ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୨୧।୩: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଗୁରୁବାର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ତାଙ୍କ ବାସଭବନରେ ପହଞ୍ଚିଥିଲା। ମନି ଲଣ୍ଡରିଂ ଆକ୍ଟ (PMLA) ର ଧାରା ୫୦ ଅନୁଯାୟୀ ତଦନ୍ତକାରୀ ଦଳ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ରେକର୍ଡ କରିଥିଲେ। ଏହାପରେ ତାଙ୍କୁ ଇଡି ଗିରଫ କରିଛି। ଅରବିନ୍ଦ କେଜ୍ରିୱାଲ ଭାରତୀୟ ଇତିହାସରେ ପ୍ରଥମ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ହେବେ ଯିଏ ଗିରଫ ହୋଇଛନ୍ତି। ତେବେ ଆମ ଆଦମୀ ପାର୍ଟି(ଏଏପି) […] The post ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି appeared first on Dharitri Odia News.

ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୨୧।୩: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଗୁରୁବାର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ତାଙ୍କ ବାସଭବନରେ ପହଞ୍ଚିଥିଲା। ମନି ଲଣ୍ଡରିଂ ଆକ୍ଟ (PMLA) ର ଧାରା ୫୦ ଅନୁଯାୟୀ ତଦନ୍ତକାରୀ ଦଳ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ରେକର୍ଡ କରିଥିଲେ। ଏହାପରେ ତାଙ୍କୁ ଇଡି ଗିରଫ କରିଛି।

ଅରବିନ୍ଦ କେଜ୍ରିୱାଲ ଭାରତୀୟ ଇତିହାସରେ ପ୍ରଥମ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ହେବେ ଯିଏ ଗିରଫ ହୋଇଛନ୍ତି। ତେବେ ଆମ ଆଦମୀ ପାର୍ଟି(ଏଏପି) କହିଛି ଯେ ଏବେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପାଦରେ ରହିବେ।

ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲଙ୍କ ଲିଗାଲ ଟିମ୍ ତୁରନ୍ତ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ଏହି ମାମଲାର ତ୍ୱରିତ ଶୁଣାଣି କରିବାକୁ ଅପିଲ କରିଛନ୍ତି। ଗୁରୁବାର ରାତିରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି।

ଦିଲ୍ଲୀ ହାଇକୋର୍ଟ ତାଙ୍କ ବିରୋଧରେ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିବାକୁ ମନା କରିବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। ଇଡି ଦ୍ୱାରା ତାଙ୍କୁ ଦିଆଯାଇଥିବା ସମନକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।

The post ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି appeared first on Dharitri Odia News.