ସରକାରୀ କ୍ୱାର୍ଟର୍ସରୁ ମିଳିଲା ଫରେଷ୍ଟରଙ୍କ ମୃତଦେହ

ଭବାନୀପାଟଣା,୧୮।୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ବୁଧବାର ସକାଳରେ ଜଣେ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଫରେଷ୍ଟରଙ୍କ ନାମ ସଞ୍ଜୟ ନାୟକ (୩୬)ହୋଇଥିବାବେଳେ ତାଙ୍କ ଘର ରାୟଗଡା ବୋଲି ଜଣାପଡିଛି। ମୃତ ଫରେଷ୍ଟର ନାୟକ ଜୁନାଗଡ଼ ବ୍ଲକ ଜାରିଙ୍ଗସ୍ଥିତ ହାଇଟେକ ସିଲଭିକଲଚର ନର୍ସରୀରେ କାର୍ଯ୍ୟରତ ଥିଲେ। ଏହାସହ ଭବାନୀପାଟଣା ସିଲଭିକଲଚର ଅଫିସରେ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ତେବେ ଏଇ କିଛି ଦିନ ତଳେ ତାଙ୍କର […] The post ସରକାରୀ କ୍ୱାର୍ଟର୍ସରୁ ମିଳିଲା ଫରେଷ୍ଟରଙ୍କ ମୃତଦେହ appeared first on Dharitri Odia News.

ସରକାରୀ କ୍ୱାର୍ଟର୍ସରୁ ମିଳିଲା ଫରେଷ୍ଟରଙ୍କ ମୃତଦେହ

ଭବାନୀପାଟଣା,୧୮।୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ବୁଧବାର ସକାଳରେ ଜଣେ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଫରେଷ୍ଟରଙ୍କ ନାମ ସଞ୍ଜୟ ନାୟକ (୩୬)ହୋଇଥିବାବେଳେ ତାଙ୍କ ଘର ରାୟଗଡା ବୋଲି ଜଣାପଡିଛି। ମୃତ ଫରେଷ୍ଟର ନାୟକ ଜୁନାଗଡ଼ ବ୍ଲକ ଜାରିଙ୍ଗସ୍ଥିତ ହାଇଟେକ ସିଲଭିକଲଚର ନର୍ସରୀରେ କାର୍ଯ୍ୟରତ ଥିଲେ। ଏହାସହ ଭବାନୀପାଟଣା ସିଲଭିକଲଚର ଅଫିସରେ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ତେବେ ଏଇ କିଛି ଦିନ ତଳେ ତାଙ୍କର ବଦଳି ବଲାଙ୍ଗୀର ଜିଲାକୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳକୁ ଭବାନୀପାଟଣା ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି।

 

The post ସରକାରୀ କ୍ୱାର୍ଟର୍ସରୁ ମିଳିଲା ଫରେଷ୍ଟରଙ୍କ ମୃତଦେହ appeared first on Dharitri Odia News.