ଅଭିଶପ୍ତ ଜୀବନ ବିତାଉଛନ୍ତି ଜାକମ୍‌ ଗ୍ରାମବାସୀ

ଭବାନୀପାଟଣା,୬ା୬(ଉତ୍ତମ କୁମାର ଦାଶ)ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଛନ୍ତି। ହେଲେ କଳାହାଣ୍ଡି ଜିଲାର ଅନେକ ଅଞ୍ଚଳରେ ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ପହଞ୍ଚତ୍ ପାରିନାହଁି। ଫଳରେ ସେମାନେ ଅଭିଶପ୍ତ ଜୀବନ ବିତାଉଛନ୍ତି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଶଗଡା ପଞ୍ଚାୟତର କର୍ଲାପାଟ ଅଭୟାରଣ୍ୟ ନିକଟରେ ରହିଥିବା ଦୁର୍ଗମ ଗ୍ରାମ ଜାକମ୍‌ରେ। ଏହି ଗ୍ରାମରେ ପ୍ରାୟ ୩୧ ପରିବାର ବସବାସ […] The post ଅଭିଶପ୍ତ ଜୀବନ ବିତାଉଛନ୍ତି ଜାକମ୍‌ ଗ୍ରାମବାସୀ appeared first on Dharitri Odia News.

ଅଭିଶପ୍ତ ଜୀବନ ବିତାଉଛନ୍ତି ଜାକମ୍‌ ଗ୍ରାମବାସୀ

ଭବାନୀପାଟଣା,୬ା୬(ଉତ୍ତମ କୁମାର ଦାଶ)ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଛନ୍ତି। ହେଲେ କଳାହାଣ୍ଡି ଜିଲାର ଅନେକ ଅଞ୍ଚଳରେ ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ପହଞ୍ଚତ୍ ପାରିନାହଁି। ଫଳରେ ସେମାନେ ଅଭିଶପ୍ତ ଜୀବନ ବିତାଉଛନ୍ତି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଶଗଡା ପଞ୍ଚାୟତର କର୍ଲାପାଟ ଅଭୟାରଣ୍ୟ ନିକଟରେ ରହିଥିବା ଦୁର୍ଗମ ଗ୍ରାମ ଜାକମ୍‌ରେ।
ଏହି ଗ୍ରାମରେ ପ୍ରାୟ ୩୧ ପରିବାର ବସବାସ କରୁଥିବାବେଳେ ଜନସଂଖ୍ୟା ୫ଶହରୁ ଊର୍ଦ୍ଧ୍ୱ ହେବ। ଗ୍ରାମରେ ୯୦ ପ୍ରତିଶତ ଆଦିବାସୀ ଓ ଅବଶିଷ୍ଟ ହରିଜନ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଦୀର୍ଘ ଦଶନ୍ଧୀ ଧରି ଏହି ଗଁା ଗଢିଉଠିଥିବାବେଳେ ଏଠାରେ ଗମନାଗମନ, ପାନୀୟ ଜଳ, ବିଦ୍ୟୁତ୍‌ ଆଦି ବିଭିନ୍ନ ପ୍ରକାର ମୌଳିକ ସମସ୍ୟା ରହିଛି। ଭବାନୀପାଟଣା-ଥୁଆମୂଳ ରାଜ୍ୟ ରାଜପଥର ୨୦କି.ମି. ଗଲେ ଏହି ଗାଁ ପଡିଥାଏ। ମୁଖ୍ୟ ରାସ୍ତାଠାରୁ ଗଁାକୁ ଯିବାକୁ ହେଲେ ଆରମ୍ଭରେ ଜାକମ୍‌ ନଦୀ ପଡିଥାଏ। ବର୍ଷାଦିନେ ଏହି ନଦୀରେ ବନ୍ୟା ପାଣି ଆସୁଥିବାରୁ ଉକ୍ତ ମାସରେ ଗ୍ରାମବାସୀ ଜଳବନ୍ଦୀ ହୋଇ ରହନ୍ତି। ନଦୀରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘବର୍ଷ ହେଲା ପ୍ରଶାସନ, ରାଜନେତାଠାରେ ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଗ୍ରାମରେ ପଞ୍ଚମ ଶ୍ରେଣୀ ଯାଏ ସ୍କୁଲ ରହିଛି। ପଞ୍ଚମରୁ ଅଧିକ ପଢିବାକୁ ହେଲେ ୧୦କି.ମି. ଦୂର ଶଗଡା ପଞ୍ଚାୟତ ମୁଖ୍ୟାଳୟକୁ ଯିବାକୁ ପଢିଥାଏ। ଗ୍ରାମବାସୀଙ୍କ କହିବାନୁସାରେ, ୨୦୧୭ରେ ଏହି ଗ୍ରାମକୁ ପ୍ରଥମ ଥର ପାଇଁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ଏହାପରେ ବର୍ଷା ମାସରେ ସ୍ଥାନୀୟ ନଦୀରେ ବଢି ଆସିବା ପରେ ବିଦ୍ୟୁତ୍‌ ଖୁଣ୍ଟ ଓ ତାର ଓହଳି ପଡିଥିଲା। ଏହାପରେ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିଦ୍ୟୁତ ବିଭାଗ ଏହାକୁ ମରାମତି କରିବାରେ ବିଳମ୍ବ କରିବାରୁ ଏହାର ଫାଇଦା ନେଇଁ ଚୋରମାନେ ଖୁଣ୍ଟ ଓ ତାରକୁ କାଟିନେଇଥିଲେ। ଗ୍ରାମରେ ଲାଗିଥିବା ଟ୍ରାନ୍ସଫର୍ମର ଏହାର ମୁକସାକ୍ଷୀ ପାଲଟିଛି। ଗତ ୭ବର୍ଷ ହେଲା ଏଠାରେ ବିଜୁଳି ନ ଥିବାରୁ ସ୍ଥାନୀୟ ଲୋକେ ଅନ୍ଧାରରେ ଜୀବନ ବିତାଉଛନ୍ତି। ସେହିପରି ଜାକମ୍‌ର ବସ୍ତିପଡା ଲୋକଙ୍କ ପାଇଁ ସୋଲାର ପାଇପ୍‌ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବାବେଳେ ଟିକ୍ରାପଡା ବାସିନ୍ଦାଙ୍କ ପାଇଁ ଏବେ ଝରଣା ପାଣି ଭରସା ହୋଇଛି। ଜିଲା ପ୍ରଶାସନ ଦୃଷ୍ଟିଦେଇ ଗ୍ରାମରେ ପାନୀୟ ଜଳ, ବିଦ୍ୟୁତ୍‌, ପୋଲ ଆଦି ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

The post ଅଭିଶପ୍ତ ଜୀବନ ବିତାଉଛନ୍ତି ଜାକମ୍‌ ଗ୍ରାମବାସୀ appeared first on Dharitri Odia News.