ଦୁଇ ପିଲାଙ୍କୁ ମାରି ଫେରାର୍ ଥିଲା ହତ୍ୟା ଅଭିଯୁକ୍ତ, ଏନକାଉଣ୍ଟରରେ ମାରିଲା ପୋଲିସ
ଉତ୍ତରପ୍ରଦେଶ ୨୦/୦୩: ଉତ୍ତରପ୍ରଦେଶ ବଦାୟୁଁରେ ଏନକାଉଣ୍ଟର । ଦୁଇ ପିଲାଙ୍କ ହତ୍ୟା ଅଭିଯୁକ୍ତକୁ ପୋଲିସ୍ ଏନକାଉଣ୍ଟର । ବଦାୟୁଁରେ ପଡ଼ୋଶୀ ଘରେ ପଶି ୨ ପିଲାଙ୍କୁ ଗଳାକାଟି ହତ୍ୟା କରିଥିଲା ଅଭିଯୁକ୍ତ ସାଜିଦ । ଅଭିଯୁକ୍ତ ଜଣଙ୍କ ପେଶାରେ ଜଣେ ସେଲୁନ ଦୋକାନୀ । ବିନୋଦ କୁମାର ମଧ୍ୟ ସେଲୁନ ଦୋକାନ ଦେଇଥିଲେ । ଉଭୟ ପଡ଼ୋଶୀ, ହେଲେ ବ୍ୟବସାୟ ନେଇ ଉଭୟଙ୍କ ମଧ୍ୟରେ ଶତୃତା ରହିଆସିଥିଲା । ଏହାକୁ ନେଇ ସାଜିଦ ମଙ୍ଗଳବାର ବିନୋଦଙ୍କ ଘରକୁ ଯାଇଥିଲେ । ଘରେ ପଶି ଅଭିଯୁକ୍ତ ପଇସା ଧାର ମାଗିଥିଲା । ବିନୋଦଙ୍କ ସ୍ତ୍ରୀ ସ୍ୱାମୀଙ୍କ ସହ କଥାହେବା ବେଲେ ଅଭିଯୁକ୍ତ ସାଜିଦ୍ ୧୧ ବର୍ଷ ଓ ୬ ବର୍ଷର ଦୁଇ ପୁଅଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ । ଆକ୍ରମଣରେ ବିନୋଦଙ୍କ ଆଉ ଏକ ଛୋଟ ପୁଅ ମଧ୍ୟ ଆହତ ହୋଇଛନ୍ତି । ଏହି ଜଘନ୍ୟ ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ ପ୍ରବଳ ଅସନ୍ତୋଷ ଦେଖାଯିବା ସହ ସେମାନେ ରାସ୍ତାରୋକ କରିଥିଲେ । ପୋଲିସ୍ ତୁରନ୍ତ ଅଭିଯୁକ୍ତକୁ ଧରି ଦଣ୍ଡ ଦେବାକୁ ଦାବି କରିଥିଲେ । ପୋଲିସ୍ ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ତନାଘନା ଚଳାଇଥିଲା, ଆଉ କିଛି ଘଂଟା ଭିତରେ ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇଥିଲା । ତେବେ ଅଭିଯୁକ୍ତ ପୋଲିସ୍ ଉପରକୁ ଗୁଳିଚାଳନା କରିବା ପରେ ପୋଲିସର ପାଲଟା ଗୁଳିଚାଳନାରେ ତାର ଜୀବନ ଯାଇଛି । ପିଲାମାନଙ୍କର ମାଙ୍କ କହିବାୁଯାୟୀ, ସୋ ତାଙ୍କ ଘରେ କସ
ଉତ୍ତରପ୍ରଦେଶ ୨୦/୦୩: ଉତ୍ତରପ୍ରଦେଶ ବଦାୟୁଁରେ ଏନକାଉଣ୍ଟର । ଦୁଇ ପିଲାଙ୍କ ହତ୍ୟା ଅଭିଯୁକ୍ତକୁ ପୋଲିସ୍ ଏନକାଉଣ୍ଟର । ବଦାୟୁଁରେ ପଡ଼ୋଶୀ ଘରେ ପଶି ୨ ପିଲାଙ୍କୁ ଗଳାକାଟି ହତ୍ୟା କରିଥିଲା ଅଭିଯୁକ୍ତ ସାଜିଦ । ଅଭିଯୁକ୍ତ ଜଣଙ୍କ ପେଶାରେ ଜଣେ ସେଲୁନ ଦୋକାନୀ । ବିନୋଦ କୁମାର ମଧ୍ୟ ସେଲୁନ ଦୋକାନ ଦେଇଥିଲେ ।
ଉଭୟ ପଡ଼ୋଶୀ, ହେଲେ ବ୍ୟବସାୟ ନେଇ ଉଭୟଙ୍କ ମଧ୍ୟରେ ଶତୃତା ରହିଆସିଥିଲା । ଏହାକୁ ନେଇ ସାଜିଦ ମଙ୍ଗଳବାର ବିନୋଦଙ୍କ ଘରକୁ ଯାଇଥିଲେ । ଘରେ ପଶି ଅଭିଯୁକ୍ତ ପଇସା ଧାର ମାଗିଥିଲା । ବିନୋଦଙ୍କ ସ୍ତ୍ରୀ ସ୍ୱାମୀଙ୍କ ସହ କଥାହେବା ବେଲେ ଅଭିଯୁକ୍ତ ସାଜିଦ୍ ୧୧ ବର୍ଷ ଓ ୬ ବର୍ଷର ଦୁଇ ପୁଅଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ।
ଆକ୍ରମଣରେ ବିନୋଦଙ୍କ ଆଉ ଏକ ଛୋଟ ପୁଅ ମଧ୍ୟ ଆହତ ହୋଇଛନ୍ତି । ଏହି ଜଘନ୍ୟ ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ ପ୍ରବଳ ଅସନ୍ତୋଷ ଦେଖାଯିବା ସହ ସେମାନେ ରାସ୍ତାରୋକ କରିଥିଲେ । ପୋଲିସ୍ ତୁରନ୍ତ ଅଭିଯୁକ୍ତକୁ ଧରି ଦଣ୍ଡ ଦେବାକୁ ଦାବି କରିଥିଲେ । ପୋଲିସ୍ ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ତନାଘନା ଚଳାଇଥିଲା, ଆଉ କିଛି ଘଂଟା ଭିତରେ ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇଥିଲା । ତେବେ ଅଭିଯୁକ୍ତ ପୋଲିସ୍ ଉପରକୁ ଗୁଳିଚାଳନା କରିବା ପରେ ପୋଲିସର ପାଲଟା ଗୁଳିଚାଳନାରେ ତାର ଜୀବନ ଯାଇଛି ।
ପିଲାମାନଙ୍କର ମାଙ୍କ କହିବାୁଯାୟୀ, ସୋ ତାଙ୍କ ଘରେ କସମେଟିକ୍ ଦୋକାନ କରନ୍ତି । ମୋ ଘର ଉପରେ ପାର୍ଲର ଅଛି । ଘଟଣା ଦିନ ରାତିରେ ଅଭିଯୁକ୍ ସେଲୁନ୍ ଦୋକାନୀ ଘରେ ପଶି ତିନି ପିଲାଙ୍କୁ କୁରାଢିରେ ଆକ୍ରମଣ କରିଥିଲା । ଯେଉଁଥିରେ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାହାକୁ ଚିକିତ୍ସା ପରେ ଘରକୁ ପଠାଯାଇଥିଲା ।
you can also read..
ଦିଲ୍ଲୀ ନିଷ୍ପତ୍ତିକୁ ଅନେଇଛି ରାଜ୍ୟ ବିଜେପି, ରାତି ଅଧରେ ଶାହାଙ୍କ ମାରାଥନ ବୈଠକ