ ଅସମ୍ଭାଳ ତାତି appeared first on Dharitri Odia News.
ଭୁବନେଶ୍ୱର, ୧୩ା୪ (ଅସମାପିକା ସାହୁ): ରାଜ୍ୟରେ ପୁଣି ଗରମ ଓ ଗୁଳୁଗୁଳି ଲେଉଟିଛି। ଶୁକ୍ରବାର ପାରଳାଖେମୁଣ୍ଡିରେ ସର୍ବାଧିକ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୬.୨ ଓ ଜଗତ୍ସିଂହପୁରରେ ୩୬ ଡିଗ୍ରୀ ରହିଥିଲା। ବୌଦ୍ଧ ଓ ରାୟଗଡ଼ାର କିଛି ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ଶନିବାରଠାରୁ ତାତି ଆହୁରି ବଢ଼ିବା ସମ୍ଭାବନା ରହିଛି। ତେବେ ୧୪ରୁ ଅସହ୍ୟ ତାତି ଅନୁଭୂତ ହେବ। ଦିନ ତାପମାତ୍ରାରେ ୬ରୁ ୮ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୨୪ ଘଣ୍ଟାରେ ଦିନ ତାପମାତ୍ରରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବାର ନାହିଁ। କିନ୍ତୁ ୧୪ରେ କଟକ, ନୟାଗଡ଼, ବୌଦ୍ଧ, ଅନୁଗୋଳ ଓ ଖୋର୍ଦ୍ଧାରେ ଉଷ୍ଣ ଏବଂ ଆର୍ଦ୍ର ପାଣିପାଗ ରହିବା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଫଳରେ ଗୁରୁଗୁଳି ଅସହ୍ୟ ହେବ। ସେହିଭଳି ୧୫ ଓ ୧୬ରେ ବିଭିନ୍ନ ଜିଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବିଶେଷକରି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ପଡ଼ିବ। ୧୫ରେ କଟକ, ନୟାଗଡ଼, ମାଲକାନଗିରି, କୋରାପୁଟ, ଅନୁଗୋଳ ଏବଂ ଢେଙ୍କାନାଳ ଓ ୧୬ରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ନୟାଗଡ଼, ବୌଦ୍ଧ, କଟକ, କନ୍ଧମାଳ, କୋରାପୁଟ, ମାଲକାନଗିରି, ବାଲେଶ୍ୱର ଏବଂ ଭଦ୍ରକରେ ଗ୍ରୀଷ୍ମ ପ୍ରବାହ ସାଧାରଣ ଜନଜୀବନକୁ ପ୍ରଭାବିତ କରିବ। ତେବେ ଆଗାମୀ ୧୭ରୁ ୨୦ ତାରିଖ ଯାଏ ସାଂଘାତିକ ସ୍ଥିତି ରହିବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ବଢ଼ିବ। ୪୩ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବ। ଅସହ୍ୟ ପାଣିପାଗ ସ୍ଥିତି ସୃଷ୍ଟି ହେବ। ଏହା ଶରୀର ପାଇଁ ଘାତକ ହୋଇପାରେ। ତେଣୁ ଏଥିପ୍ରତି ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।
The post ୧୪ରୁ ଅସହ୍ୟ ଗୁଳୁଗୁଳି, ୧୭ରୁ ଅସମ୍ଭାଳ ତାତି appeared first on Dharitri Odia News.