ତତ୍କାଳ ପ୍ରଭାବ ସହିତ ହୁକ୍କା ବିକ୍ରି, ସେବନ ନିଷେଧ କଲେ ରାଜ୍ୟ ସରକାର

ବେଙ୍ଗଲୁରୁ,୭।୨: “ଯୁବ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ହୁକା ଧୂମପାନ ଉପରେ ରାଜ୍ୟବ୍ୟାପୀ ନିଷେଧାଦେଶ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଗୁରୁବାର ଘୋଷଣା ଏହି କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି, “ଜନସ୍ୱାସ୍ଥ୍ୟ ଏବଂ ଯୁବପିଢିଙ୍କ ସୁରକ୍ଷା ପାଇଁ ହୁକ୍କା ଉପରେ ରାଜ୍ୟବ୍ୟାପୀ ନିଷେଧାଦେଶ ଲଗାଯାଇଛି। ଏଥିରେ ସେ ଲେଖିଛନ୍ତି ହୁକ୍କା ଧୂମପାନ ସହ ଜଡିତ ଗୁରୁତର ସ୍ୱାସ୍ଥ୍ୟ ବିପଦକୁ ଦୃଷ୍ଟିରେ […] The post ତତ୍କାଳ ପ୍ରଭାବ ସହିତ ହୁକ୍କା ବିକ୍ରି, ସେବନ ନିଷେଧ କଲେ ରାଜ୍ୟ ସରକାର appeared first on Dharitri Odia News.

ତତ୍କାଳ ପ୍ରଭାବ ସହିତ ହୁକ୍କା ବିକ୍ରି, ସେବନ ନିଷେଧ କଲେ ରାଜ୍ୟ ସରକାର

ବେଙ୍ଗଲୁରୁ,୭।୨: “ଯୁବ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ହୁକା ଧୂମପାନ ଉପରେ ରାଜ୍ୟବ୍ୟାପୀ ନିଷେଧାଦେଶ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଗୁରୁବାର ଘୋଷଣା ଏହି କରିଛନ୍ତି।

ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି, “ଜନସ୍ୱାସ୍ଥ୍ୟ ଏବଂ ଯୁବପିଢିଙ୍କ ସୁରକ୍ଷା ପାଇଁ ହୁକ୍କା ଉପରେ ରାଜ୍ୟବ୍ୟାପୀ ନିଷେଧାଦେଶ ଲଗାଯାଇଛି। ଏଥିରେ ସେ ଲେଖିଛନ୍ତି ହୁକ୍କା ଧୂମପାନ ସହ ଜଡିତ ଗୁରୁତର ସ୍ୱାସ୍ଥ୍ୟ ବିପଦକୁ ଦୃଷ୍ଟିରେ ରଖି ଆମେ ସାରା ରାଜ୍ୟରେ ହୁକ୍କା ଧୂମପାନ ଉପରେ ନିଷେଧାଦେଶ ଜାରି କରିଛୁ।”

ଏହାପୂର୍ବରୁ ୨୦୨୩ ସେପ୍ଟେମ୍ବର ମାସରେ କର୍ଣ୍ଣାଟକ ସରକାର ରାଜ୍ୟରେ ଯୁବପିଢ଼ିଙ୍କ ପାଇଁ ହୁକ୍କା ଟାଣିବାର ବୟସସୀମା ୧୮ରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ଯୋଜନା କରୁଥିଲେ। ସେହି ସମୟରେ, ଗୁଣ୍ଡୁ ରାଓ ଆଶଙ୍କା ପ୍ରକାଶ କରିଥିଲେ ଯେ ହୁକାରେ ବ୍ୟବହୃତ ଅଜଣା ଉପାଦାନଗୁଡ଼ିକ ନିଶାସେବନ ଏକ ଅଭ୍ୟାସରେ ପରିଣତ କରିପାରେ।

ଗତ ବର୍ଷ ମଧ୍ୟ ସମାନ ପଦକ୍ଷେପ ନେଇ ହରିୟାଣା ସରକାର ସାରା ରାଜ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ, ବାର ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ଗ୍ରାହକଙ୍କୁ ହୁକ୍କା ସେବା ଉପରେ ପ୍ରତିବନ୍ଧକ ଲଗାଇଥିବା ଘୋଷଣା କରିଥିଲେ।

The post ତତ୍କାଳ ପ୍ରଭାବ ସହିତ ହୁକ୍କା ବିକ୍ରି, ସେବନ ନିଷେଧ କଲେ ରାଜ୍ୟ ସରକାର appeared first on Dharitri Odia News.